Khandagiri PS Case No-356, accused convicted

0
232
ଆଜି ତା ୨୭.୧୨.୨୦୨୩ ରିଖରେ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ଅଦାଲତ ତଥା ଅତିରିକ୍ତ ଦୌରା ଜଜ୍ ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଯାଇଥିବା ଏକ ମାମଲାର ବିଚାର କରି ଆସାମୀ ନଣ୍ଡା ଓରଫ ଅଶୋକ ବେହେରାଙ୍କୁ ସଜା ଶୁଣାଇଛନ୍ତି ।

By Biswanath Dash

BHUBANESWAR:  Khandagiri PS Case No-356, Dtd.20.08.2017, U/S- 394/307 IPC/25/27 Arms Act.

ଆଜି ତା ୨୭.୧୨.୨୦୨୩ ରିଖରେ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ଅଦାଲତ ତଥା ଅତିରିକ୍ତ ଦୌରା ଜଜ୍ ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଯାଇଥିବା ଏକ ମାମଲାର ବିଚାର କରି ଆସାମୀ ନଣ୍ଡା ଓରଫ ଅଶୋକ ବେହେରାଙ୍କୁ ସଜା ଶୁଣାଇଛନ୍ତି ।

ନୟାପଲ୍ଲି ଥାନା ଘଟଣାର ଅନ୍ତରାଳେ:

ଗତ ତା ୨୦.୦୮.୨୦୧୭ ରିଖରେ ଅଭିଯୁକ୍ତ ଅଶୋକ ତାଙ୍କର ସହଯୋଗୀ ଭୀମସେନ ନାୟକଙ୍କ ସହିତ ଗୋଟିଏ ମୋଟରସାଇକେଲରେ ଅଭିଯୋଗକାରୀ ଓ ତାଙ୍କର ସ୍ତ୍ରୀଙ୍କୁ ସିଆରପି ଛକ ଠାରୁ ସିଜୁଆ ପର୍ଯ୍ୟନ୍ତ ଅନୁସରଣ କରିଥିଲେ । ଅଭିଯୋଗକାରୀଙ୍କ ସ୍ତ୍ରୀ କାର ରୁ ବାହାରି ଘରକୁ ଯାଉଥିବା ସମୟରେ ଅଭିଯୁକ୍ତ ଭୀମସେନ ମୋଟରସାଇକେଲ କୁ ଷ୍ଟାର୍ଟ ଅବସ୍ଥାରେ ରଖିଥିଲେ ଏବଂ ଅଶୋକ ଘରର ପାଚେରି ଡେଇଁ ପିଡ଼ିତାଙ୍କ ବେକରୁ ସୁନା ଚେନ ଲୁଟ କରିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ପିଡ଼ିତାଙ୍କ ଚିତ୍କାର ଶୁଣି ପରିବାରର ଅନ୍ୟ ସଦସ୍ୟ ମାନେ ଅଭିଯୁକ୍ତ ଅଶୋକ କୁ କାବୁ କରିବାକୁ ବାହାରକୁ ଆସିଥିଲେ ।

 ଅଭିଯୁକ୍ତ ଅଶୋକ ସେମାନଙ୍କୁ ଦେଖି ଏକ ବନ୍ଧୁକରୁ ୨ରାଉଣ୍ଡ ଫାୟାର କରିଥିଲେ ଏବଂ ସୁନା ଚେନ ଲୁଟ କରି ମୋଟରସାଇକେଲ ଯୋଗେ ଚାଲି ଯାଇଥିଲେ। ଏଥିରେ ଅଭିଯୋଗକାରୀ ତାଙ୍କର ବାମ ଜଙ୍ଘ ରେ ଗୁଳି ବାଜି ଗୁରୁତର ଆହତ ହୋଇଥିଲେ। ଅଭିଯୋଗକାରୀ ଏନେଇ ଖଣ୍ଡଗିରି ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ଅଭିଯୋଗକାରୀଙ୍କର ଅଭିଯୋଗ ଭିତ୍ତିରେ ଖଣ୍ଡଗିରି ଥାନା ପୁଲିସ କେସ ନଂ -୩୫୬/୨୦୧୭ ଦଫା-୩୯୪/୩୦୭ ଏବଂ ୨୫/୨୭ ଅସ୍ତ୍ରଶସ୍ତ୍ର ମାମଲା ରୁଜୁ କରାଇ  ଥାନାର ତତ୍କାଳୀନ ଇନ୍ସପେକ୍ଟର ହିମାଂଶୁ ଭୂଷଣ ସ୍ଵାଇଁଙ୍କୁ ତଦନ୍ତ ଭାର ନେଇଥିଲେ । ଶ୍ରୀ ସ୍ଵାଇଁ ଏହି ମାମଲାକୁ ସଠିକ ଭାବରେ ତଦନ୍ତ କରିବା ସହିତ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ୨୪ ଘଣ୍ଟା ମଧ୍ୟରେ କାବୁ କରିବାରେ ସକ୍ଷମ ହୋଇଥିଲେ।

