By Our Correspondent
BHUBANESWAR: ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜୁ ଜନତା ଦଳ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ରେ ଜାରି ରଖିଛି ଜନସମ୍ପର୍କ ପଦଯାତ୍ରା। ସେହି କ୍ରମରେ ଆଜି ଉତ୍ତର ନିର୍ବାଚନ ମଣ୍ଡଳୀ ର ୨୫ ନମ୍ବର ୱାର୍ଡ ଠାରେ ଶତାଧିକ ପରିବାରଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ।
ନବୀନ ଓଡିଶା ର ବାର୍ତ୍ତା କୁ ଆଇ ଆର୍ ସି ଭିଲେଜ୍ ଅଞ୍ଚଳର ଅଧିବାସୀ ବୃନ୍ଦ ଅକୁଣ୍ଠ ସମର୍ଥନ ଦେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ଵଚ୍ଛ ଲୋକାଭିମୁଖୀ ଶାସନ କୁ ସ୍ଵାକ୍ଷର ଦେଇଥିଲେ। କିଛି ସମୟ ପାଇଁ ଲୋକାରଣ୍ୟ ହୋଇଥିଲା ଅଞ୍ଚଳର ଗଳିକନ୍ଦି ।
ପଦଯାତ୍ରା ରେ ମାନ୍ୟବର ବିଧାୟକ ଭୁବନେଶ୍ବର ଉତ୍ତର ଶ୍ରୀ ସୁଶାନ୍ତ କୁମାର ରାଉତ ଏବଂ ମେୟର ଶ୍ରୀମତୀ ସୁଲୋଚନା ଦାସ ଅତିଥି ଭାବେ ଯୋଗଦେଇ ବିଜୁ ଜନତା ଦଳକୁ ବିପୁଳ ଜନସମର୍ଥନ ଦେଇ ଷଷ୍ଠ ଥର ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଆଶୀର୍ବାଦ କରିବା ପାଇଁ ନିବେଦନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ମତ୍ସ ନିଗମ ଅଧ୍ୟକ୍ଷ ସୁବାଷ ପାତ୍ର, କର୍ପୋରେଟର ଭାରତୀ ସିଂହ ଙ୍କ ସମେତ ବହୁ ତୁଙ୍ଗ ନେତୃମଣ୍ଡଳୀ ଯୋଗଦେଇ ଥିଲେ। କର୍ପୋରେଟର ମାନସୀ ସୁନ୍ଦର ରାୟ ଙ୍କ ନେତୃତ୍ଵରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଅଞ୍ଚଳର ବରିଷ୍ଠ ନାଗରିକ, ମିଶନ ଶକ୍ତି ମହିଳା, ବସ୍ତି ଉନ୍ନୟନ ସଂଘ, ଯୁବଗୋଷ୍ଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।