By Our Correspondent
BHUBANESWAR: ହାଇକୋର୍ଟ ମୁଖ୍ୟ ବିଚାରପତି ଡାଃ ଏସ୍ ମୁରଲିଧର ଆଜି ଭୁବନେଶ୍ୱର କୋର୍ଟରେ ପହଞ୍ଚି ଏହା ନିକଟରେ ନିର୍ମାଣ ଚାଲିଥିବା ଜୁଡିସିଆଲ କମ୍ପେ୍ଲକ୍ସ କାର୍ଯ୍ୟ ତଦାରଖ କରିଥିଲେ । ଏହି କାର୍ଯ୍ୟ ଶୀଘ୍ର ସରିବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ ।
ଏଥିସହ ଭୁବନେଶ୍ୱର ଜିଲ୍ଲା ଜର୍ଜ ରାମ ଶଙ୍କର ହୋତା, ଜିଲ୍ଲାପାଳ ସଂଗ୍ରାମ କେଶୋରୀ ମହାପାତ୍ର, ଜୁଡିସିଆଲ୍ କୋର୍ଟ କମ୍ପ୍ଲେକ୍ସ କମିଟି ଅଧ୍ୟକ୍ଷ ବି ଆର୍ ଷଡଙ୍ଗୀ, ନିର୍ମାଣ୍ଣ ବିଭାଗ ଅଧିକାରୀ ଓ ଜୁଡିସିଆଲ ଅଫିସର ପ୍ରମୁଖଙ୍କୁ ଡାକି ଜୁଡିସିଆଲ କମ୍ପେ୍ଲକ୍ସ ସମ୍ପର୍କରେ ଆଲୋଚନା କରିଥିଲେ ।
ସମସ୍ତେ ଜୁଡିସିଆଲ କମ୍ପ୍ଲେକ୍ସର ନିର୍ମାଣସ୍ଥଳ ପରିଦର୍ଶନ କରିଛନ୍ତି । ନିର୍ମାଣ କାର୍ଯ୍ୟକୁ ତୁରାନିତ କରି ଯଥାଶୀଘ୍ର ସାରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ସହ ଭୁବନେଶ୍ବର ଓକିଲ ସଂଘ ସଭାପତି ରବି ନାରାୟଣ ସାମନ୍ତରାୟ, ଉପସଭାପତି ଅଭିମନ୍ୟୁ ସ୍ବାଇଁ, ସମ୍ପାଦକ ରାଜ କିଶୋର ଦାସ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, ସହ ସଂପାଦକ ରାଜେନ୍ଦ୍ର ଦାସ, କୋଷାଧ୍ୟକ୍ଷ ଦିବାକର ମିଶ୍ର ଓ ସଂଘର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

























