ଫାଇଟର୍ସ ଗୃପ ଓ ଆର୍ଟ ଅଫ୍ ଲିଭିଙ୍ଗ୍ ର ପ୍ରେରଣା ଦାୟୀ କାର୍ଯ୍ୟଶାଳା ଉଦଯାପିତ

0
448

By Our Correspondent

BARGARH: ବରଗଡ-କେନ୍ସର ବା କର୍କଟ ରୋଗ ଯେତେ ଭୟଙ୍କର ହଉ ନାଁ କାହିଁକି ତା ଠାରୁ ଅଧିକ ଭୟଙ୍କର ଏହି ରୋଗର ନାଁ | କେନ୍ସର ବା କର୍କଟ ରୋଗ ର ନାଁ ଶୁଣିଲେ ରୋଗୀ ଓ ପରିବାର ଲୋକଙ୍କ ମାନସିକ ସ୍ଥିତି ଦୋହଲିଯାଇଥାଏ ଏପରିକି ଆତ୍ମୀୟ ଓ ସମ୍ପର୍କୀୟଙ୍କୁ ମଧ୍ୟ ପ୍ରଭାବିତ କରିଥାଏ | କେନ୍ସର ରୋଗରେ ପୀଡିତ ରୋଗୀ ଓ ପରିବାର ଆର୍ଥିକ ସମସ୍ୟା  ଓ ମାନସିକ ପୀଡା ମଧ୍ୟରେ ଗତି କରିଥାନ୍ତି  ସତ ମାତ୍ର ତା ଠାରୁ ଅଧିକ ପୀଡାଦାୟକ ହୋଇଥାଏ ସାମାଜିକ କ୍ଷେତ୍ରରେ | କିଛି ଦିନର ଆଶ୍ଵାସନା ଓ ସହାନୁଭୁତି ପରେ ଧୀରେ ଧୀରେ ପୀଡିତ ପରିବାରକୁ ଭୁଲିଯାଏ ସଂସାର |

ସତେ ଯେପରି ସମାଜର ମୁଖ୍ୟ ସୂତ୍ରରୁ ବିଚ୍ଛିନ୍ନ ହୋଇପଡିଛନ୍ତି କେନ୍ସର ରୋଗୀ ଓ ପରିବାର | ଯେଉଁ କେନ୍ସର ରୋଗୀ ଓ ପୀଡିତ ପରିବାରକୁ ମାନସିକ ସହଯୋଗ ରୂପକ ଚିକିତ୍ସା ଦରକାର ସେହି ସମୟରେ ଏକାକୀ ହୋଇଯାଏ ପୀଡିତ ପରିବାର , ଯାହା କେନ୍ସର ରୋଗୀ ଓ ସେହି ପରିବାର ବ୍ୟତୀତ ଅନ୍ୟକେହି ଅନୁଭବ କରିବା ସମ୍ଭବ ନୁହେଁ  | ତେବେ କେନ୍ସର ରୋଗ ସହିତ ଲଢେଇ କରି ବିଜୟୀ ହୋଇଥିବା ବରଗଡର  କିଛି କେନ୍ସର ସରଭାଇଭର କେନ୍ସର ରୋଗୀଙ୍କ ଏପରି କଷ୍ଟଦାୟକ ଜୀବନ ବଞ୍ଚିବାର ଶୈଳୀକୁ ଅନୁଭବ କରିପାରି ନିଜେ କେନ୍ସର ସରଭାଇଭର ମାନେ ବରଗଡରେ ଫାଇଟର୍ସ ଗୃଫ ନାମରେ ଏକ ସଂଗଠନ ଗଢି କେନ୍ସର ପୀଡିତ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି |

