ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘର ଅନ୍ତର୍ଜାତୀୟ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ, ଆମର ଜ୍ଞାନ ପରମ୍ପରାକୁ ପୁର୍ନଜାଗରଣ କରିବା ସହ ଆଧୁନିକ ବିଜ୍ଞାନ, ଗବେଷଣା ଏବଂ ନବସୃଜନ ସହ ଯୋଡିବାକୁ ହେବ- ଧର୍ମେନ୍ଦ୍ର ପ୍ରଧାନ

0
235

By Our Correspondent

BHUBANESWAR:  ଭାରତକୁ ପରାଧୀନ କରି ରଖିବା ପାଇଁ ଅନେକ ଆକ୍ରମଣକାରୀମାନେ ଆମର ଜ୍ଞାନ ପରମ୍ପରା ପ୍ରତି ସବୁଠୁ ଅଧିକ କ୍ଷତି ପହଞ୍ଚାଇଛନ୍ତି । ଆଜି ଯେତେବେଳେ ଆମେ ଏକବିଂଶ ଶତାବ୍ଦୀରେ ବିକଶିତ ଭାରତ ନିର୍ମାଣ କରିବା ପାଇଁ ଅଗ୍ରସର ହେଉଛୁ, ସେଥିପାଇଁ ଆମକୁ ଆମର ଜ୍ଞାନ ପରମ୍ପରାକୁ ପୁର୍ନଜାଗରଣ କରିବା ସହ ଏହାକୁ ଆଧୁନିକ ବିଜ୍ଞାନ, ଗବଷେଣା ଏବଂ ନବସୃଜନ ସହ ମଧ୍ୟ ଯୋଡିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରବିବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘ(ଏବିଆରଏସଏମ) ଦ୍ୱାରା ଆୟୋଜିତ ‘ସ୍ୱଦେଶୀ ଜ୍ଞାନ ପରମ୍ପରା ଏବଂ ସ୍ଥାୟୀ ବିକାଶ’ ଉପରେ ଆୟୋଜିତ ଆନ୍ତର୍ଜାତୀୟ ସମ୍ମିଳନୀର ଉଦଘାଟନ ସମାରୋହକୁ ସମ୍ବୋଧିତ କରି କହଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଭାରତ ଏକ ବହୁଭାଷୀ ରାଷ୍ଟ୍ର ।

ଆମେ ଆମର ଏକତା ଏବଂ ବିବିଧତାରେ ବିଶ୍ୱାସ ରଖନ୍ତି । ଭାରତକୁ ଏକ ହଜାର ବର୍ଷ ପର୍ଯ୍ୟନ୍ତ ଅନେକ ଶାସନ କରିବା ସହ ଆମର ଧନ, ସମ୍ପତ୍ତି ଲୁଟିବା ସହ ଐତିହ୍ୟକୁ କ୍ଷୁର୍ଣ୍ଣ କରିଛନ୍ତି । ଏଥିରେ ଯଦି ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି, ତେବେ ତାହା ହେଉଛି ଆମର ଜ୍ଞାନ ପରମ୍ପରା । ଆମର ପୁରାତନ ଶାସ୍ତ୍ର ଗୁଡ଼ିକରେ ଆଚରଣ ଏବଂ ଜୀବନ ମୂଲ୍ୟବୋଧର ଏକ ଅନନ୍ୟ ବାଖ୍ୟା ପ୍ରଦାନ କରାଯାଇଛି । ମହାଭାରତର ଗୀତା ଦର୍ଶନ ଆଜି ବି ନୈତିକତା ପରିଚାଳନାର ସର୍ବଶ୍ରେଷ୍ଠ ପୁସ୍ତକର ଉଦାହରଣ । ଆମକୁ ସେହି ପ୍ରଭାବୀ ବିଚାର ଗୁଡିକୁ ଆଧୁନିକ ଜୀବନ ପ୍ରବାହରେ ଅନୁରୂପ ଭାବେ ଯୋଡି ସମାଜ ଆଗରେ ଉପସ୍ଥାପନ କରିବାର ମାର୍ଗ ଅନ୍ୱେଷଣ କରିବାକୁ ହେବ ।

