ରାଜ୍ୟ ପୁସ୍ତକ ମେଳାରେ ଶ୍ରୀମନ୍ଦିର ପ୍ରଶାସନର ବୁକ୍ ଷ୍ଟଲ୍, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା

0
332
ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଥିବା ପଞ୍ଚମ ଓଡିଶା ରାଜ୍ୟ ପୁସ୍ତକ ମେଳା-2023ରେ ଶ୍ରୀମନ୍ଦିର ପ୍ରଶାସନର ଏକ ଷ୍ଟଲ ଖୋଲାଯାଇଛି । ଏହାକୁ ବିଧିବଦ୍ଧ ଭାବେ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର୍. ବାଲକ୍ରିଷ୍ଣନ୍ ।

By Our Correspondent

BHUBANESWAR: ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଥିବା ପଞ୍ଚମ ଓଡିଶା ରାଜ୍ୟ ପୁସ୍ତକ ମେଳା-2023ରେ ଶ୍ରୀମନ୍ଦିର ପ୍ରଶାସନର ଏକ ଷ୍ଟଲ ଖୋଲାଯାଇଛି । ଏହାକୁ ବିଧିବଦ୍ଧ ଭାବେ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର୍. ବାଲକ୍ରିଷ୍ଣନ୍ ।

ଉଦଘାଟନ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ରଂଜନ କୁମାର ଦାସ, ଆଇ.ଏ.ଏସ୍, ଶ୍ରୀ ଜିତେନ୍ଦ୍ର କୁମାର ସାହୁ, ପ୍ରଶାସକ ନୀତି, ଶ୍ରୀ ଶୁଭ୍ରାଂଶୁ ଶେଖର ପାଢୀ, ଓଏସଡ଼ି ସଂସ୍କୃତି ପ୍ରଚାର ଓ ଶ୍ରୀ ଜିତେନ୍ଦ୍ର ନାରାୟଣ ମହାନ୍ତି, ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏବର୍ଷ ଶ୍ରୀମନ୍ଦିର ପ୍ରଶାସନ ଷ୍ଟଲରେ ମହାପ୍ରଭୁଙ୍କ ଦିବ୍ୟ ସୁନାବେଶ ସ୍ଥାନୀତ ହୋଇଥିବା ବେଳେ ବହୁ ସଂଖ୍ୟାରେ ପାଠକ ପାଠିକା ଦର୍ଶନ ଲାଭ କରିବା ସୁଯୋଗ ପାଉଛନ୍ତି । ପୁସ୍ତକ ମେଳାର ପ୍ରବେଶ ପଥରେ ଦୃଶ୍ଯମାନ ହେଉଥିବା ଶ୍ରୀମନ୍ଦିର ପ୍ରଶାସନ ଷ୍ଟଲକୁ ଆକର୍ଷଣୀୟ ଭାବେ ଶ୍ରୀମନ୍ଦିର ସିଂହଦ୍ବାର ଏବଂ ଦକ୍ଷିଣଦ୍ବାର ଶୈଳୀରେ ସଜ୍ଜିତ କରାଯିବା ସହ ଅରୁଣ ସ୍ତମ୍ଭର ଆକୃତି ମଧ୍ୟ ସ୍ଥାନ ପାଇଛି ।

 ଏହି ଷ୍ଟଲରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ବିଭିନ୍ନ ପୁସ୍ତକ ଏବଂ ପତ୍ରିକା ପ୍ରଦର୍ଶିତ ତଥା ବିକ୍ରୟ ହେଉଛି । ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ ବିଭିନ୍ନ ପ୍ରକାଶନର ପୁସ୍ତକ ମଧ୍ୟ ଏଠାରେ ଉପଲବ୍ଧ ଅଛି । ଏପରିକି ଶ୍ରୀମନ୍ଦିର ଚୂଡାରେ ଲାଗି ହୋଇଥିବା ପତିତପାବନ ବାନା ମଧ୍ୟ ଏଠାରେ ମିଳିପାରୁଛି । ଶ୍ରୀଜଗନ୍ନାଥ ପ୍ରେମୀ ପାଠକ ପାଠିକା ମାନେ ଏହି ଷ୍ଟଲରେ ସ୍ଥାନୀତ ହୋଇଥିବା ଦାନବାକ୍ସରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ ମଧ୍ୟ କରିପାରୁଛନ୍ତି ।

LEAVE A REPLY

Please enter your comment!
Please enter your name here