By Our Correspondent
BHUBANESWAR: ବର୍ତ୍ତମାନ ସମୟରେ ଭାରତ ଚତୁର୍ଥ ଶିଳ୍ପ ବିପ୍ଳବର ନେତୃତ୍ୱ ନେବାକୁ ଯାଉଛି । ସାମ୍ପ୍ରତିକ ସମୟରେ ଛାତ୍ରଛାତ୍ରୀମାନେ ଏହି ସୁଯୋଗର ସମ୍ପୂର୍ଣ୍ଣ ଭାବରେ ଉପଯୋଗ କରିବା ସହ ୨୦୪୭ ସୁଦ୍ଧା ଭାରତକୁ ଏକ ମେଗା ମହାଶକ୍ତିରେ ପରିଣତ କରିବା ଦିଗରେ ଦାୟିତ୍ୱ ନିର୍ବାହ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶନିବାର ଜାମସେଦପୁର ସ୍ଥିତ ଏକ୍ସଏଲଆରଆଇ – ଜାଭିୟର୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟର ପ୍ଲାଟିନମ୍ ଜୁବୁଲି ଉତ୍ସବର ସମାପନୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହି ଆହ୍ୱାନ କରିଛନ୍ତି ।
ଏହି ଶିକ୍ଷାନୁଷ୍ଠାନ ୭୫ ବର୍ଷର ଗୌରବମୟ ପୂର୍ତ୍ତି ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଯେ ଭାରତ ଯେତେବେଳେ ସମ୍ବିଧାନ ଗୃହୀତ ଓ ପ୍ରଣୟନ ହେବାର ୭୫ତମ ବାର୍ଷିକୀ ପାଳନ ପାଳନ କରୁଛି, ସେତେବେଳେ ଏକ୍ସଏଲଆରଆଇ – ଜାଭିୟର୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ୭୫ ବର୍ଷର ଶିକ୍ଷାର ଉତ୍କର୍ଷତାକୁ ଉତ୍ସବ ଭାବରେ ପାଳନ କରିବା ସୌଭାଗ୍ୟର ବିଷୟ । ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଏହି ଶିକ୍ଷାନୁଷ୍ଠାନ ରାଷ୍ଟ୍ର ନିର୍ମାଣରେ ଅତୁଳନୀୟ ଯୋଗଦାନ ରଖିଛି ।
ସେ ଆହୁରି କହିଛନ୍ତି ଯେ ଜାମସେଦପୁର ଏବଂ ଏକ୍ସଏଲଆରଆଇର ଏକ ସ୍ୱତନ୍ତ୍ର ପରିଚୟ, ସଂସ୍କୃତି, ନୈତିକତା ଓ ମୂଲ୍ୟବୋଧ ରହିଛି । ଅନୁଷ୍ଠାନର ପୂର୍ବତନ ଛାତ୍ରଛାତ୍ରୀମାନେ ସମଗ୍ର ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଉଭୟ ଭାରତ ଏବଂ ବିଶ୍ୱକୁ ମ୍ୟାନେଜମେଣ୍ଟର ନେତୃତ୍ୱ ପ୍ରଦାନ କରିଛନ୍ତି ।
ଗତ ସାତ ଦଶନ୍ଧି ଧରି ଏହି ଅନୁଷ୍ଠାନ ମ୍ୟାନେଜମେଣ୍ଟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଶ୍ରେଷ୍ଠତାର ପ୍ରତୀକ ପାଲଟିଛି । ଏହି ଅନୁଷ୍ଠାନ ନିଜର ୭୫ ବର୍ଷ ପୁରୁଣା ସମୃଦ୍ଧ ପରମ୍ପରାକୁ ଆଧାର କରି ବହୁମୁଖୀ ମ୍ୟାନେଜମେଣ୍ଟ ଶିକ୍ଷା, ନବସୃଜନରେ ନୂଆ ଦିଗ ଯୋଡିବା ସହ ଅଧିକ ଓ୍ୱେଲଥ୍ ଏବଂ ନିଯୁକ୍ତିଦାତା ସୃଷ୍ଟି କରିବା ପାଇଁ ପ୍ରତିବଦ୍ଧ ହେବା ଦରକାର ।
ଏହି ଅବସରରେ ଶ୍ରୀ ପ୍ରଧାନ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ମାନିତ ହୋଇଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ଶିକ୍ଷାନୁଷ୍ଠାନ କ୍ୟାମ୍ପସ ପରିଦର୍ଶନ କରିଥିଲେ ।
![Ornab]over Eastcentral and adjoining Westcentral Bay of Bengal moved westwards with a speed of 15 kmph during last 6 hours, lay centered at 0830 hrs IST of 26th October over the same region near latitude 15.4°N and longitude 88.5°E, 580 km southeast of Gopalpur (Odisha), 610 km east-southeast of Vishakhapatnam (Andhra Pradesh), 620 km northwest of Sri Vijaya Puram (Andaman Islands), 690 km east-southeast of Kakinada (Andhra Pradesh), 790 km east-southeast of Machilipatnam (Andhra Pradesh) and 860 km east-southeast of Bapatla (Andhra Pradesh)](https://indianewsdiary.com/wp-content/uploads/2018/10/cyclone-and-heavy-rain-218x150.jpg)
