ବରଗଡ ଜିଲ୍ଲା ଏକ କେନସର ପ୍ରବଣ ଅଞ୍ଚଳ ହୋଇଥିବାରୁ ଏ ଅଞ୍ଚଳରେ କେନସର୍ ସରଭାଇବର୍ସ ବହୁତ ସଂଘର୍ଷ ପୂର୍ଣ୍ଣ ଜୀବନ ବିତେଇ ଆସୁଛନ୍ତି। ତଥାପି କେବେ ହାର ମାନି ନାହାଁନ୍ତି। ସେଥିପାଇଁ ତାଙ୍କୁ ଫାଇଟର୍ସ କୁହାଯାଉଅଛି। କିନ୍ତୁ ବେଳେବେଳେ ଏମାନେ ମଧ୍ଯ ପାରିବାରିକ ଦାୟିତ୍ୱ ସହିତ ବ୍ୟସ୍ତ କର୍ମମୟ ଜୀବନ ଯୋଗୁଁ ସେମାନଙ୍କ ର ସ୍ବାସ୍ଥ୍ଯବସ୍ଥା ଭଲ ରହି ନ ଥାଏ, ଯେଉଁଥି ପାଇଁ ସେମାନେ ମାନସିକ ସ୍ତରରେ ମଧ୍ଯ ଦୁର୍ବଳ ଅନୁଭବ କରିଥାନ୍ତି। ଏଭଳି ସମସ୍ୟାକୁ ସାମ୍ନା କରିବା ପାଇଁ ସେମାନେ ଏକ ବିକଳ୍ପ ଜୀବନର ସନ୍ଧାନରେ ରହିଥିଲେ। ସେଥିପାଇଁ ବରଗଡ଼ର କେନସର ସରଭାଇବର୍ସ ଫାଇଟର୍ସ ଗୃପ ଗତ ୨୫ ନଭେମ୍ବର ରୁ ୩୦ ନଭେମ୍ବର ଛଅ ଦିବସୀୟ ପ୍ରେରଣାଦାୟୀ କାର୍ଯ୍ୟଶାଳାର “ବିକଳ୍ପ ଜୀବନ ର ପରିକଳ୍ପନା” ଆୟୋଜନ କରିଥିଲେ । ଆର୍ଟ ଅଫ୍ ଲିଭିଙ୍ଗ୍ ଏହି କେନସର ସରଭାଇବର୍ସ ମାନଙ୍କୁ ପ୍ରେରଣା ଦେବାପାଇଁ ବିଭିନ୍ନ ପ୍ରକାରର ପ୍ରକ୍ରିୟା ମାଧ୍ୟମରେ ଯୋଜନାବଦ୍ଧ କାର୍ଯ୍ୟଶାଳା ର ପ୍ରୟାସ କରିଥିଲେ।

