ସିକିମ ଜମିକୁ ଦଖଲ କରୁଥିବା ଉପ-ରୟତ ଅବା ଉତ୍ତରାଧିକାରୀଙ୍କୁ ରୟତି ଅଧିକାର ପ୍ରଦାନ କରାଯିବ, ରାଜ୍ୟରେ ସ୍ଵତନ୍ତ୍ର ସଂଗ୍ରହାଳୟ, ପ୍ରତ୍ନତତ୍ତ୍ଵ ଓ ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ ସ୍ଥାପନ କରିବାକୁ ରାଜ୍ୟ କ୍ଯାବିନେଟ ରେ ନିଷ୍ପତ୍ତି

0
664

By Our Correspondent

BHUBANESWAR: ସିକିମ ଜମିକୁ ଦଖଲ କରୁଥିବା ଉପ-ରୟତ ଅବା ଉତ୍ତରାଧିକାରୀଙ୍କୁ ରୟତି ଅଧିକାର ପ୍ରଦାନ କରାଯିବ। ଓଡ଼ିଶା ଭୂ-ସଂସ୍କାର ଆଇନ, ୧୯୬୦ର ସଂଶୋଧନ ପ୍ରସ୍ତାବ ରାଜ୍ୟ କ୍ଯାବିନେଟ ରେ ପାରିତ ହୋଇଛି।

5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଜିଲ୍ଲା ଗସ୍ତ ବେଳେ ଏନେଇ ଲୋକଙ୍କ ମତାମତ ସଂଗ୍ରହ କରିଥିଲେ।

 ଏଥିରେ ପ୍ରମୁଖ ଜିଲ୍ଲା ଭାବେ କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଯାଜପୁର, ଜଗତସିଂହପୁର, ବାଲେଶ୍ଵର, ଭଦ୍ରକ, ଅନୁଗୋଳ ଓ ଗଞ୍ଜାମର ପାଖାପାଖି ୨.୪୬ ଲକ୍ଷ ଲୋକେ ଉପକୃତ ହେବାକୁ ଯାଉଛନ୍ତି।

ରାଜ୍ଯର ସମୃଦ୍ଧ ଐତିହାସିକ, ସାଂସ୍କୃତିକ, କଳା କୀର୍ତ୍ତିରାଜିର ସଂରକ୍ଷଣ ଓ ପ୍ରସାର ହେବ ବ୍ୟାପକ। ଏନେଇ ରାଜ୍ୟରେ ସ୍ଵତନ୍ତ୍ର ସଂଗ୍ରହାଳୟ, ପ୍ରତ୍ନତତ୍ତ୍ଵ ଓ ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ ସ୍ଥାପନ କରିବାକୁ ରାଜ୍ୟ କ୍ଯାବିନେଟ ରେ ନିଷ୍ପତ୍ତି ହୋଇଛି। ଅଧିକ ଗବେଷଣା ସହ ରାଜ୍ୟଠୁ ଆରମ୍ଭ କରି ଗ୍ରାମୀଣସ୍ତରରେ ଥିବା ଗ୍ରନ୍ଥାଗାରର ସୁପରିଚାଳନାରେ ଏହା ବେଶ ସହାୟକ ହେବ।

LEAVE A REPLY

Please enter your comment!
Please enter your name here