By Our Correspondent
BHUBANESWAR: ଆଗାମୀ ଦୁଇଦିନ ଦିନରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନା ନଥିବା ବେଳେ , ପରବର୍ତୀ ସମୟରେ କାଳବୈଶାଖୀ ପ୍ରଭାବରେ ଦିନ ତାପମାତ୍ରାରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ସାମାନ୍ୟ ହ୍ରାସ ସମ୍ଭାବନା ରହିଛି.
ଭାରତପାଣିପାଗ ବିଭାଗର ବିସ୍ତାରିତ ପରିସର ଆକଳନ ଅନୁଯାୟୀ, ୨୬ ଅପ୍ରେଲ ରୁ ୨ ମଇ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ର ମଧ୍ୟମ ଧରଣର ସମ୍ଭାବନା (୩୪% ରୁ ୬୭%) ରହିଛି |
ଆଜି ରାଜଧାନୀ: ତାପମାତ୍ରା 31.8°C ଆଦ୍ରତା 76%. ଗତକାଲି: ତାପମାତ୍ରା 33.4°C ଆଦ୍ରତା 64%.
ଅନୁଭୂତ ତାପମାତ୍ରା : ଉଭୟ ଗତକାଲି ଏବଂ ଆଜି 42°C, ଗତ କାଲି ତାପମାତ୍ରା ଅଧିକ ଥିଲେ ବି ଆଜି ଆଦ୍ରତା ର ମାତ୍ରା ଅଧିକ ହେତୁ ଅନୁଭୂତ ତାପମାତ୍ରା ରେ କୌଣସି ପରିବର୍ତ୍ତନ ହୋଇନାହିଁ.