Badagada PS Case No-523, accused held

0
336
Debadutta Barik (37), S/o- Narahari Barik of at- Jantila, PS/Dist- Kendrapada, At/pr- Jagannath Nagar, Lane-8, Plot No- 145, PS- Laxmisagar, Bhubaneswar UPD.

By Our Correspondent

BHUBANESWAR:   Badagada PS Case No-523, dtd.21.09.2023, U/S-420/34 IPC.PO:  The SD and SM Travels, Tankapani Rad, PS- Badagada, BBSR UPD.

Gist of the FIR:

ବଡ଼ଗଡ ଥାନା ପୁଲିସ ଅଭିଯୋଗକାରୀ ରାଜେଶ୍ଵର ପାତ୍ରଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ସିଙ୍ଗାପୁରକୁ ଏକ ଭ୍ରମଣ ଯୋଜନା କରିଥିଲେ ଏବଂ ଟଙ୍କପାନି ରୋଡରେ ଥିବା M/ S, SD & ST ଟ୍ରାଭେଲ୍ସ ନାମକ ଏକ ଏଜେନ୍ସିକୁ ସିଙ୍ଗାପୁରରେ ଗତ 19.09.2023 ରୁ 23.09.2023 ପର୍ଯ୍ୟନ୍ତ ହୋଟେଲ ରହଣି, ଖାଦ୍ୟ, ଏୟାର ଟିକେଟ୍, ଭିସା ଏବଂ ପରିବହନ ବାବଦକୁ ତାଙ୍କର ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ପାଇଁ ସମୁଦାୟ 3,50,000/- ଟଙ୍କା ଦେଇଥିଲେ ।

 ଏହି ଟଙ୍କା କାରବାର ସମ୍ପୂର୍ଣ୍ଣ ଭାବରେ ଅନଲାଇନ ରେ କରାଯାଇଥିଲା। ଅଭିଯୋଗକାରୀ ତାଙ୍କର ପରିବାର ସଦସ୍ୟଙ୍କ ସହିତ ସିଙ୍ଗାପୁରରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ, ଉକ୍ତ ଟ୍ରାଭେଲ ଏଜେନ୍ସି ଦ୍ୱାରା ସିଙ୍ଗାପୁର ଏଜେନ୍ସିକୁ କୌଣସି ହୋଟେଲ ବୁକ୍ କିମ୍ବା କୌଣସି ଯାତ୍ରା ଖର୍ଚ୍ଚ ଦିଆଯାଇନଥିବା ।

ଏନେଇ ଅଭିଯୋଗକାରୀଙ୍କ ପରିବାର ସଦସ୍ୟ ସେମାନଙ୍କ ରହିବା ପାଇଁ ଅନେକ ଅସୁବିଧାର ସାମ୍ନା କରିଥିଲେ । ଏନେଇ ଅଭିଯୋଗକାରୀ ଉକ୍ତ ଟ୍ରାଭେଲ ଏଜେନ୍ସିର ମାଲିକଙ୍କୁ ଯୋଗାଯୋଗ କରିବରୁ ସେ କୌଣସି ଉତ୍ତର ଦେଇନଥିଲେ ।

 ଅଭିଯୋଗକାରୀ ଭୁବନେଶ୍ବର ଫେରିବା ପରେ ଏନେଇ ବଡ଼ଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବଡ଼ଗଡ ଥାନା ପୁଲିସ ତଦନ୍ତ କରି ବିଶେଷ ସୂତ୍ରରୁ ଖବର ପାଇ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଲକ୍ଷ୍ମୀସାଗର ରୁ ଗିରଫ କରି ଥାନାକୁ ଆଣିଥିଲେ। ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused persons: Debadutta Barik (37), S/o- Narahari Barik of at- Jantila, PS/Dist- Kendrapada, At/pr- Jagannath Nagar, Lane-8, Plot No- 145, PS- Laxmisagar, Bhubaneswar UPD.

LEAVE A REPLY

Please enter your comment!
Please enter your name here