ଯାହାକି ଆଜି ଶେଷ ଦିନ ରେ ସଫଳତା ର ସହ ସମାପନ ହୋଇଛି। ଏହି ଅବସରରେ ଭାରତୀୟ ପ୍ରସିଦ୍ଧ ଲେଖକ ତଥା ମହାତ୍ମା ଗାନ୍ଧୀଙ୍କ ଅଣନାତି ଶ୍ରୀଯୁକ୍ତ ତୁଷାର ଅରୁଣ ଗାନ୍ଧୀ କେନସର ସରଭାଇବର୍ସ ଫାଇଟର୍ସ ଗୃପ ର ସଦସ୍ଯ ସାକ୍ଷାତ କରିବାକୁ ଆସିଥିଲେ। ଜିଲ୍ଲା ର ବିଭିନ୍ନ ଅଞ୍ଚଳରୁ ବହୁ କେନସର ସରଭାଇବର୍ସ ଏହି ପ୍ରେରଣା ଦାୟୀ କାର୍ଯ୍ୟଶାଳା ରେ ଭାଗ ନେଇଥିଲେ। ପଦ୍ମପୁର ଉପଖଣ୍ଡ ପଲସଦା ଗ୍ରାମ ର ନୁରପରାଜ ସାହୁ ମୁଖଗହ୍ୱର କେନସର ରେ ପିଡୀତ ହୋଇ ପ୍ରଥମ ଥର ଅପରେସନ୍ ର ଗୋଟିଏ ବର୍ଷ ପରେ ପୁନର୍ବାର ସେଇ କେନସର ର ଆକ୍ରାନ୍ତ ହେବାରୁ ପୁଣି ଅପରେସନ କରି ଥିଲେ। ଗୋଟିଏ ବର୍ଷ ରେ ୨ଥର ଅପରେସନ ହେବାପରେ ପିଡୀତ ଓ ପରିବାର ମାନସିକ ସ୍ତରରେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିଲେ। ଫାଇଟର୍ସ ଗୃପ ଓ ଆର୍ଟ ଅଫ୍ ଲିଭିଙ୍ଗ୍ ର ଏହି କାର୍ଯ୍ୟଶାଳା ରେ ଭାଗ ନେବାପରେ କୁହନ୍ତି ଯେ, ମୋତେ ଏହି କାର୍ଯ୍ୟଶାଳା ମାନସିକ ସ୍ତରରେ ବଞ୍ଚିବା ପାଇଁ ପ୍ରେରିତ କରିଛି। ସେହି ଭଲି ବରଗଡର ସୂର୍ଯ୍ୟକାନ୍ତି ସିକନ୍ଦର , ଆସିଷ୍ଟାଣ୍ଟ୍ ପ୍ରଫେସର, ଉଦ୍ଭିଦ ବିଭାଗ  ଏହି କାର୍ଯ୍ୟଶାଳା ସାମିଲ ହେବା ପରେ କହିଲେ ଯେ, ମୁଁ ଜଣେ କର୍ମଜୀବି ମହିଳା,  ୨୦୨୪ ମସିହାରୁ ମୁଁ ରକ୍ତ କର୍କଟ ରୋଗରେ ପୀଡିତ ହେବାପରେ ଘରୁ ବାହାରକୁ ଯିବା ଏବଂ କାର୍ଯ୍ୟ କରିବାର ଶକ୍ତି ଓ କ୍ଷମତା ହ୍ରାସ ପାଇଯାଇଥିଲା | ଘରୁ ବାହାରକୁ ଯିବା କଷ୍ଟକର ହୋଇପଡିଥିଲା କିନ୍ତୁ ଏହି କାର୍ଯ୍ୟଶାଳା ରେ ଯୋଗ ଦେଇ ବିଭିନ୍ନ ପ୍ରେରଣା ଦାୟୀ ଓ ସୁଦର୍ଶନ କ୍ରିୟା ଲଗାତାର ଭାବେ କରିବା ପରେ ମୋ ଶରୀରରେ ଅପୂର୍ବ ଶକ୍ତିର ସଂଚାର ଅନୁଭବ କରୁଛି |

ବର୍ତମାନ ମୁଁ ବାହାର କାମ ସହିତ ଘର କାମ ମଧ୍ୟ ସୂଚାରୁ ରୂପେ କରିବାର କ୍ଷମତା ହାସଲ କରିପାରିଛି | ଆର୍ଟ ଅଫ୍ ଲିଭିଙ୍ଗ୍ ବରିଷ୍ଠ ପ୍ରଶିକ୍ଷକ ହିମାଂଶୁ ପଣ୍ଡା ମତରେ ଆମର ଏହି ପ୍ରେରଣା ଦାୟୀ କାର୍ଯ୍ୟ ରେ କିଛି କେନସର ପିଡୀତ ଯଦି ମାନସିକସ୍ତରରେ ନିଜକୁ ସୁସ୍ଥ ମନେ କରନ୍ତି ଆମେ ନିଜକୁ ଅତ୍ଯନ୍ତ ଭାଗ୍ୟଶାଳୀ ମନେ କରିବୁ। ବରିଷ୍ଠ ପ୍ରଶିକ୍ଷିକା ଶ୍ରୀମତୀ ମଧୁ ଲାଠ କହିଲେ ଯେ, ବିଭିନ୍ନ ଜଟିଳ ରୋଗ ରେ ପିଡୀତ ମାନେ ମାନସିକ ସ୍ତରରେ ଭାଙ୍ଗି ପଡିଥାନ୍ତି, ସେମାନଙ୍କୁ ଏଭଳି ମାନସିକତା ରୁ ବାହାରକୁ ଆଣିବା ପାଇଁ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଦ୍ବାରା ପ୍ରସ୍ତୁତ ଆର୍ଟ ଅଫ୍ ଲିଭିଙ୍ଗ୍ ର ସିଲାବସ ରହିଛି, ଆମେ ତାହାକୁ ଅନୁସରଣ କରି ବହୁ ସରଳ ଉପାୟରେ ପ୍ରଶିକ୍ଷଣ ଦେଇଥାଉ। ସେ ମଧ୍ଯ ରୁ ସୁଦର୍ଶନ କ୍ରିୟା ଅତ୍ଯନ୍ତ ସଫଳପ୍ରଦ ହୋଇଛି।