ଏକବିଂଶ ଶତାବ୍ଦୀରେ ଦେଶରେ ନୂତନ ଜାତୀୟ ଶିକ୍ଷା ନୀତି ଲାଗୁ ହେଉଛି । ପ୍ରଧାନମନ୍ତ୍ରୀ ସମସ୍ତ ଭାଷାକୁ ରାଷ୍ଟ୍ରୀୟ ଭାଷା ବୋଲି କହିଛନ୍ତି । ଭାଷା ଆମ ଭାରତୀୟ ସଭ୍ୟତାରେ ଏକ ସେତୁ ବନ୍ଧ ପରି କାମ କରୁଛି । ପିଏମଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି ଏହି ଭାବନାକୁ ଆଗକୁ ନେଇ ଭାରତୀୟ ଶିକ୍ଷା ପ୍ରଣାଳୀକୁ ଭାରତୀୟ ଭାଷାରେ ପ୍ରଯୁକ୍ତିବିଦ୍ୟା, ଡିଜିଟାଲାଇଜେସନ୍‌, ଏଆଇ ଭଳି ବିଷୟକୁ ଯୋଡି ଏକ ବହୁମୁଖୀ, ସାମଗ୍ରିକ ତଥା ଦକ୍ଷତା ଆଧାରିତ ଶିକ୍ଷା ପ୍ରଣାଳୀକୁ ଆଗକୁ ନେଉଛି । ଦେଶରେ ଥିବା କୀର୍ତିି ରାଜି ଓ  ଐତିହ୍ୟର ନିର୍ମାଣ ମଧ୍ୟ ଆଜିର ଦିନରେ ଭାବିବା ବହୁତ ଆଶ୍ଚର୍ଯ୍ୟଜନକ ମନେହୁଏ । ଆମକୁ ଆମର ଏହି ପ୍ରାଚୀନ ଐତିହ୍ୟ ଓ ବିଚାରଗୁଡ଼ିକୁ ନୂଆ କୌଶଳ ଏବଂ ଆଧୁନିକ ଦୃଷ୍ଟିକୋଣ ମାଧ୍ୟମରେ ବୁଝିବା ସହ ସମାଜ ସମ୍ମୁଖରେ ଉପସ୍ଥାପନ କରିବା ଆବଶ୍ୟକ । ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘର ଏହି ଦୁଇଦିନିଆ ସମ୍ମିଳନୀ ଏହି ଦିଗରେ ଗୁରୁତ୍ଵପୂର୍ଣ୍ଣ ଚିନ୍ତନ କରିବ ।

ଆଜିର ଭାରତର ଦାୟିତ୍ୱ କେବଳ ଦେଶର ଭୂଗୋଳ ପର୍ଯ୍ୟନ୍ତ ସୀମିତ ନୁହେଁ । ଭାରତର ଯୁବପିଢ଼ିଙ୍କ କାନ୍ଧରେ ବିଶ୍ୱ ଆବଶ୍ୟକତାକୁ ପୂରଣ କରିବାର ଦାୟିତ୍ୱ ମଧ୍ୟ ଅଛି । ଏଥିପାଇଁ ଜାତୀୟ ଶିକ୍ଷାନୀତି ଏବଂ ଆମର ଶିକ୍ଷା ପ୍ରଣାଳୀର ମୂଳ ଆଧାରରେ ଦେଶ ଯେଉଁ ନାଗରିକଙ୍କୁ ତିଆରି କରିବ, ସେମାନେ କେବଳ ଭାରତ ପାଇଁ ନୁହେଁ, ସମଗ୍ର ବିଶ୍ୱର ଆବଶ୍ୟକତାକୁ ପୂରଣ କରିବେ। ଯଦି ଆମେ ଆମ ନୂତନ ପିଢ଼ିକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ଚାହୁଁଛୁ, ତା’ହେଲେ ଆମ ଶିକ୍ଷକମାନଙ୍କ ଆବଶ୍ୟକତାକୁ ପୂରଣ କରିବା ଆବଶ୍ୟକ । ଆମର ଶିକ୍ଷକ ଚାପମୁକ୍ତ ହେଲେ ହିଁ ସେମାନେ ଆମର ଯୁବବର୍ଗମାନଙ୍କୁ କେବଳ ଭାରତର ନୁହେଁ, ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକର ସମାଧାନ ଖୋଜିବା ପାଇଁ ପ୍ରସ୍ତୁତ କରିପାରିବେ । ତେବେ ଯାଇ ବିକଶିତ ଭାରତର ନିର୍ମାଣ ସଫଳ ହେବ ।

ଏହି ଅବସରରେ ଶ୍ରୀ ପ୍ରଧାନ ଶିକ୍ଷାର ବିକାଶ ପାଇଁ ଭାରତ ସରକାର ନେଉଥିବା ପଦକ୍ଷେପ ଏବଂ ଚଳିତ କେନ୍ଦ୍ର ବଜେଟରେ ହୋଇଥିବା ଭାରତୀୟ ଭାଷା ପୁସ୍ତକ ଯୋଜନା ଓ ଅନ୍ୟ ବ୍ୟବସ୍ଥା ଉପରେ ମଧ୍ୟ ଆଲୋକପାତ କରିଥିଲେ ।

 

 

 

LEAVE A REPLY

Please enter your comment!
Please enter your name here