ସପ୍ତମୀରେ ଅନୁଗୋଳରେ ବିଭିନ୍ନ ପୂଜା ମଣ୍ଡପ ବୁଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
244
ଦୁର୍ଗାପୂଜା
ଦୁର୍ଗାପୂଜା

By Our Correspondent
ANGUL: ପବିତ୍ର ସପ୍ତମୀ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଗୃହ ଜିଲ୍ଲା ଅନୁଗୋଳର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ମଣ୍ଡପ ବୁଲିବା ସହ ପୂଜା କମିଟି ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶୁଶୁଡା, ହୁଲୁରିସିଂହା, ଅନୁଗୋଳ ବଜାର, ଶିମିଳିପଡ଼ା, ଅମଲାପଡ଼ାରେ ପୂଜା ମଣ୍ଡପ ବୁଲିବା ସହ ମା ଦୁର୍ଗାଙ୍କ ଦର୍ଶନ କରିଥିଲେ । ଶାରଦୀୟ
ଦୁର୍ଗାପୂଜାର ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଶକ୍ତି, ମାୟା ଓ ପ୍ରକୃତିର ପ୍ରତୀକ ହେଉଛନ୍ତି ମା’ ଦୁର୍ଗା ଏବଂ ଦୁର୍ଗାପୂଜା ହେଉଛି ଆନନ୍ଦ ଓ ଉତ୍ସାହର ପର୍ବ ।
ଆସୁରିକ ଶକ୍ତି ଉପରେ ଦିବ୍ୟଶକ୍ତି ; ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ୟାୟ ଉପରେ ନ୍ୟାୟର ଚିରନ୍ତନ ବିଜୟର ପ୍ରତୀକ ।

ଅନୁଗୋଳରେ ଦୁର୍ଗାପୂଜାରେ ମାତୃଶକ୍ତିଙ୍କ ଯୋଗଦାନ ଅଭୂତପୂର୍ବ । ଅପାର ସମ୍ଭାନାର ଅଞ୍ଚଳ ଅନୁଗୋଳ ଜିଲ୍ଲା ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ଦୁର୍ଗା, ମା’ ହିଙ୍ଗୁଳା ଓ ମା’ ବୁଢୀ ଠାକୁରାଣିଙ୍କ ଆଶୀର୍ବାଦରୁ ସମ୍ପନ୍ନତାର ଶିଖରରେ ପହଞ୍ଚୁ ଏବଂ ଲୋକଙ୍କ ମଧ୍ୟରେ ସ୍ନେହ, ଭାଇଚାରା ବ୍ୟାପକ ହେଉ । ଦୁର୍ଗାପୂଜାର ଏହି ମହାପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣିଦେଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହାବ୍ୟତିତ ଶ୍ରୀ ପ୍ରଧାନ ଅନୁଗୋଳ ଦୁର୍ଗାପୂଜା ସମିତି, ଅମଲା ପଡାର ବିଶେଷ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ପୂଜା ସମିତି ୧୯୨୭ ମସିହାରୁ ଦୀର୍ଘ ୯୭ ବର୍ଷ ଧରି ନିରନ୍ତର ଭାବରେ ସାର୍ବଜନୀନ ଦୁର୍ଗା ପୂଜା ଆୟୋଜନ କରିବା ନେଇ ଖୁସିବ୍ୟକ୍ତ କରିବା ସହ ଅନୁଷ୍ଠାନ ସହ ଜଡ଼ିତ ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here