Nayapalli PS case No-480, couple arrested

0
408
Akhay Kumar Gauda (38) S/o-Bhajiban Gauda, At- Kalasandhapur, PS-Aska Dist-Ganjam. Usharani Barik (36), Wo- Akhay Kumar Gauda, At- Kalasandhapur, PS-Aska Dist- Ganjam

By Our Correspondent

BHUBANESWAR: Nayapalli PS case No-480, Dtd.12.10.2023, U/S- 420/34 IPC.PO: PS- Laxmisagar, Bhubaneswar UPD.

Gist of the Case:

ନୟାପଲ୍ଲୀ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ଜଗନ୍ନାଥ ସାହୁଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ମିଶି ଲୋକଙ୍କୁ କାମଦାମରେ ନୂଆ କାର ଯୋଗାଇ ଦେବାଲାଗି ଜାଗମରା ଠାରେ ୨୦୧୮ ମସିହାରେ ମା ପାଟଖଣ୍ଡ ଅଟୋମୋବାଇଲସ ଏବଂ ସୁନ୍ଦରପଦା ଠାରେ ୨୦୨୧ ମସିହାରେ ଶିବଶକ୍ତି ଅଟୋମୋବାଇଲସ ପ୍ରାଇଭେଟ ଲିମିଟେଡ ନାମରେ ଦୁଇଟି ଶୋରୁମ ଖୋଲିଥିଲେ ।

 ଅଭିଯୋଗକାରୀ ଜଣକ ହ୍ୟୁଣ୍ଡାଇ କମ୍ପାନୀର ଏକ ନୂଆ କାର କିଣିବା ଲାଗି ତା.୧୧.୦୫.୨୦୨୩ ରିଖ ଦିନ ନିମ୍ନୋକ୍ତ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ୧୧,୮୦,୦୦୦ ଟଙ୍କା ପଠାଇ ଥିବା ବେଳେ ତାଙ୍କ ପତ୍ନୀଙ୍କୁ ୨,୧୫,୦୦୦ଟଙ୍କା କ୍ୟାସ ଦେଇଥିଲେ । ଅଭିଯୋଗକାରୀ ଜଣକ ଏହିପରି ଭାବେ ମୋଟ ୧୩,୯୫,୦୦୦ ଟଙ୍କା ଅଭିଯୁକ୍ତ ଏବଂ ତାଙ୍କ ପତ୍ନୀଙ୍କୁ ନୂଆ କାର କିଣିବା ଲାଗି ଦେଇଥିଲେ । ଉଭୟ ଅଭିଯୁକ୍ତ ପତିପତ୍ନୀ ଟଙ୍କା ନେବା ପରେ ଗାଡି ଡେଲିଭରି ଦେଇନଥିଲେ କି ଗାଡି ପାଇଁ ନେଇଥିବା ଟଙ୍କା ମଧ୍ୟ ଆଉ ଫେରାଇ ନଥିଲେ ।

ତଦନ୍ତରୁ ଜଣା ପଡିଥିଲା ଯେ, ୨୦୧୫/୧୬ ମସିହାରେ କେତେକ ଘରୋଇ ସିମ କମ୍ପାନୀ ଅଧିକ ବିକ୍ରି ଉଦ୍ଦେଶ୍ୟରେ ୧୯୭ ଆପ ରେ ଗେମ ଖେଳି ବିଭିନ୍ନ ପ୍ରକାର ଗାଡି ଓ ମୁଲ୍ଯବାନ ସାମଗ୍ରୀ ଜିତିବାର ସୁଯୋଗ ସୃଷ୍ଟି କରିଥିଲେ । ଅଭିଯୁକ୍ତ ଶିବରାମ ଗୌଡ ଏହି ଗେମ ଖେଳି ପାଖାପାଖି ୨୦ଟି ଗାଡି ଜିତିଥିଲେ ଏବଂ ସେ ଗାଡିଗୁଡିକୁ ସେମାନେ କମ ଦାମରେ ଲୋକଙ୍କୁ ବିକ୍ରି କରିବା ସହିତ ସେମାନଙ୍କ ସହିତ ଡେଲିଭରି ସମୟର ଫୋଟୋ ସବୁକୁ ଉଠାଇ ରଖିଥିଲେ ।

