By Our Correspondent
NEW DELHI/BHUBANESWAR: ‘ଉତ୍କଳ କେଶରୀ’ ଡକ୍ଟର ହରେକୃଷ୍ଣ ମହତାବ ଓଡ଼ିଶାର ଗର୍ବ ଗୌରବ । ସେ କେବଳ ସ୍ୱତନ୍ତ୍ରତା ସଂଗ୍ରାମୀ ନ ଥିଲେ ବରଂ ଜଣେ ମହାନ ସମାଜ ସୁଧାରକ, ପ୍ରଖ୍ୟାତ ରାଜନେତା, ବକ୍ତା, କବି, ଔପନ୍ୟାସିକ, ପ୍ରସିଦ୍ଧ ଇତିହାସକାର ଏବଂ ପତ୍ରକାର ମଧ୍ୟ ଥିଲେ । ସେ ହେଉଛନ୍ତି ଓଡ଼ିଆ ଅସ୍ମିତାର ଜୀବନ୍ତ ଷ୍ଟେଟ୍ସମ୍ୟାନ । ଓଡ଼ିଶାକୁ ନେଇ ତାଙ୍କ ଦ୍ୱାରା ଲିଖିତ ଇତିହାସ ଭବିଷ୍ୟତର ଆଇନା ଭାବେ କାମ କରୁଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଗୁରୁବାର ନୂଆଦିଲ୍ଲୀରେ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସମାରୋହର ଉଦଘାଟନ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ସୁପୁତ୍ର ଉତ୍କଳ କେଶରୀ ଡ଼. ମହତାବ ଦେଶର ଅନନ୍ୟ ପ୍ରତିଭା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନଙ୍କ କହିଥିଲେ ଯଦି ଆପଣ ଚାହୁଁଛନ୍ତି, ଆପଣଙ୍କ ମୃତ୍ୟୁ ପରେ ଆପଣଙ୍କ ନାମ ସ୍ମରଣ କରାଯାଉ ତେବେ ଲେଖିବା ଭଳି କିଛି କାମ କରନ୍ତୁ ନଚେତ୍ ପଢିବା ଭଳି କିଛି ଲେଖନ୍ତୁ (Either do something worth writing or Write something worth reading) । ମହତାବ ଏଭଳି କିଛି କାମ କରିଛନ୍ତି ଯାହାଙ୍କ ନାମରେ ଇତିହାସ ଲେଖାଯାଇଛି । ମହତାବ ଏପରି କିଛି ଲେଖିଛନ୍ତି, ଯାହା ଆମେ ଇତିହାସ ନାମରେ ଆମେ ପଢୁଛୁ, ଯେଉଁ ଇତିହାସ ଭବିଷ୍ୟତର ଆଇନା ଭାବେ କାମ କରୁଛି ବୋଲି ସେ କହିଛନ୍ତି ।
ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ୧୯୩୬ ମସିହା ଏପ୍ରିଲ ପହିଲାରେ ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ମାନ୍ୟତା ପାଇଥିଲା । ସେହି ସମୟରୁ ରାଜ୍ୟରେ ଏକ ପ୍ରଶାସନିକ ସୁବ୍ୟବସ୍ଥା ଢାଞ୍ଚା ଗଠନ ହେଲା । ଏ ଦିଗରେ ଡଃ ମହତାବଙ୍କ ବଡ ଭୂମିକା ଥିଲା । ପରାଧୀନ ମାନସିକତା ଢାଞ୍ଚାରୁ ମୁକ୍ତି ପାଇବା ପାଇଁ ସେ ଐତିହାସିକ ଉଦ୍ୟମ କରିଥିଲେ । ଦେଶ ଯେତେବେଳେ ଇଂରାଜୀଙ୍କ ଗୁଲାମୀର ଶାସନରେ ଚାଲୁଥିଲା, ସମ୍ଭ୍ରାନ୍ତ ପରିବାରରୁ ଆସିଥିବା ଡଃ ମହତାବ ସୁଖ, ସ୍ୱାଚ୍ଛନ୍ଦ୍ୟ ଓ ବୈଭବକୁ ତ୍ୟାଗ କରି ଦେଶ, ଜାତି, ଭାଷା, ସଂସ୍କୃତି ପାଇଁ ଇଂରେଜ ଶାସନ ଏବଂ ପରାଧୀନତା ବିରୋଧରେ ନିଜର ସଂଘର୍ଷ ଜାରି ରଖିଥିଲେ । ଏଥିପାଇଁ ଆମେ ତାଙ୍କୁ ଶ୍ରଦ୍ଧାରେ ଉତ୍କଳ କେଶରୀ ବୋଲି ସମ୍ବୋଧନ କରୁଅଛେ ।
ସମାଜ ଜୀବନରେ ମହତାବ ଅନ୍ତିମ ସମୟରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଯାଇ ଲୋକକଳାକୁ ଉଜାଗର କରିଥିଲେ । ଉଦ୍ଦେଶ୍ୟ ଥିଲା ରାଷ୍ଟ୍ରୀୟ ସଂହତି ,ରାଜ୍ୟରେ ଏକତା ଆଣିବା ଓ ନୂଆପିଢିକୁ ପ୍ରେରିତ କରିବା । ମହତାବ ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ନୂଆପିଢିଙ୍କୁ ପ୍ରେରିତ କରୁଥିବା, ଯାହା ତାଙ୍କର ବିରଳ ବ୍ୟକ୍ତିତ୍ୱକୁ ଦର୍ଶାଉଛି । ସେ ମାଷ୍ଟର ଷ୍ଟେଟ୍ସମ୍ୟାନ ଭାବେ କାମ କରିଥିଲେ । ଓଡ଼ିଶା ଭିତରେ ମହତାବଙ୍କ ବ୍ୟକ୍ତିଗତ ଛାପ ଅଛି । ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ସମୟରେ ତାଙ୍କର ନିର୍ଣ୍ଣୟ କ୍ରମେ ମନ୍ଦିରମାଳିନୀ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ହୋଇଥିଲା ।
