NSDC India signs MoU with HTMi Switzerland

0
349

By Our Correspondent

NEW DELHI/BHUBANESWAR:  ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ମଙ୍ଗଳବାର ଜାତୀୟ କୌଶଳ ବିକାଶ ନିଗମ (ଏନଏସଡିସି) ଏବଂ ସୁଇଜରଲାଣ୍ଡର ହୋଟେଲ ଏବଂ ପର୍ଯ୍ୟଟନ ପରିଚାଳନା ପ୍ରତିଷ୍ଠାନ(ଏଚଟିଏମଆଇ) ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି ।

ସ୍ୱିସ୍ ଆପ୍ରେଣ୍ଟିସ-ସିପ୍ ଶିକ୍ଷା ଏବଂ ତାଲିମ ମୋଡରେ କୁଶଳୀ ଆତିଥ୍ୟ ବିଶେଷଜ୍ଞ ପ୍ରସ୍ତୁତ କରିବା ପାଇଁ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମ ସଂସ୍କାରରେ ଅତିଥି ଦେବୋ ଭବ ଅନ୍ତଃର୍ନିହିତ । ଆମ ପାଇଁ ଅତିଥି ସତ୍କାର ଏକ ସ୍ୱାଭାବିକ ବିଷୟ । ଆତିଥେୟ କ୍ଷେତ୍ରରେ ଯୁବବର୍ଗଙ୍କୁ ସଶକ୍ତ କରାଯିବା ନେଇ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏହି ବୁଝାମଣା ଯୁବଶକ୍ତିଙ୍କ ସ୍ୱପ୍ନକୁ ଆଗେଇ ନେବାରେ ଏକ ମାପକାଠି ହେବ । ସେମାନଙ୍କ ପାଇଁ ଦେଶ ଓ ବିଦେଶରେ ରୋଜଗାର ସୃଷ୍ଟି କରିବାର ମାର୍ଗ ପ୍ରଶସ୍ତ କରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଜାତୀୟ ଶିକ୍ଷା ନୀତି ଭଳି ସୁଦୃଢ଼ ନୀତିଗତ ଢାଞ୍ଚା ଅଣାଯାଇଛି । ଯୁବବର୍ଗ ଏବଂ ଉଚ୍ଚାଭିଳାଷୀ ଅର୍ଥନୀତି ସହ ଭାରତ ବିଶ୍ୱର ସ୍କିଲର ପେଣ୍ଠସ୍ଥଳୀ ହେବାର ସନ୍ତୁଳନ ରଖୁଛି । ଏହାସହ ଦେଶ ଏକବିଂଶ ଶତାବ୍ଦୀର ବୈଶ୍ୱିକ କୁଶଳ କାର୍ଯ୍ୟଶୈଳି ଆବଶ୍ୟକତାକୁ ପୂରଣ କରିବା ପାଇଁ ସମର୍ଥ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here