Union Education Minister launches online course for Bachelor in Science in Electronic Systems by IIT–Madras

0
361

By Our Correspondent

NEW DELHI/BHUBANESWAR:  କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଇଆଇଟି ମାଡ୍ରାସ ଦ୍ୱାରା ଇଲେକ୍ଟ୍ରୋନିକ୍ସ ସିଷ୍ଟମ ବିଭାଗରେ ବିଏସସି ପାଇଁ ପ୍ରସ୍ତୁତ ଅନଲାଇନ ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଭଳି ପଦକ୍ଷେପ ଆମର ଯୁବଶକ୍ତିଙ୍କୁ ଏକବିଂଶ ଶତାବ୍ଦୀର ଜ୍ଞାନ, କୌଶଳ ଏବଂ ରୋଜଗାର ସହ ସମନ୍ୱୟ ରଖିବା ପାଇଁ ବିରାଟ ବଡ ସୁଯୋଗ ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଜାତୀୟ ଶିକ୍ଷା ନୀତିରେ ଶିକ୍ଷାର ଗୁଣାତ୍ମକ, ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ରୋଜଗାର ଏବଂ ମଲଟିପୁଲ ଏଣ୍ଟ୍ରି-ମଲଟିପୁଲ ଏକଜିଟ ପାଇଁ ପରାମର୍ଶ ଦିଆଯାଇଛି । ଏହି ଆଧାରରେ ଆଇଆଇଟି ମାଡ୍ରାସ ଏହି ନୂତନ ପାଠ୍ୟକ୍ରମ ଆରମ୍ଭ କରିବା ସ୍ୱାଗତଯୋଗ୍ୟ । ଏହି ଉଦ୍ୟମ ଦେଶର  ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନକୁ ବଢାଇବାରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ କଳ୍ପନାରେ ଅଧିକରୁ ଅଧିକ ଅନୁଷ୍ଠାନ ଏଭଳି କାର୍ଯ୍ୟକ୍ରମ ପାଇଁ ଆଗେଇ ଆସିବା ନେଇ ଶ୍ରୀ ପ୍ରଧାନ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି ।

ଭାରତ କେବଳ ଟେକ୍ନୋଲୋଜିର ଉପଭୋକ୍ତା ହେବା ଉଚିତ୍ ନୁହେଁ ବରଂ ନିଜର ମାନବଶକ୍ତି ମଧ୍ୟ ପ୍ରସ୍ତୁତ କରିବା ଉଚିତ୍ । ଆଇଆଇଟି ମାଡ୍ରାସର ଦ୍ୱାରା ପ୍ରସ୍ତୁତ ଏହି ପାଠ୍ୟକ୍ରମ ଆମ ପାଖରେ ଥିବା କାର୍ଯ୍ୟବଳର ଦକ୍ଷତା ସୁଧାର ଏବଂ ଭବିଷ୍ୟତ କାର୍ଯ୍ୟବଳକୁ ପ୍ରସ୍ତୁତ କରିବାର ଦୁଇଟି ଉଦ୍ଦେଶ୍ୟ ପୂରଣ କରିବ । ଶୁଭାରମ୍ଭ ହୋଇଥିବା ଅନଲାଇନ ବିଏସସି କୋର୍ସ ପାଇଁ ସାର୍ଟିଫିକେଟ, ଡିପ୍ଲୋମା, ଡିଗ୍ରୀ ସ୍ତରୀୟ ପ୍ରୋଗ୍ରାମ ବ୍ୟତିତ ଶ୍ରୀ ପ୍ରଧାନ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍ସ ପରିସଂସ୍ଥାନରେ ଏକ ମୌଳିକ ମଡ୍ୟୁଲ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ ।   

ନବସୃଜନ ଏବଂ ଗବେଷଣା ଯୁଗରେ ଆମେ ଡିଜିଟାଲ ବିଶ୍ୱବିଦ୍ୟାଳୟର ଯୋଜନା କରିଛୁ । ଏହି ନୂତନ ସମୟର ପାଠ୍ୟକ୍ରମ ଗବେଷଣାର ଗୁଣବତ୍ତାକୁ ବଢାଇବା ସଙ୍ଗେସଙ୍ଗେ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ କରିବା ସହ ରୋଜଗାରକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରୋତ୍ସାହିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here