Union Forest-Environment Minister orders probe into Elephant deaths in Odisha

0
509

By Our Correspondent

BHUBANESWAR: ଓଡ଼ିଶାରେ ବଢ଼ୁଥିବା ହାତୀ ମୃତ୍ୟୁ ଘଟଣା ନେଇ ଉଦବେଗ ପ୍ରକାଶ କରିବା ସହ ଏହା ଚିନ୍ତାଜନକ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ୍ ରିଛନ୍ତି ଯେ ଓଡ଼ିଶାର ଘଞ୍ଚ ଜଙ୍ଗଲ ଏବଂ ବନ୍ୟପ୍ରାଣୀ ଆମ ରାଜ୍ୟର ଅନନ୍ୟ ପରିଚୟ । ପ୍ରକୃତି ଓ ପର୍ଯ୍ୟାବରଣରେ ହାତୀ ମାନଙ୍କର ସ୍ଥାନ ସ୍ୱତନ୍ତ୍ର । ମାତ୍ର ଦୀର୍ଘ ବର୍ଷ ଧରି ରାଜ୍ୟରେ ବଢ଼ୁଥିବା ହାତୀ ମୃତ୍ୟୁ ଘଟଣା ବେଶ୍ ଉଦବେଗଜନକ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଓଡ଼ିଶା ପରି ହାତୀ ବହୁଳ ରାଜ୍ୟରେ ବିଗତ 12 ବର୍ଷରେ ପ୍ରାୟ 947ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଶୀକାରୀଙ୍କ ଗୁଳି, ବିଷ ପ୍ରୟୋଗ, ବ୍ୟବସ୍ଥାର ତ୍ରୁଟିରୁ ବିଦ୍ୟୁତ୍ ଆଘାତ ବା ଦୁର୍ଘଟଣା ଯୋଗୁଁ ଅନେକ ହାତୀଙ୍କ ମୃତ୍ୟୁ ଘଟିବା ଚିନ୍ତାର ବିଷୟ । ନିକଟ ଅତୀତରେ କଟକ ଜିଲ୍ଲାରେ ଗୁଳିବିଦ୍ଧ ହାତୀର ମୃତ୍ୟୁ ବନ୍ୟପ୍ରାଣୀ ଓ ପ୍ରକୃତିପ୍ରେମୀଙ୍କୁ ଦୁଃଖ ଦେଇଛି । ହାତୀ ସୁରକ୍ଷା ପାଇଁ ସମୟୋପଯୋଗୀ ପଦକ୍ଷେପ ନେବା ଜରୁରୀ । ରାଜ୍ୟ ସରକାର ଅବିଳମ୍ବେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ସହ ଶୀକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିତ୍ୟାନ୍ତ ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

ଅପରପକ୍ଷରେ ଓଡ଼ିଶାରେ ବଢ଼ୁଥିବା ହାତୀ ମୃତ୍ୟୁ ଘଟଣା ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି ଉଦବେଗ ପ୍ରକାଶ କରିବା ପରେ ଶିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ତତ୍ପରତା ପ୍ରକାଶ ପାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଏ ପ୍ରସଙ୍ଗରେ ଟ୍ୱିଟ୍ କରି କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀ ପ୍ରଧାନଙ୍କ ହାତୀ ମୃତ୍ୟୁ ମାମଲାର ଟ୍ୱିଟକୁ ରିଟ୍ୱିଟ୍ କରି ସେ କହିଛନ୍ତି ଯେ ହାତୀ ହେଉଛି ଆମର ଐତିହ୍ୟ ପ୍ରାଣୀ ଏବଂ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁସାରେ ହାତୀଙ୍କୁ ସର୍ବୋଚ୍ଚ ସୁରକ୍ଷା ଦିଆଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଓଡିଶାରେ ବଢ଼ୁଥିବା ହାତୀ ମୃତ୍ୟୁକୁ ଗୁରୁତ୍ୱର ସହ ନେଇଛି । ଆମର ଐତିହ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଶିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । 

ଆଠଗଡ଼ରେ ହାତୀ ଗୁଳିବିଦ୍ଧ ଘଟଣାରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ  ଓଡ଼ିଶା ସରକାରଙ୍କ ପ୍ରିନ୍ସିପାଲ ଚିଫ୍ କନଜରଭେଟର ଅଫ୍ ଫରେଷ୍ଟ(ଓ୍ୱାଇଲ୍ଡ ଲାଇଫ) ଅଧିକାରୀଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ସହ ବନ୍ୟଜନ୍ତୁ ସୁରକ୍ଷା ଆଇନ-1972 ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here