By Our Correspondent
BHUBANESWAR: ପବିତ୍ର ‘ମକର ସଂକ୍ରାନ୍ତି ‘ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ ସ୍ଥିତ ଶ୍ରୀ ଗୋପାଳଜୀଉ ମନ୍ଦିରରେ ଦର୍ଶନ କରିବା ସହ ‘ସ୍ୱଚ୍ଛତା ଶ୍ରମଦାନ’ କରିଛନ୍ତି ।
ମନ୍ଦିରରେ ସଫେଇ କାର୍ଯ୍ୟ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରୀ ଗୋପାଳଜୀଉଙ୍କ ପୁରାତନ ମନ୍ଦିର ଦେବଗଡବାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ଅଟେ । ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବା ପାଇଁ ଆଉ ମାତ୍ର ୭ ଦିନ ବାକି ଅଛି । ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ପ୍ରଭୁ ଶ୍ରୀ ରାମଭକ୍ତଙ୍କ ମଧ୍ୟରେ ଅଭୁତପୂର୍ବ ଉତ୍ସାହ ଦେଖାଯାଇଛି ।
ଆଜି ଦେଶ ଯେତେବେଳେ ରାମମୟ ହୋଇଛି ଆମ ସମସ୍ତଙ୍କର ଦାୟିତ୍ୱ, ଆମେ ଆମର ନିକଟସ୍ଥ ଦେବାଳୟ, ଶକ୍ତିପୀଠ, ଗ୍ରାମ ଦେବତୀଙ୍କ ମନ୍ଦିର ତଥା ତୀର୍ଥସ୍ଥାନକୁ ସ୍ୱଚ୍ଛ ଓ ପବିତ୍ର ରଖିବା । ଜାନୁଆରୀ ୨୨ ତାରିଖରେ ଦୀପ ଜାଳି ଦିନଟିକୁ ଦୀପାବଳି ଉତ୍ସବ ଭାବରେ ପାଳନ କରିବା । ପ୍ରଭୁଙ୍କ ପାଖରେ ସମସ୍ତଙ୍କର ମଙ୍ଗଳ କାମନା କରୁଛି ।