ଏହି ଅବସରରେ ଭରତର ବିଶିଷ୍ଟ ଲେଖକ ତଥା ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ  କେନସର ସରଭାଇବର୍ସ ଙ୍କୁ ସ୍ବତନ୍ତ୍ର ଭାବେ ସାକ୍ଷାତ କରି କହିଲେ ଯେ, କେନ୍ସର ଏପରି ଏକ ରୋଗ ଯାହାକୁ ଲୋକେ ଖୁବ ଭୟ କରନ୍ତି ଏବଂ ଏହି ଭୟ ରୁ ମୁକ୍ତି ମିଳିଲେ ରୋଗ ମଧ୍ୟ ଦୂର ହୋଇଯାଇଥାଏ | ତେବେ ବରଗଡରେ କେନ୍ସର ସରଭାଇବର ମାନଙ୍କ ଦ୍ଵାରା କେନ୍ସର ରୋଗୀଙ୍କୁ ଯେଉଁ ସ୍ବନ୍ତନା ,ଶକ୍ତି ଓ ଊର୍ଜା ମିଳୁଛି ତାହା ପ୍ରଶଂସନୀୟ ଅଟେ | ଆର୍ଟ ଅଫ ଲିଭିଙ୍ଗ କୁ ମଧ୍ୟ ଏପରି ସୁନ୍ଦର କାରଜ୍ୟକରମର ଆୟୋଜନ ପାଇଁ  ମୁଁ ଧନ୍ୟବାଦ ଅର୍ପଣ କରୁଛି |

ଏହି ୬ଦିବସୀୟ ପ୍ରେରଣା ଦାୟୀ କାର୍ଯ୍ୟଶାଳା ରେ ଯୋଗଦେଇ ଥିବା ଦୁଇ ଜଣ କେନସର ସରଭାଇବର୍ସ ପ୍ରତାପ ଦାଶ ଓ ଦିପାଲୀ ଦତ୍ତା ନିଜେ ପୀଡିତ ହୋଇଥିବା ସତ୍ତ୍ବେ ଫାଇଟର୍ସ ଗୃପ ର ସହାୟତା ପାଣ୍ଠି କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରି ଥିଲେ। ଫାଇଟର୍ସ ଗୃପ ର ଏହି କାର୍ଯ୍ୟଶାଳା କୁ ସଦସ୍ଯ ଅଶ୍ବିନୀ କୁମାର ଦର୍ଜୀ, ପ୍ରତାପ ଦାଶ, ବିଶ୍ବଜିତ ବାରିକ, ପୁରୁଷୋତ୍ତମ ବିଶି, ରାଜଗୋପାଳ ଦାଶ ପରିଚାଳନା ଓ ସଂଯୋଜନା କରିଥିବା ବେଳେ ଆର୍ଟ ଅଫ୍ ଲିଭିଙ୍ଗ୍ ର ବରିଷ୍ଠ ପ୍ରଶିକ୍ଷିକା ଶ୍ରୀମତୀ ମଧୁ ଲାଠ, ବରିଷ୍ଠ ପ୍ରଶିକ୍ଷିକ ହିମାଂଶୁ ପଣ୍ଡା ପଣ୍ଡା କେନସର ସରଭାଇବର୍ସ ଙ୍କୁ ନାକାରାତ୍ମକ ମାସିକତା କୁ ସାକାରାତ୍ମକ ମାନସିକସ୍ତରରେ ପରିବର୍ତ୍ତନ ଆଣିବା ପାଇଁ ସରଳ ଉପାୟ ରେ ବିଭିନ୍ନ କ୍ରିୟା କରିବା ର ପ୍ରଶିକ୍ଷଣ ଦେଇଥିଲେ। ସେମାନଙ୍କୁ ଆର୍ଟ ଅଫ୍ ଲିଭିଙ୍ଗ୍ ର କନିଷ୍ଠ ପ୍ରଶିକ୍ଷକ ଅନୁପ କୁମାର ଦର୍ଜୀ, ଡା . ଅଶ୍ବିନୀ ଭୋଇ ଓ ଭଲେଣ୍ଟିୟର ଗୁଲସନ ଦାଶ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here