Chandaka PS Case No-317, three accused arrested

0
418
Chandaka PS Case No-317, dtd.05.10.2023, U/S-341/294/323/325/354-B/506/34 IPCPO: At Vill- Majana, PS- Chandaka, BBSR UPD

By Biswanath Dash

BHUBANESWAR:  Chandaka PS Case No-317, dtd.05.10.2023, U/S-341/294/323/325/354-B/506/34 IPCPO: At Vill- Majana, PS- Chandaka, BBSR UPD.

Gist of the FIR:

ଚନ୍ଦକା ଥାନା ପୁଲିସ ଅଭିଯୋଗକାରିଣୀଙ୍କର ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀଙ୍କର ସ୍ବାମୀ ପୀଡ଼ିତ ପେଷାରେ ଜଣେ ଅଟୋ ଚାଳକ । ଗତ ତା ୦୪.୧୦.୨୦୨୩ ରିଖରେ ପୀଡ଼ିତ ତାଙ୍କର ଅଟୋ ଟିକୁ ନିଜ ଗାଁ ଭାଗବତ ମନ୍ଦିର ପାଖରେ ପାର୍କ କରି ରଖିଥିଲେ। ପୀଡ଼ିତ ଖାଇ ସାରିବା ପରେ ଘରୁ ବାହାରିଥିଲେ ଏବଂ ସ୍ଥାନୀୟ ଅଞ୍ଚଳରେ ଗାଡି ରୁ ବ୍ଯାଟେରୀ ଚୋରୀ ହେଉଥିବା ଭୟରେ ସେ ତାଙ୍କର ଅଟୋ ନିକଟକୁ ଦେଖିବା ପାଇଁ ଆସିଥିଲେ।

 ସେହି ସମୟରେ ତାଙ୍କ ଗାଁର ଜଣେ ଅଭିଯୁକ୍ତ ବଳିଆ ସାହୁଙ୍କୁ ତାଙ୍କର ଅଟୋ ନିକଟରୁ ବାହାରି ସନ୍ଦେହ ଜନକ ଭାବରେ ନିଜ ଘରକୁ ଯାଉଥିବାର ଦେଖିଥିଲେ । ପୀଡ଼ିତ, ଅଭିଯୁକ୍ତର ପିଛା କରି ତାଙ୍କର ଘର ନିକଟକୁ ଯିବା ପରେ ଅଭିଯୁକ୍ତଙ୍କର ଘର କବାଟ ଠକ ଠକ କରିଥିଲେ । ସେହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ପିଡ଼ିତାଙ୍କୁ ନିଜର ଘର ଭିତରକୁ ଟାଣି ନେଇଥିଲେ ଏବଂ ଆକ୍ରମଣ କରିଥିଲେ ।

ଏଥିରେ ପୀଡ଼ିତ ଆହତ ହେବା ପରେ ପିସିଆର ଡକାଇ ଡକାଇବାରୁ ପିସିଆର ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପିଡ଼ିତାଙ୍କୁ ଉଦ୍ଧାର କରି ମେଣ୍ଢାଶାଳ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ  । ଅଭିଯୋଗୟଗକରିଣୀ ଏନେଇ ଜାଣିବା ପରେ ପିଡ଼ିତଙ୍କୁ ହସ୍ପିଟାଲ ରୁ ଚିକିତ୍ସା କରାଇବା ପରେ ଘରକୁ ଆଣିଥିଲେ । 

ଗତ କାଲି ନିମ୍ନୋକ୍ତ ଅଭିଯୁକ୍ତ ମାନେ ପୁନର୍ବାର ଅଭିଯୋଗକାରିଣୀଙ୍କ ଘର ନିକଟକୁ ଆସିଥିଲେ ଏବଂ ତାଙ୍କୁ ଦୁର୍ବ୍ୟବହାର କରିବା ସହ ପିଡ଼ିତାଙ୍କୁ ପୁନର୍ବାର ଆକ୍ରମଣ କରିଥିଲେ । ଅଭିଯୋଗକାରିଣୀ ଏନେଇ ଚନ୍ଦକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତମାନେ ସେମାନଙ୍କର ଅପରାଧ ସ୍ଵୀକାର କରିଥିଲେ ।ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused persons:

1.         Basanta Kumar Sahoo (42) S/o- Late Sankar Sahoo

2.         Binu @ Binayak Sahoo (43) S/o- Late Uchhav Sahoo,

3.         Bijie @ Bijya Kumar Sahoo (46)S/o- Late Uchhav Sahoo

all are of village Majana PS-Chandaka, Dist-Khurdha.

LEAVE A REPLY

Please enter your comment!
Please enter your name here