Laxmisagar PS Case No-221, accused arrested

0
472

By Our Correspondent

BHUBANESWAR: Laxmisagar PS Case No-221, dtd-25.05.2023, U/S-341/323/294/506/379/307/34 IPC.PO:   Ray No.173, Haladipadia Basti, PS- Laxmisagar, BBSR UPD.

Gist of the Case:

ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ପ୍ରଶାନ୍ତ କୁମାର ନାୟକଙ୍କ ଅଭିଯୋଗ ଭିତ୍ତରେ ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । 

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ କିଛି ଫୁଲକୁଣ୍ଡ ଆଣି ଘର ସମୁଖରେ ସଜାଇ ରଖିଥିଲେ । କିଛି ଅଭିଯୁକ୍ତ ସେହି ଫୁଲକୁଣ୍ଡ ଗୁଡିକ ମଧ୍ୟରୁ କେତୋଟି ଫୁଲକୁଣ୍ଡକୁ ଚୋରିକରି ନେଇଯାଇଥିଲେ । ଘଟଣା ଦିନ ଅପରାହ୍ନରେ ଅଭିଯୋଗକାରୀଙ୍କ ଝିଅ ନିଜ ଆଈମାଙ୍କ ସହିତ ଏହି ଫୁଲକୁଣ୍ଡ ଚୋରୀ ଘଟଣା ନେଇ ଫୋନରେ ବାର୍ତ୍ତାଳାପ କରୁଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ଏହା ଶୁଣିପାରି ତାଙ୍କୁ ସେ ଚୋର ବୋଲି ଭାବି ଗାଳିକରୁଥିବା କଥା ସନ୍ଦେହ କରିଥିଲେ ।

ପରେ ସମସ୍ତ ଅଭିଯୁକ୍ତ ସଂଘବଦ୍ଧ ହୋଇ ଅଭିଯୋଗକାରୀଙ୍କ ଘର ସମୁଖକୁ ଆସି ତାଙ୍କ ଝିଅଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଅଭିଯୋଗକାରୀ ଜଣକ ସେମାନଙ୍କୁ ବିରୋଧ କରିବାରୁ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଉତ୍ତ୍ୟକ୍ତ ହୋଇ ହଠାତ ଏକ ପଥର ସାହାଯ୍ୟରେ ଅଭିଯୋଗକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ଅଭିଯୋଗକାରୀଙ୍କ ମୋବାଇଲ ଫୋନ ଚୋରିକରି ନେଇଯାଇଥିଲେ ।

 ଅଭିଯୁକ୍ତଙ୍କ ଆକ୍ରମଣରେ ଅଭିଯୋଗକାରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।  ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇଜଣ ଅଭିଯୁକ୍ତ ପୁଲିସ ଭୟରେ ପୂର୍ବରୁ କୋର୍ଟରେ ଆତ୍ମସମର୍ପଣ କରିଥିବା ବେଳେ ଗତକାଲି ଲକ୍ଷ୍ମୀସାଗର ଥାନା ପୁଲିସ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁକରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । 

ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused person:

1.         Charan @Durjadhan Parida (73), S/O- Late Lochan Parida of Vill- Rakama, PS- Fategarh, Dist- Nayagarh, At/Pr- Haladipadia Basti, Ray No.181, PS- Laxmisagar, BBSR UPD.

LEAVE A REPLY

Please enter your comment!
Please enter your name here