Bharatpur PS Case No-396, accused arrested

0
362
Kulamani Sahoo (33), S/o- Kuber Sahool of Vill- Lathipada, District/PS- Nayagarh, At/Present- Plot-2, Lane-1, jagannath Bihar, PS-Bharatpur, Dist. Khordha, Bhubaneswar

By Our Correspondent

BHUBANESWAR:   Bharatpur PS Case No-396, dt.26.09.2022, U/S-307 IPC, turned to U/S-498-A/294/307/326 IPC.PO: PS- Bharatpur, Bhubaneswar UPD.

Brief of the Case:

ଭରତପୁର ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପୀଡ଼ିତା ପ୍ରଭାତୀ ପାଇକରାୟ ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ଜଣେ ବ୍ୟକ୍ତିଙ୍କ ଘରେ ଘରୋଇ ସହାୟିକା ଭାବେ ନିୟୋଜିତ ଥିଲେ, ସେଠାରେ ମଧ୍ୟ ନିମ୍ନୋକ୍ତ ଅଭିଯକ୍ତ ଜଣକ ମଧ୍ୟ ଉକ୍ତ ଭଦ୍ର ମହିଳାଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ସେଠାରେ କାର୍ଯ୍ୟ କରିବା ମଧ୍ୟରେ ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ମଧ୍ୟରେ ଭଲପାଇବା ସୃଷ୍ଟି ହେବା ସହିତ ପରେ ସେମାନେ ତା 18.07.2015 ରିଖରେ ଭୁବନେଶ୍ବର ନାଗେଶ୍ଵର ଶିବ ମନ୍ଦିରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଓ ତାଙ୍କର 3 ବର୍ଷର ଶିଶୁ କନ୍ୟା ଅଛି ।

ବିବାହର କିଛିଦିନ ମଧ୍ୟରେ ଅଭିଯୁକ୍ତଙ୍କ ନିଶା ସେବନକୁ ନେଇ ପରସ୍ପର ମଧ୍ୟରେ ନିୟମିତ ଭାବେ କଳହ ଲାଗିରହିଥିଲା । ଅଭିଯୁକ୍ତ ଜଣକ ପୀଡିତାଙ୍କୁ ନିୟମିତ ଭାବେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ପ୍ରବଳ ମାଡ଼ ମଧ୍ୟ ମାରୁଥଲେ । ଗତ ତା.୨୨.୦୯.୨୦୨୨ ରିଖ ବିଳମ୍ବିତ ରାତିରେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ରୋଷେଇ ଘରକୁ ଡାକି ରୋଷେଇ ଉପଯୋଗୀ ଗ୍ଯାସ ଖୋଲି ନିଆଁ ଲଗାଇ ଦେବା ସହିତ ପୀଡିତାଙ୍କୁ ବାହାର ପଟୁ କବାଟ ବନ୍ଦ କରି ସେଠାରୁ ଦୌଡି ପଳାଇ ଯାଇଥିଲେ ।

 ଏହି ଘଟଣାରେ ପୀଡିତାଙ୍କ ଶରୀରର ୭୦-୮୦ ପ୍ରତିଶତ ଭାଗ ପୋଡ଼ିଯାଇଥିବା ବେଳେ ପାଖ ପଡୋଶୀ ତାଙ୍କୁ ଉଦ୍ଧାର କରି ସମ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ଏବଂ ସେଠାରେ ପୀଡ଼ିତା ଜଣକ ଦୀର୍ଘ ଦେଢମାସ ପର୍ଯ୍ୟନ୍ତ ଚିକିତ୍ସତ ହେବା ପରେ ପ୍ଲାଷ୍ଟିକ ସର୍ଜରୀ ଦ୍ଵାରା ସୁସ୍ଥ ହୋଇ ଘରକୁ ଫେରିଥିଲେ । ଉକ୍ତ ଘଟଣା ଘଟାଇବା ପରଠାରୁ ଅଭିଯୁକ୍ତ ଜଣକ ରାଜ୍ୟ ବାହାରକୁ ଖସି ପଳାଇଯାଇଥିଲେ। ଘଟଣାର ତଦନ୍ତ ଚାଲିଥିବା ସମୟରେ ଭରତପୁର ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of the Accused person:

1.         Kulamani Sahoo (33), S/o- Kuber Sahool of Vill- Lathipada, District/PS- Nayagarh, At/Present- Plot-2, Lane-1, jagannath Bihar, PS-Bharatpur, Dist. Khordha, Bhubaneswar.

LEAVE A REPLY

Please enter your comment!
Please enter your name here