ସିଂହ ଦ୍ଵାରରେ ତିନି ରଥ ……

0
334

By Our Correspondent

PURI: ଆଜି ତା୨୬.୦୬.୨୦୨୫ରିଖ, ଗୁରୁବାର ଶୁକ୍ଳ ପ୍ରତିପଦ ରେ ସିଂହ ଦ୍ଵାରରେ ପହଂଚିଛନ୍ତି ଦିବ୍ୟ ତିନି ରଥ.ମହାପ୍ରଭୁଙ୍କ ମଙ୍ଗଳ ଆଳତି ପ୍ରାତଃ ଘ.୬.୨୦ ମୀ ରେ ବଢିବା ପରେ ପରବର୍ତ୍ତୀ ନୀତି ମାନ ଅନୁଷ୍ଠିତ ହୋଇ, ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ ଏବଂ ସକାଳ ଧୂପ ଅପରାହ୍ନ ଘ.୩.୧୦ ରୁ ଘ.୪.୦୫ ମଧ୍ୟରେ ଶେଷ ହେବା ପରେ ରଥକୁ ଆଜ୍ଞାମାଳ ବିଜେ ଅପରାହ୍ନ ଘ.୪.୪୦ ରେ ହୋଇଥିଲା, ଆଜ୍ଞାମାଳ ବିଜେ ହୋଇ ତିନି ରଥରେ ଲାଗି ହେବା ପରେ, ପୋଲିସ ପ୍ରଶାସନ ଯଥେଷ୍ଟ ପୂର୍ବରୁ ରଥ ସୁରକ୍ଷା ବ୍ୟବସ୍ଥା ସହ ରଥ ଟଣା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା ସହ ରଥ ଟଣା ପ୍ରଶସ୍ଥ ମାର୍ଗକୁ ବାରିକେଡିଙ୍ଗ କରାଯାଇଥିଲା। ତତ୍ପରେ ପୋଲିସ କର୍ମଚାରୀ ମାନେ ରଥକୁ କଡନ କରିଥିଲେ।

ଏହାପରେ ରଥ ଟଣ। ପର୍ବ ଆରମ୍ଭ ହୋଇଥିଲା। ପ୍ରଥମେ ନନ୍ଦିଘୋଷ ରଥ ଭୋଇ ସେବକ, ମହାରଣା ସେବକ ଏବଂ ପୋଲିସ ବାହିନୀ ଅପରାହ୍ନ ଘ.୫.୦୦ ଟିକା ରେ ରଥ ଟଣା ଆରମ୍ଭ କରି ଘ.୫.୪୦ ମୀ. ରେ ଉଦ୍ଦିଷ୍ଟ ସ୍ଥାନରେ ନନ୍ଦିଘୋଷ ରଥକୁ ସିଂହ ଦ୍ଵାରରେ ପହଞ୍ଚାଇଥିଲେ।
ତତ୍ ପରେ ଦର୍ପଦଳନ ରଥକୁ ରଥ ଖଳା ଠାରୁ ପୂର୍ବାହ୍ନ ଘ. ୫.୫୪ ରେ ଟଣା ଯାଇ ଘ.୬.୨୬ ରେ ସିଂହ ଦ୍ଵାର ଠାରେ ପହଞ୍ଚିଥିଲା, ଶେଷ ରେ ତାଳଧ୍ଵଜ ରଥ ଘ.୬.୩୭ ରେ ଭିଡ଼ାଯାଇ ସିଂହ ଦ୍ଵାର ଠାରେ ଘ.୭.୧୫ ସୁଦ୍ଧା ପହଞ୍ଚିଥିଲା।

LEAVE A REPLY

Please enter your comment!
Please enter your name here