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ମହତାବ ଭାରତର ଛୋଟ ରାଜ୍ୟ ଓ ଗଡଜାତ ରାଜ୍ୟକୁ ଭାରତର ଅଖଣ୍ଡତା ସହ ଯୋଡିଥିଲେ । ଡଃ ମହତାବ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ସମୟରେ ହୀରାକୁଦ ଡ୍ୟାମର ନିର୍ମାଣ ହୋଇଥିଲା । ଏହି କାମରୁ ଅନୁମେୟ ଯେ ସେ ଥିଲେ ଜଣେ ଯୁଗଦ୍ରଷ୍ଟା, ଜଣେ ରାଷ୍ଟ୍ର ପୁରୁଷ । ତାଙ୍କର ସାମାଜିକ କାର୍ଯ୍ୟ, ସାହିତ୍ୟର ସୃଜନଶୀଳତା, ସାମ୍ବାଦିକତାର ସୁକ୍ଷ୍ମ ଦୂରଦୃଷ୍ଟି ଥିଲା ଅସାଧାରଣ । ମହତାବଙ୍କ ବିଚାରର ଅନୁଯାୟୀ ଭାବେ ମୁଁ ସୌଭାଗ୍ୟଶାଳୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଡଃ ମହତାବଙ୍କ ଦ୍ୱାରା ଲିଖିତ ‘ଗାଁ ମଜିଲିସ’ରେ ଦେଶ ସମାଜର ସ୍ଥିତି, ସୁଧାର, ସମାଜ ନିର୍ମାଣର ନିଚ୍ଛକ ଚିତ୍ର ଥିଲା । ମହତାବ ଜଣେ ବ୍ୟକ୍ତି ନ ଥିଲେ, ଥିଲେ ଜଣେ ଚରିତ୍ର, ବିଚାରଧାରା, ସଂସ୍କୃତି ଓ ଆଇଡିଆ । ତାଙ୍କ ଦ୍ୱାରା ଲିଖିତ ଗାଁ ମଜିଲିସ ପଢିବା ପାଇଁ ଓଡ଼ିଆ ନୂଆପିଢିକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ଓଡ଼ିଶା ମାତ୍ର ୧୨ ବର୍ଷ ପରେ ୧୯୩୬ରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ଡଃ ମହତାବଙ୍କ ବିଚାରରେ ଆଗକୁ ବଢିବା ପାଇଁ ସେ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଡଃ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ବର୍ଣ୍ଣାଢ୍ୟ ସମାରୋହର ଆୟୋଜନ କରି ଜାତୀୟ ସ୍ତରରେ ଓଡ଼ିଶାର ମର୍ଯ୍ୟାଦା ବଢାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଉଛି । ସେହିପରି ଓଡ଼ିଶାରେ ଶୀର୍ଷ କିମିଟି ଗଠନ କରି ଡ.ମହତାବଙ୍କ ସ୍ମରଣାର୍ଥେ ଏକବର୍ଷ ବ୍ୟାପୀ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଯୋଜନା କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହି କାର୍ଯ୍ୟକ୍ରମରେ ଡଃ ମହତାବଙ୍କ ଉପରେ ଏକ ସ୍ମାରକୀ ଡାକଟିକଟ ଓ ମୁଦ୍ରା ଉନ୍ମୋଚନ ସହ ଓଡ଼ିଆରେ ମୋନୋଗ୍ରାଫ୍, ‘ଗାଁ ମଜଲିସ’ର ଇଂରାଜୀ ଓ ହିନ୍ଦୀ ଅନୁବାଦ ମଧ୍ୟ ଉନ୍ମୋଚନ କରାଯାଇଥିଲା । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ଶିଖାଓ୍ୱତ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କଟକ ଲୋକସଭା ସଂସଦ ଶ୍ରୀ ଭର୍ତ୍ତୃହରି ମହତାବ ପ୍ରମୁଖ ଏହି ସାମରୋହରେ ଉପସ୍ଥିତ ଥିଲେ ।















![Ornab]over Eastcentral and adjoining Westcentral Bay of Bengal moved westwards with a speed of 15 kmph during last 6 hours, lay centered at 0830 hrs IST of 26th October over the same region near latitude 15.4°N and longitude 88.5°E, 580 km southeast of Gopalpur (Odisha), 610 km east-southeast of Vishakhapatnam (Andhra Pradesh), 620 km northwest of Sri Vijaya Puram (Andaman Islands), 690 km east-southeast of Kakinada (Andhra Pradesh), 790 km east-southeast of Machilipatnam (Andhra Pradesh) and 860 km east-southeast of Bapatla (Andhra Pradesh)](https://indianewsdiary.com/wp-content/uploads/2018/10/cyclone-and-heavy-rain-100x70.jpg)