କିଛିଦିନ ପରେ ଶିବରାମ ଗୌଡ ଏବଂ ଅକ୍ଷୟ ଗୌଡ ମିଶି ଲୋକଙ୍କୁ ଠକିବା ଉଦ୍ଦେଶ୍ୟ ରଖି ଗ୍ରାହକ ଯୋଗାଡ କରିବା ସହିତ କମ ଦାମରେ ନୂଆଗାଡି ଯୋଗାଇ ଦେବା ଲାଗି ଗ୍ରାହକଙ୍କୁ ପ୍ରତିଶୃତିଦେଉଥିଲେ । ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ଲାଗି ଉଭୟ କିଛି ଲୋକଙ୍କୁ କମ ଦାମରେ ମଧ୍ୟ ଗାଡି ବିକ୍ରି କରିବା ସହିତ ପୂର୍ବରୁ ଗାଡି ଡେଲିଭରି ସମୟରେ ଉଠା ହୋଇଥିବା ଫଟୋ ସବୁକୁ ସେମାନଙ୍କୁ ଦେଖାଇ ଥିଲେ ।

 ଲୋକଙ୍କ ମନରେ ବିଶ୍ବାସ ଜନ୍ମିବା ପରେ ଉଭୟ ଅଭିଯୁକ୍ତ କିଛି ଲୋକଙ୍କ ନିକଟରୁ ନୂଆଗାଡି ଡେଲିଭରି ଦେବା ଆଳରେ ଅଗ୍ରୀମ ଟଙ୍କା ସଂଗ୍ରହ କରି ଲୋକଙ୍କୁ ଠକୁ ଥିଲେ । ଉଭୟ ୨୦୨୦ ରୁ ୨୦୨୩ ମଧ୍ୟରେ ୨୦୦ଚାରିଚକିଆ ଏବଂ ୨୦୦ ଦୁଇଚକିଆ ଯାନ ବିକ୍ରିକରି ପାଖାପାଖି ୫୦କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାପଡିଛି ।

 ଘଟଣାର ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଚଢଉ ଜରିଆରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଏହି ଠକେଇ ମାମଲାରେ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ନିଜ ଦୋଷ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତ ଅକ୍ଷୟ କୁମାର ଗୌଡଙ୍କ ନାମରେ ଛତ୍ରପୁର, ଖଣ୍ଡଗିରୀ, ପାହାଳ, କ୍ୟାପିଟାଲ, ଲକ୍ଷ୍ମୀସାଗର ଓ ନୟାପଲ୍ଲୀ ଥାନାରେ ମୋଟ ୬ ଗୋଟି ଠକେଇ ଜନିତ ମାମଲା ରହିଥିବା ତଦନ୍ତ ବେଳେ ଜଣା ପଡିଛି । ଅଭିଯୁକ୍ତ ଜଣକ ଅଭ୍ଯାସଗତ ଭାବେ ବିଭିନ୍ନ ଅପରାଧରେ ସମ୍ପୃକ୍ତ ରହୁଥିବାରୁ ତାଙ୍କ ବିରୋଧରେ CrPC-110 ଧାରା ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଅଛି ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons: Akhay Kumar Gauda (38) S/o-Bhajiban Gauda, At- Kalasandhapur, PS-Aska Dist-Ganjam. Usharani Barik (36), Wo- Akhay Kumar Gauda, At- Kalasandhapur, PS-Aska Dist- Ganjam.

 Article Seized: Bank statements, Original agreement papers, Bank accounts.

LEAVE A REPLY

Please enter your comment!
Please enter your name here