୨୦୧ଟି ମୋଟରସାଇକେଲ ଏବଂ ମୋଡିଫାଏଡ ସାଇଲେନ୍ସର ବ୍ୟବହାର କରୁଥିବା ସମୁଦାୟ ୧୩ଜଣ ଆଇନ ଉଲଂଘନ କାରୀଙ୍କ ମୋଟରସାଇକେଲ ଗୁଡିକୁ ଜବତ କରାଯାଇଛି

0
292

By Biswanath Dash

BHUBANESWAR:  ଭୁବନେଶ୍ବରର ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ବର-କଟକ ର ପୁଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ନିର୍ଦେଶ କ୍ରମେ ଗତ ତା ୦୭.୧୦.୨୦୨୩ ଏବଂ ୦୮.୧୦.୨୦୨୩ ରିଖରେ ଟ୍ରାଫିକ୍ ଥାନା ୧ ଏବଂ ୨ ପକ୍ଷରୁ ଭୁବନେଶ୍ବର ବିଭିନ୍ନ ଅଞ୍ଚଳରେ ଏନଫୋର୍ସମେଣ୍ଟ ଡ୍ରାଇଭ ହୋଇଥିଲା । ଏହି କ୍ରମରେ ଭୁବନେଶ୍ବର ଟ୍ରାଫିକ୍ ପୁଲିସ ପକ୍ଷରୁ ରଙ୍ଗ ରୁଟ ଡ୍ରାଇଭିଂ, ମୋଡିଫାଏଡ ସାଇଲେନ୍ସର, ବେଆଇନ ପାର୍କିଂ, ନିଶା ସେବନ କରି ଗାଡି ଚାଳନା କରୁଥିବା ଆଇନ ଉଲଂଘନ କାରୀଙ୍କ ବିରୁଦ୍ଧରେ ଏନଫୋର୍ସମେଣ୍ଟ ଡ୍ରାଇଭ କରାଯାଇଥିଲା ।

ଏହି ଡ୍ରାଇଭରେ ଟ୍ରାଫିକ୍ ନିୟମ ଉଲଂଘନ କରି ରଙ୍ଗ ରୁଟ ରେ ଡ୍ରାଇଭିଂ କରୁଥିବା ଖିଲାପକାରୀ ମାନଙ୍କଙ୍କର ସମୁଦାୟ ୨୦୧ଟି ମୋଟରସାଇକେଲ ଏବଂ ମୋଡିଫାଏଡ ସାଇଲେନ୍ସର ବ୍ୟବହାର କରୁଥିବା ସମୁଦାୟ ୧୩ଜଣ ଆଇନ ଉଲଂଘନ କାରୀଙ୍କ ମୋଟରସାଇକେଲ ଗୁଡିକୁ ଜବତ କରାଯାଇଛି । ସେହି ପରି ନିଶା ସେବନ କରି ଗାଡି ଚାଳନ କରୁଥିବା ସମୁଦାୟ ୬ ଜଣ ଆଇନ ଖିଲାପକାରୀ ଙ୍କୁ ନିକଟସ୍ଥ ଥାନାରେ ଜିମ୍ମା ଦିଆଯାଇଛି ।

ଜବତ ହୋଇଥିବା ମୋଟରସାଇକେଲ ବ୍ୟବହାରକାରୀ ତଥା ମାଲିକ ମାନଙ୍କ ବିରୁଦ୍ଧରେ କୋର୍ଟ ରେ ପ୍ରୋସିକ୍ୟୁସନ ରିପୋର୍ଟ୍ ଦାଖଲ ହୋଇଛି ।

ଏଣୁ ଜନସାଧରଙ୍କୁ ନିବେଦନ କରାଯାଉଛି ଯେ, ସେମାନେ ଟ୍ରାଫିକ୍ ନିୟମ ଉଲଂଘନ କରନ୍ତୁ ନାହିଁ ଏବଂ ସର୍ବଦା ଟ୍ରାଫିକ୍ ନିୟମକୁ ପାଳନ କରନ୍ତୁ । ଆଗକୁ ମଧ୍ୟ ଏହି ପରି ଡ୍ରାଇଭ ଜାରି ରହିବ ।

LEAVE A REPLY

Please enter your comment!
Please enter your name here