By Our Correspondent
BHUBANESWAR: ଓଡ଼ିଶାର ପ୍ରତିଭାସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ କରି ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରୀୟ ସ୍ତରରେ ସର୍ବୋପରି ଓଡିଶାର ପ୍ରତିଭାକୁ ସର୍ବୋକୃଷ୍ଟ ସମ୍ମାନ ଦେଇଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମୋଦି ସରକାରରେ ଓଡ଼ିଶାର ସାଧାରଣ ଲୋକଙ୍କ ଅସାଧାରଣ କୃତିତ୍ୱକୁ ସମ୍ମାନ ଦେଇ ପଦ୍ମ ପୁରସ୍କାରରେ ସମ୍ମାନିତ କରିଥିବାରୁ ଶ୍ରୀ ପ୍ରଧାନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଓଡିଶା ସମେତ ସମସ୍ତ ପ୍ରତିଭାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ସମସ୍ତ ଓଡିଆଙ୍କ ପାଇଁ ଓଡ଼ିଶାବାସୀ ଗର୍ବିତ ବୋଲି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେ ଟ୍ୱିଟ୍ କରିଛନ୍ତି ଯେ ପଦ୍ମ ପୁରସ୍କାର ଆଜି ତୃଣମୂଳ ସ୍ତରରେ ଅସାଧାରଣ କାର୍ଯ୍ୟ କରିଥିବା ଯୋଗ୍ୟ ବ୍ୟକ୍ତିଙ୍କ ଅବଦାନକୁ ମାନ୍ୟତା ଦେଉଛି । ଦେଶ ସେମାନଙ୍କର ସଫଳତାକୁ ମର୍ମେ ମର୍ମେ ଅନୁଭବ କରିବା ସହ ପ୍ରଶଂସା କରୁଅଛି । କଳା କ୍ଷେତ୍ରରେ ଓଡ଼ିଶାର ବିଶିଷ୍ଟ କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁର, କୃଷି କ୍ଷେତ୍ରରେ ପତାୟତ ସାହୁ, ସାହିତ୍ୟ କ୍ଷେତ୍ରରେ ବିଶିଷ୍ଟ ଲେଖକ, ସ୍ତମ୍ଭକାର ତଥା ଭାଷା ଓ ସଂସ୍କୃତି ଗବେଷକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଓ କଳା କ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ରଙ୍ଗବତୀ ଗୀତର ଗାୟିକା କ୍ରୀଷ୍ଣା ପଟେଲ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇବା ପାଇଁ ମନୋନୀତ ହେବା ଗୌରବ ବିଷୟ ।
ପ୍ରତ୍ୟେକ୍ତ ବ୍ୟକ୍ତି ଓଡ଼ିଶା ପାଇଁ ଗର୍ବ । ଓଡ଼ିଶାର ମାନବପୁଞ୍ଜିକୁ ପରିଚୟ ଦେବା ସହ ସମ୍ମାନିତ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପରମ୍ପରା । ଆଜି ପଦ୍ମ ପୁରସ୍କାର ଏକ ପୁରସ୍କାରରୁ ଉର୍ଦ୍ଧ୍ୱରେ ରହିଛି । ଏହା ଆମର ବିବିଧତା ଏବଂ ଦକ୍ଷତାକୁ ଦେବା ସହ ଦେଶ ନିର୍ମାଣରେ ଉଲ୍ଲେଖନୀୟ ଅବଦାନ ପାଇଁ ସାଧାରଣ ନାଗରିକଙ୍କୁ ସମ୍ମାନ କରୁଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।












![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-100x70.png)












