
By Our Correspondent
BHUBANESWAR: ଓଡ଼ିଶା ରାଜ୍ୟ ଜଳସମ୍ପଦ ବିଭାଗ ଏବଂ ଆଇଆଇଟି, ଗୌହାଟୀ ମଧ୍ୟରେ “ବ୍ରାହ୍ମଣୀ ନଦୀ ଡେଲଟା ପୁନରୁଦ୍ଧାର ପାଇଁ “ଭୌତିକ ଏବଂ ଗାଣିତିକ ନଦୀ ମଡେଲିଂ ଅଧ୍ୟୟନ” ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ପତ୍ର ଜଳ ସଂପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏବଂ ଉନ୍ନୟନ କମିଶନର-ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଥିଲା।
ବ୍ରାହ୍ମଣୀ ନଦୀ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ପ୍ରବାହିତ ହେଉଛି। ନଦୀର ୧୩୦ କିଲୋମିଟର ଦୂରରେ ରେଙ୍ଗାଲିଠାରେ ଏକ ନଦୀବନ୍ଧ ଏବଂ ରେଙ୍ଗାଲି ଡ୍ୟାମର ପ୍ରାୟ ୩୫ କିଲୋମିଟର ତଳ ମୁଣ୍ଡରେ ସମଲଠାରେ ଏକ ବ୍ୟାରେଜ ନିର୍ମାଣ କରାଯାଇଛି।
ନଦୀ ପ୍ରଣାଳୀକୁ ପୁନରୁଦ୍ଧାର କରିବା ପାଇଁ ଢାଞ୍ଚାଗୁଡ଼ିକର ଉପଯୁକ୍ତ କାର୍ଯ୍ୟକାରିତା ଏବଂ ଜଳ ପ୍ରବାହର ଆନୁପାତିକ ବଣ୍ଟନ ପାଇଁ ବୈଷୟିକ ଦିଗ ନିର୍ଣ୍ଣୟ କରିବା ପାଇଁ ଅନ୍ତଃନଦୀ ନିର୍ମାଣ ପୂର୍ବରୁ ମଡେଲ ଅଧ୍ୟୟନର ଆବଶ୍ୟକତାକୁ ଉପଲବ୍ଧ କରି ଆଇଆଇଟି,ଗୌହାଟୀ ସହିତ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।








![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)


















