Dhauli PS Case No-228, Mobile theft gang member arrested

0
230

By Biswanath Dash

BHUBANESWAR:   Dhauli PS Case No-228, dtd.20.11.2023, U/S-457/380 IPC.PO: Santhavihar, PS- Dhauli, BBSR UPD.

Gist of the FIR: ଧଉଳି ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ଉଦୟ ହୋ ଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ନିଜର ଜଣେ ବନ୍ଧୁଙ୍କ ସହ ମିଶି ଗତ ଏକ ମାସ ହେବ ଧଉଳି ଥାନା ଅନ୍ତର୍ଗତ ସନ୍ଥବିହାର ଅଞ୍ଚଳରେ ରୁହନ୍ତି । ଗତକାଲି ବିଳମ୍ବିତ ରାତିରେ ନିମ୍ନୋକ୍ତ ଅଭିଯୁକ୍ତ, ଅଭିଯୋଗକାରୀ ରହୁଥିବା ଘରେ ପଶି ଲିଭିଂରୁମରେ ଥିବା ଦୁଇଟି ମୋବାଇଲ ଫୋନ ଏବଂ ୧୫୦୦ ଟଙ୍କା ଚୋରିକରି ନେଇଯାଇଥିଲେ ।

 ସେଠାରୁ ଚୋରିକରି ସାରିବା ପରେ ଅଭିଯୁକ୍ତ ଜଣକ ଅନ୍ୟ ଏକ ନିର୍ମାଣଧୀନ କୋଠାଘରୁ ଚୋରୀ କରିବା ଲାଗି ଉଦ୍ୟମ କରିବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଯାଇଥିଲେ । ସୂଚନା ପାଇ ପିସିଆର-୧୨ ଘଟଣା ସ୍ଥଳରେ ପହଞ୍ଚିବା ପରେ ସ୍ଥାନୀୟ ଲୋକ ଅଭିଯୁକ୍ତଙ୍କୁ ପିସିଆର ଜିମା ଦେଇଥିଲେ ।

ଏହି ଘଟଣାକୁ କେନ୍ଦ୍ର କରି ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ଧଉଳି ଥାନା ପୁଲିସ ମାମଲାର ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ନିକଟରୁ ୪ ଗୋଟି ଚୋରା ମୋବାଇଲ ଫୋନ ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ଏହି ମୋବାଇଲ ଫୋନ ଗୁଡିକୁ ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ଚୋରିକରି ଆଣିଥିବା ସ୍ଵୀକାର କରିଥିଲେ । 

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused persons:

1.         Kalu aka Amar aka Amaresh Behera (24), S/O- Narendra Behera of Vill- Bankila, PS- Delang, Dist- Puri, At/Pr- C/O- Gyana Mohanty, Near Dalakhai Temple, Badatangi, PS- Dhauli, Bhubaneswar UPD.

Article Seized:

1.         Four Android Mobile Phones.

LEAVE A REPLY

Please enter your comment!
Please enter your name here