Odisha Disburse Rs 1000 Each to Kendu Leaf Pluckers, Rs 1500 Each to Binders-Seasonal Staffs

0
499

By Our Correspondent

BHUBANESWAR: ଘୋଷଣା  ଅନୁଯାୟୀ  ଆଜି  ସହାୟତା  ପାଇଛନ୍ତି  କେନ୍ଦୁପତ୍ର  ତୋଳାଳୀ, ବନ୍ଧାଳୀ ଓ ସିଜିନାଲ  କର୍ମଚାରୀ । ମଧ୍ୟବର୍ତ୍ତୀ  କାଳୀନ  ସହୟତା  ଭାବରେ  ତୋଳାଳୀ1000 ଟଙ୍କା  ପାଇଥିବାବେଳେ  ବନ୍ଧାଳୀ ଓ ସିଜିନାଲ  କର୍ମଚାରୀଙ୍କୁ ମିଳିଛି 1500 ଟଙ୍କା  ।

ଆଜି  ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ  ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ  ପଟନାୟକ  ଏହି  ସହାୟତା  ବଣ୍ଟନ କରିଛନ୍ତି ।

ହିତାଧିକାରୀଙ୍କ ଖାତା କୁ  43 କୋଟି  ଟଙ୍କା  ଦିଆଗଲା  ।

DBT ଜରିଆରେ  ଏହି  ସହାୟତା  ହିତାଧିକାରୀଙ୍କ  ବ୍ଯାଙ୍କ  ଖାତାରେ  ଜମା  ହୋଇଥିଲା 

ଏହି  ଅବସରରେ  ମୁଖ୍ୟମନ୍ତ୍ରୀ  କହିଥିଲେ  ଯେ  ଗରିବ  ଲୋକର  ଖୁସି  ହିଁ  ତାଙ୍କର  ସବୁଠାରୁ  ବଡ  ଖୁସି  । ଗରିବ ଲୋକଙ୍କ  ସହ  ସେ  ସବୁବେଳେ  ରହିଛନ୍ତି ଓ  ସେମାନଙ୍କ   କଲ୍ଯାଣ  ପାଇଁ  ତାଙ୍କର  ଉଦ୍ୟମ  ଜାରି  ରହିବ  ବୋଲି  ମୁଖ୍ୟମନ୍ତ୍ରୀ  ଘୋଷଣା  କରିଥିଲେ  । 

ଉପନିର୍ବାଚନ  ଆଚରଣବିଧି ଉଠିବା  ପରେ ବରଗଡ  ଜିଲ୍ଲାର  ତୋଳାଳୀ  ଓ ଅନ୍ଯ କେନ୍ଦୁପତ୍ର କର୍ମଚାରୀ ମାନଙ୍କୁ ଏ ସବୁ ସହାୟତା ମିଳିବ  ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ  କରିଥିଲେ ।

କେନ୍ଦୁପତ୍ର  ହେଉଛି  ଗରିବ  ଲୋକ ର ଦାନା ପାଣିର କଥା । ତେଣୁ ତା ଉପରେ 18%GST କୁ ନାପସନ୍ଦ  କରି ଏହାର ସମ୍ପୂର୍ଣ୍ଣ  ଉଛେଦ  ପାଇଁ  ମୁଖ୍ୟମନ୍ତ୍ରୀ ଏହି  ଅବସରରେ  କେନ୍ଦ୍ର  ନିକଟରେ  ଦାବୀ  କରିଥିଲେ ।

ଆଜି  ନୂଆପଡ଼ା  କଳାହାଣ୍ଡି  କୋରାପୁଟ  ନବରଙ୍ଗପୁର  ଅନୁଗୁଳ  ସମ୍ବଲପୁର  ଝାରସୁଗୁଡା  କନ୍ଧମାଳ,  ବୌଦ୍ଧ,  କେଉଁଝର  ଦେବଗଡ଼, ଓ  ବଲାଙ୍ଗୀର  ଆଦି  ବାର ଜିଲ୍ଲାର   ସତର ଡିଭିଜନର ହିତାଧିକାରୀ  ମାନଙ୍କୁ  ଆଜି  ସହାୟତା  ବଣ୍ଟନ  କରାଯାଇଥିଲା  .

ଏହି  କାର୍ଯ୍ୟକ୍ରମରେ  ଜଙ୍ଗଲ ,ପରିବେଶ ଓ ଜଳବାୟୁ  ପରିବର୍ତ୍ତନ  ବିଭାଗ  ମନ୍ତ୍ରୀ  ଶ୍ରୀ  ପ୍ରଦୀପ  ଅମାତ    କେନ୍ଦୁପତ୍ର  ତୋଳାଳୀ ଓ  କର୍ମଚାରୀ ଙ୍କ  କଲ୍ଯାଣ  ପାଇଁ  ସରକାରଙ୍କ  ପଦକ୍ଷେପ  ଉପରେ  ଆଲୋକପାତ ସୂଚନା   କରିଥିଲେ। 

ଜଙ୍ଗଲ  ପରିବେଶ ଓ ଜଳବାୟୁ  ପରିବର୍ତ୍ତନ  ବିଭାଗ  ଅତିରିକ୍ତ  ମୁଖ୍ୟ  ସଚିବ  ଡାଃ  ମୋନା ଶର୍ମା  କାର୍ଯ୍ୟକ୍ରମ  ପରିଚାଳନା  କରିଥିଲେ  ।

ମୁଖ୍ୟ ଶାସନ ସଚିବ  ଶ୍ରୀ  ସୁରେଶ  ମହାପାତ୍ର  ଓ  ଜଙ୍ଗଲ  ପରିବେଶ  ବିଭାଗ ର ବରିଷ୍ଠ  ଅଧିକାରୀ ମାନେ   କାର୍ଯ୍ୟକ୍ରମ ରେ  ଉପସ୍ଥିତ  ଥିଲେ।

ଏହି  ଅବସରରେ  ମୁଖ୍ୟମନ୍ତ୍ରୀ  ବଲାଙ୍ଗୀର ହିତାଧିକାରୀ ଶାନ୍ତନୁ କୁମାର  ଭୋଇ  , ଝାରସୁଗୁଡ଼ାର  ପୁଷ୍ପ ଲତା  ଭଇଁଶା ଓ ନୂଆପଡ଼ାର ଇଶ୍ଵର  ଶବର ଙ୍କ  ସହ  ସହାୟତା  ବିଷୟରେ  ଆଲୋଚନା  କରି  ଏହି   ସହାୟତା ପାଇଁ  ମୁଖ୍ୟମନ୍ତ୍ରୀ ଙ୍କୁ  ଧନ୍ୟବାଦ  ଜଣାଇଥିଲେ। PCCF କେନ୍ଦୁପତ୍ର  ଧନ୍ୟବାଦ  ଅର୍ପଣ  କରିଥିଲେ  ।ସୂଚନାଯୋଗ୍ୟ  ଯେ  ଗତ  ତେଇଶି  ତାରିଖ  ଦିନ  ମୁଖ୍ୟମନ୍ତ୍ରୀ  ଏ  ସହାୟତା  ବିଷୟ  ଘୋଷଣା  କରିଥିଲେ  .।

LEAVE A REPLY

Please enter your comment!
Please enter your name here