ରଥ ନିର୍ମାଣ କାର୍ଯ୍ୟ ୩୩ ତମ ଦିବସ. ତିନିରଥର ଦଣ୍ଡା ପ୍ରେମ, ନମ୍ବରିଂ ହୋଇ କଳଶା କାର୍ଯ୍ୟ ଶେଷ ହୋଇଛି

0
422
ତିନିରଥର ନିର୍ମାଣକାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି। ତିନିରଥର ଦଣ୍ଡା ପ୍ରେମ, ନମ୍ବରିଂ ହୋଇ କଳଶା କାର୍ଯ୍ୟ ଶେଷ ହୋଇଛି । କଣ୍ଟା ବସିବା ପାଇଁ ଅଗର ବିନ୍ଧ ପରେ ଦଣ୍ଡା ଫ୍ରେମ ର ବିଭିନ୍ନ ଅଂଶ ଖୋଲାଯାଇଅଛି । ଆସନ୍ତାକାଲି ପୂର୍ବାହ୍ନରେ ତିନିରଥର ଚକର ଦିଗ ନିର୍ଣ୍ଣୟ କାର୍ଯ୍ୟ ତିନି ମୁଖ୍ୟ ମହାରଣା ଭୋଇ ସେବକଙ୍କ ସହଯୋଗରେ ସମ୍ପାଦିତ ହେବ । ଯେପରି ତିନିରଥ ବିନା ବାଧାରେ ସିଂହଦ୍ଵାର ଠାରେ ଯାଇ ନିଜ ନିଜ ସ୍ଥାନରେ ପହଁଚି ପାରିବେ। ସେଥିପାଇଁ ତିନିରଥର ଚକ ଅଖ ସେଟିଙ୍ଗ କରାଯିବ ।

By Our Correspondent

PURI/BHUBANESWAR:   ତିନିରଥର ନିର୍ମାଣକାରୀ ସେବକ ମାନେ ଆଜି ରଥଖଳା ଠାରେ ସକାଳ ଘ.୮.୦୦ ଟାରେ ଉପସ୍ଥିତ ହୋଇ ତିନି ରଥର ମୂଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ରଥ ନିର୍ମାଣ ଅଗ୍ରଗତି

ତିନିରଥର ନିର୍ମାଣକାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି। ତିନିରଥର ଦଣ୍ଡା ପ୍ରେମ, ନମ୍ବରିଂ ହୋଇ କଳଶା କାର୍ଯ୍ୟ ଶେଷ ହୋଇଛି । କଣ୍ଟା ବସିବା ପାଇଁ ଅଗର ବିନ୍ଧ ପରେ ଦଣ୍ଡା ଫ୍ରେମ ର ବିଭିନ୍ନ ଅଂଶ ଖୋଲାଯାଇଅଛି । ଆସନ୍ତାକାଲି ପୂର୍ବାହ୍ନରେ ତିନିରଥର ଚକର ଦିଗ ନିର୍ଣ୍ଣୟ କାର୍ଯ୍ୟ ତିନି ମୁଖ୍ୟ ମହାରଣା ଭୋଇ ସେବକଙ୍କ ସହଯୋଗରେ ସମ୍ପାଦିତ ହେବ । ଯେପରି ତିନିରଥ ବିନା ବାଧାରେ ସିଂହଦ୍ଵାର ଠାରେ ଯାଇ ନିଜ ନିଜ ସ୍ଥାନରେ ପହଁଚି ପାରିବେ। ସେଥିପାଇଁ ତିନିରଥର ଚକ ଅଖ ସେଟିଙ୍ଗ କରାଯିବ ।

ତାଳଧ୍ୱଜ ଚାଳି

ଆଜି ତାଳଧ୍ୱଜ ରଥର ମୁଖ୍ୟ ମହାରଣାଙ୍କ ତତ୍ୱାବଧାନରେ ଅଣସର ପାଇଁ ୧୮ ଫୁଟର ତିନି ଗୋଟି ” ଅଣସର ଗୟଳ” ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଦୁଇଟିର ଚଉପଟ କାର୍ଯ୍ୟ ଶେଷ ହୋଇଛି ।ତାଳଧ୍ୱଜ ରଥର ଦୁଇଟି ବଡ଼ ପୋଲ ଗୟଳ ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।ଚରି ନାହାକାର ମୁହଁ ସାଲ କାର୍ଯ୍ୟ ଶେଷ ହୋଇଛି । ଦୁଇଟି ଧୂଳି ଦଣ୍ଡା ନିର୍ମାଣ ପାଇଁ  ରଥ ଆମୀନ ୨୦ ଫୁଟିଆ ଧଉରା  କାଠ ତିନି ଚାଳିକୁ ଯୋଗାଇ ଦେଇଛନ୍ତି ଧୂଳି ଦଣ୍ଡାର  ହଣା କାର୍ଯ୍ୟ ଚାଲିଛି ଚଉପଟ ପରେ ଦୁଇ ପାର୍ଶ୍ୱ ଗୋଲାଳାର କରାଯିବ । ତାଳଧ୍ୱଜ ରଥର ଚାରପରିଛ। ଚଉପଟ କାର୍ଯ୍ୟ ଶେଷ ହୋଇଛି ।ତାଳଧ୍ୱଜ ରଥର ଭୂଇଁ ଓରା, ଭୂଇଁ ଖମ୍ବୀ, ପୋଟଳ ପାରେଣି, ପୋଟଳ ନାହାକା ନିର୍ମାଣ ଶେଷ ହୋଇଛି ।

