ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଆସୁଥିବା ବିଭାଗ ସମ୍ବନ୍ଧିତ ଅଭିଯୋଗ ଗୁଡ଼ିକର ତ୍ବରିତ ସମାଧାନ ପୂର୍ବକ ଏହାର ରିପୋର୍ଟ ପ୍ରଦାନ କରିବାକୁ ଗ୍ରାମ୍ଯଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଙ୍କ ନିର୍ଦ୍ଦେଶ

0
379
ଗ୍ରାମ୍ଯଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ପ୍ରକଳ୍ପ କାର୍ଯ୍ଯ ତ୍ବରାନ୍ବିତ କରିବା ସହ ନିର୍ଦ୍ଧାରିତ ସମୟରେ ସମାପ୍ତ କରିବା ନିମନ୍ତେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗର ମାସିକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ସିଂ ଗ୍ରାମ୍ଯଉନ୍ନୟନ ବିଭାଗ ଅଧିନସ୍ଥ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ।

By Our Correspondent

BHUBANESWAR:   ଗ୍ରାମ୍ଯଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ପ୍ରକଳ୍ପ କାର୍ଯ୍ଯ ତ୍ବରାନ୍ବିତ କରିବା ସହ ନିର୍ଦ୍ଧାରିତ ସମୟରେ ସମାପ୍ତ କରିବା ନିମନ୍ତେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗର ମାସିକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ସିଂ ଗ୍ରାମ୍ଯଉନ୍ନୟନ ବିଭାଗ ଅଧିନସ୍ଥ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ।

 ବିଜୁ ସେତୁ ଯୋଜନା ଅଧିନରେ ବିଭିନ୍ନ ଜିଲ୍ଲାରେ ନିର୍ମାଣାଧୀନ କାର୍ଯ୍ୟର ସମୀକ୍ଷା କରିବା ସହିତ ଆପ୍ରୋଚ୍ ରୋଗଗୁଡିକର ନିର୍ମାଣ ଶୀଘ୍ର ସାରିବାକୁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଥିଲେ.

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଆସୁଥିବା ବିଭାଗ ସମ୍ବନ୍ଧିତ ଅଭିଯୋଗ ଗୁଡ଼ିକର ତ୍ବରିତ ସମାଧାନ ପୂର୍ବକ ଏହାର ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଥିଲେ। ବିଜୁ ସେତୁ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ସମେତ ବିଭାଗ ଅଧିନସ୍ଥ ସମସ୍ତ ଯୋଜନାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଶ୍ରୀ ସିଂ କାର୍ଯ୍ଯର ଅଗ୍ରଗତି ସମୀକ୍ଷା କରିଥିଲେ। ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଯନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ.

LEAVE A REPLY

Please enter your comment!
Please enter your name here