2024-25 ବର୍ଷ ପାଇଁ ଶ୍ରୀମନ୍ଦିରର ୧୦୩ କୋଟିରୁ ଅଧିକ ବଳକା ବଜେଟ୍ ପାରିତ, ଶ୍ରୀମନ୍ଦିରର ନିଜସ୍ଵ FM ଚ୍ଯାନେଲ୍ କରିବାକୁ ମଧ୍ୟ ନିଷ୍ପତ୍ତି

0
132

By Our Correspondent

PURI/BHUBANESWAR:  ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l  ବୈଠକ ପ୍ରାରମ୍ଭରେ ଗଜପତି ମହାରାଜ ଓ  ସମସ୍ତ ସଦସ୍ୟଙ୍କୁ ଅହିଂସା (କରୁଣା) ପାଟ ଦେଇ ସମ୍ମାନିତ କରାଯାଇଥିଲା l ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଲୋଚନା  ହେବା ସହ ନିଷ୍ପତ୍ତି ଗ୍ରହଣ କରାଯାଇଛି l

ସେଥିରୁ ପ୍ରମୁଖ ହେଲା,

  1. 2024-25 ବର୍ଷ ପାଇଁ ଶ୍ରୀମନ୍ଦିରର ବଜେଟ ପାରିତ ହୋଇଛି l ଏହା ୧୦୩ କୋଟିରୁ ଅଧିକ ବଳକା ବଜେଟ୍ ବୋଲି ଶ୍ରୀ ମନ୍ଦିର ମୁଖ୍ଯ ପ୍ରଶାସକ, ଡ. ଅରବିନ୍ଦ ପାଢୀ ପ୍ରକାଶ କରିଥିଲେ। ଶ୍ରୀମନ୍ଦିର ପାଇଁ 500 କୋଟି ଟଙ୍କାର କର୍ପସ ପାଣ୍ଠି ପ୍ରଦାନ ସକାଶେ ରାଜ୍ୟ ସରକାରଙ୍କୁ ପରିଚାଳନା କମିଟି ଧନ୍ୟବାଦ ଦେଇଥିଲେ l।
  2. ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ଵତନ୍ତ୍ର ପଦକ୍ଷେପମାନ ନେବାକୁ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କୁ ଅଧିକୃତ କରିଥିଲେ ପରିଚାଳନା କମିଟି l ସେବା ସମ୍ପୃକ୍ତ ନିଯୋଗ ସହ ଆଲୋଚନା କରାଯାଇ ସ୍ଵତନ୍ତ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ l ସେହି ପରି ନାଟମଣ୍ଡପରେ ବାତାନୁକୁଳିତ (AC) ବ୍ୟବସ୍ଥା କରିବାକୁ ସ୍ଥିର ହୋଇଛି l
  3. ନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ଶୃଙ୍ଖଳିତ କରିବାକୁ ସ୍ଥିର ହେଲା l ନିୟମିତ ବୈଠକ ବସି ନୀତି ସମନ୍ଵୟ ଓ ସଂଯୋଜନା ପାଇଁ ପ୍ରସ୍ତାବ ପାରିତ ହେଲା l
  4. ଶ୍ରୀମନ୍ଦିରର ନିଜସ୍ଵ FM ଚ୍ଯାନେଲ୍ କରିବାକୁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l
  5. ଶ୍ରୀମନ୍ଦିର ଜମି ତଥା ରେକର୍ଡ କମ୍ପ୍ୟୁଟରୀକରଣ ORSAC ସହାୟତାରେ କରାଯିବା ସମ୍ପର୍କରେ ନିଆଯାଇଥିବା ପଦକ୍ଷେପ ତ୍ୱରାନ୍ୱିତ କରିବାକୁ ସ୍ଥିର ହେଲା l
  6. ଆଡ଼ପ ପହଣ୍ଡି ବିଜେ ଅଘଟଣ ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା l ସମସ୍ତ ସଦସ୍ୟ ଦୁଃଖ ପ୍ରକାଶ କରିବା ସହ ଏହାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଦୃଷ୍ଟି ଦେବାକୁ ମତ ଦେଇଥିଲେ l ତିନି ଜଣିଆ କମିଟିର ରିପୋର୍ଟ ଉପସ୍ଥାପନ ହୋଇଥିଲା l ତେବେ ଆଉଥରେ ବିଭିନ୍ନ ଦିଗ ତଥା ଭିଡିଓ ଆଦି ଦେଖିବା ପରେ ରିପୋର୍ଟ ଦାଖଲ କରିବାକୁ କମିଟିଙ୍କୁ ପରିଚାଳନା କମିଟି ପରାମର୍ଶ ଦେଇଥିଲେ l ତେବେ କମିଟି ନିଜ ରିପୋର୍ଟରେ ଦେଇଥିବା ଅନେକ ପରାମର୍ଶକୁ ଗ୍ରହଣ କରାଯାଇଛି l
  7. ସେହିପରି ସେବାୟତ କଲ୍ୟାଣ ସମ୍ପର୍କରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଥିଲା l

LEAVE A REPLY

Please enter your comment!
Please enter your name here