ଦର୍ପଦଳନ ଚାଳି

ଦର୍ପଦଳନ ରଥର ପାଞ୍ଚ ଦଣ୍ଡା ପ୍ରେମ  ନମ୍ବରିଂ ,କଳଶା, ଅଗର ବିନ୍ଧ ହୋଇ ଦଣ୍ଡା ଖୋଲା ଯାଇ ସାଇତା କାର୍ଯ୍ୟ ପରେ ଦେବୀ ରଥର ଚାର ପରିଛା ଚଉପଟ କାର୍ଯ୍ୟ ଶେଷ ହୋଇଛି.  ଦେବୀ ରଥର ଦୁଇଟି ଧୂଳି ଦଣ୍ଡା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏଥିସହ ତିନି ଗୋଟି ଢମକ ର ନିର୍ମାଣ କାର୍ଯ୍ୟ ଶେଷ ହୋଇଅଛି ।ଏଥିସହ ଦୁଇଟି ବଡ଼ ପୋଲ ଗୟଳ ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ନନ୍ଦିଘୋଷ ଚାଳି

ନନ୍ଦିଘୋଷ ରଥର ଦଣ୍ଡା ପ୍ରେମର ବମ୍ବରିଂ ହୋଇ କଳଶା ପରେ ଦଣ୍ଡା ପ୍ରେମରେ କଣ୍ଟା ବସିବା ପାଇଁ ଅଗର ବିନ୍ଧ ପରେ ଦଣ୍ଡା ଫ୍ରେମ ଖୋଲା ଯାଇ ସାଇତା ଯାଇଛି। ଏଥି ସହ ନନ୍ଦିଘୋଷ ରଥର ଦୁଇଟି ବଡ଼ ପୋଲ ଗୟଳ ର ଚଉପଟ କାର୍ଯ୍ୟ ଶେଷ ହୋଇ ଆଉଦୁଇଟି ପୋଲ ଗୟଳ ର ଚଉପଟ ପାଇଁ ହଣା କାର୍ଯ୍ୟ ଜାରି ରହିଛି । ନନ୍ଦିଘୋଷ ରଥର ଆଗଆଣି ଢମକ ଏବଂ ଚାର ପରିଛା ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଏଥିସହ ଦୁଇଟି ଧୂଳି ଦଣ୍ଡା  ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

ରୂପକାର ଚାଳି

ରୂପକାର ସେବକ ମାନେ ତିନିରଥର ସିଂହାସନରେ ପୂର୍ଣ୍ଣ କୁମ୍ଭ , ପଦ୍ମ ପାଖୁଡା ଇତ୍ୟାଦି ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି ।

କରତି ସେବକ

କରତି ସେବକ ମାନେ ତିନିରଥର ପୋଲ ଗୟଳ ଚିରଟ ପରେ ଚକା ବାନ୍ଦେଣି ପାଇଁ ଗର କାଠ ଗଡ଼ କାମ ଆରମ୍ଭ କରିଛନ୍ତି ।

କମାର ଶାଳ

ଦୋଳବେଦୀ କମାର ଶାଳ ରେ ତିନିରଥର ଓଝା ସେବକ ମାନେ ତିନି ରଥ ପାଇଁ ଗୟଳ କଣ୍ଟା ଯୋଖା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥର ମୋଟ ମହାରଣା-୭୩

ତିନିରଥର ଭୋଇ ସେବକ   -୭୭

ତିନିରଥର କରତି ସେବକ   –  ୪

ତିନିରଥର କମାର ସେବକ  -୧୭

ପାହି ମହାରଣା                 –  ୨

ତୁମ୍ବ ବିନ୍ଧ କାରିଗର            –  ୧

ତିନିରଥର ରୂପକାର ସେବକ -୧୯

ରଥଖଳା ସହାୟକ(ପାଣିବାଲା)୧

ମୋଟ-୧୯୪

LEAVE A REPLY

Please enter your comment!
Please enter your name here