By Our Correspondent
BHUBANESWAR: Pahal PS Case No-220, dtd-12.07.2023, U/S- 294/427/379/506/34 IPC.PO:Plot No.210/482/895, Janmejay Mouza, PS- Pahal, BBSR UPD.
Gist of the FIR:
ଆଜି ପାହାଳ ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ପାହାଳ ଥାନା ଅନ୍ତର୍ଗତ ଜନ୍ମେଜୟ ମଉଜା ଠାରେ ଏକ ପ୍ଲଟ କିଣିଥିଲେ । ସେଠାରେ ସେ ଏକ ଆଜବେଷ୍ଟ ଘର ତିଆରି କରି ପଶ୍ଚିମବଙ୍ଗ ଅଞ୍ଚଳର ଜାହାଙ୍ଗୀର ସାହାଙ୍କୁ ଭଡା ସୂତ୍ରରେ ଦେଇଥିଲେ । ନିମ୍ନୋକ୍ତ ଅଭିଯୁକ୍ତ ଜଣକ ୨୦୧୮ ମସିଆହରେ ଉକ୍ତ ପ୍ଲଟକୁ ଲାଗିକରି ଅନ୍ୟ ଏକ ପ୍ଳଟରେ ଥିବା ଘର କିଣିଥିଲେ ।
ଉକ୍ତ ଦୁଇ ପ୍ଳଟକୁ ନେଇ ଗତ ୨୦୧୮ ମସିହାରୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା, ଏବଂ ଏହି କାରଣରୁ ଅଭିଯୋଗକାରୀ ଜଣକ ପୂର୍ବରୁ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କେସ କରିଥିଲେ । ଅଭିଯୋଗକାରୀ ଉକ୍ତ ପ୍ଳଟରେ ରହୁନଥିବାରୁ କୌଣସି ସନ୍ଦେହଜନକ ବ୍ୟକ୍ତିବିଶେଷଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ସେଠାରେ ସିସିଟିଭି କ୍ୟାମେରା ଲଗାଇଥିଲେ ।
ଘଟଣା ଦିନ ରାତିରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଏକ ଏଲେକ୍ଟ୍ରିସିଆନକୁ ଡାକି ଅଭିଯୋଗକାରୀଙ୍କ ଘରେ ଲାଗିଥିବା ସିସିଟିଭି ତାରକୁ କାଟିଦେଇଥିଲେ । ଅଭିଯୋଗକାରୀ ଜଣକ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ପତ୍ନୀଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ଉଭୟ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ନାନାପ୍ରକାର ଧମକ ଦେଇଥିଲେ ଏବଂ ବାଡ଼ିରେ ଲାଗିଥିବା କଦଳୀ ଗଛ ଏବଂ ଅମୃତ ଭଣ୍ଡା ଗଛ ସବୁକୁ କାଟିଦେଇଥିଲେ ।
ଅଭିଯୋଗକାରୀଙ୍କ ଅଭିଯୋଗ ପରେ ପାହାଳ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।
ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।
Name & Address of Accused person:
1. Prasanna Kumar Das (57), S/O- Late Sridhar Das of Plot No.210, Janmejaypur, PS- Pahal, Bhubaneswar UPD.
Article Seized:
1. CC TV cutpiece wire.
2. One VM 16 GB Pen drive.