ମାନ୍ୟବର ଅଦାଲତ ସାକ୍ଷୀ ମାନଙ୍କ ବୟାନ ଓ ବିଭିନ୍ନ ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ଅଶୋକଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଫା ୩୦୭/୩୯୪ ରେ ସର୍ବାଧିକ ୧୦ ବର୍ଷ କାରାଦଣ୍ଡା ଏବଂ ୫୦,୦୦୦/- ଟଙ୍କା ଦଣ୍ଡାଦେଶ, ଦଫା ୨୪ ଅସ୍ତ୍ରଶସ୍ତ୍ର ଆକ୍ଟରେ ୫ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦୦୦/- ଟଙ୍କା ଜୋରିମାନା, ଓ ଦଫା ୨୫ ଅସ୍ତ୍ରଶସ୍ତ୍ର ଆକ୍ଟ ରେ ୩ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦୦୦/- ଜରିମାନା ଶୁଣାଇଛନ୍ତି । ଏହି ମୋକଦ୍ଦମାର ଅନ୍ୟତମ ଅଭିଯୁକ୍ତ ଭୀମସେନ କୋର୍ଟ ରେ ହଜାର ନହେବାରୁ ତାଙ୍କର ଦଣ୍ଡ ଶୁଣାଣି ସ୍ଥଗିତ ରଖାଯିବା ସହ ତାଙ୍କ ବିରୁଦ୍ଧରେ ଜାମିନ ବିହୀନ ପରୱାନା ଜାରି କରାଯାଇଛି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀ ରତ୍ନାକର ନାୟକ ପରିଚାଳନା କରିଥିଲେ ।

ଏହା ପୂର୍ବରୁ ଇରାନୀ ଗ୍ୟାଙ୍ଗ  ୪ଟି, ବାୱରିୟା ଗ୍ୟାଙ୍ଗ ୧ଟି  ଓ ଗାଡି କାଚଭାଙ୍ଗି ଲୁଟ କରୁଥିବା ଗ୍ୟାଙ୍ଗ ୩ଟି ମାମଲାରେ ଅଦାଲତଙ୍କ ଦ୍ଵାରା ଦୋଷୀ ସାବ୍ୟସ୍ତ ହୋଇସାରିଥିବା ବେଳେ, ଓ କଛା ଗ୍ୟାଙ୍ଗର ଶୁଣାଣୀ ପ୍ରକ୍ରିୟା ବର୍ତ୍ତମାନ ଅଦାଲତରେ ଚାଲୁରହିଛି ।  ସ୍ଥାନୀୟ ଅପରାଧୀ ସଞ୍ଜୟ ନିଶଙ୍କ, ଅଲି ଅଜମ , ରଞ୍ଜନ ପ୍ରଧାନ, ଚନ୍ଦନ ନାୟକ, ପ୍ରଶାନ୍ତ ଘଡେଇ, ସିମାଞ୍ଚଳ ସୁବୁଦ୍ଧିଙ୍କୁ ମଧ୍ୟ ସଜା ହୋଇସାରିଛି। ଭୁବନେଶ୍ବର ସହରାଞ୍ଚଳରେ ଘଟୁଥିବା ସମ୍ପତ୍ତିଗତ ମାମଲାରେ ଏହିଭଳି ସଫଳ ତଦନ୍ତ ପ୍ରକ୍ରିୟା ଯୋଗୁଁ ନ୍ୟାୟାଳୟଙ୍କ ତ୍ଵରିତ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଅଧିକରୁ ଅଧିକ କ୍ରିୟାଶୀଳ ହେବ ।

 ଏହି ବର୍ଷ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ତରଫରୁ ଉପରୋକ୍ତ କେସକୁ ମିଶାଇ ସମୁଦାୟ ୮୧ଟି ପୃଥକ ମାମଲାରେ ଶୁଣାଣି କରାଯାଇ ଦୋଷୀମାନଙ୍କୁ ସଜା ଦିଆଯାଇସାରିଛି।

Accused persons -Nanda aka Ashok Behera

LEAVE A REPLY

Please enter your comment!
Please enter your name here