ନିର୍ବାଚନ ଋତୁରେ ପୁରା ପୃଷ୍ଠା ରଙ୍ଗିନ ବିଜ୍ଞାପନ ଦ୍ୱାରା ନିଜ ବିଫଳତାକୁ ଲୁଚାଇବାର ଅପଚେଷ୍ଟା କରାଯାଇପାରେ, କିନ୍ତୁ ଏହାଦ୍ୱାରା ମିଥ୍ୟାକୁ ସତ୍ୟରେ ପରିଣତ କରାଯାଇପାରେ ନାହିଁ

0
269
ନିର୍ବାଚନ ଋତୁରେ ପୁରା ପୃଷ୍ଠା ରଙ୍ଗିନ ବିଜ୍ଞାପନ ଦ୍ୱାରା ନିଜ ବିଫଳତାକୁ ଲୁଚାଇବାର ଅପଚେଷ୍ଟା କରାଯାଇପାରେ, କିନ୍ତୁ ଏହାଦ୍ୱାରା ମିଥ୍ୟାକୁ ସତ୍ୟରେ ପରିଣତ କରାଯାଇପାରେ ନାହିଁ । ଅବସର ପରବର୍ତୀ ନିଯୁକ୍ତିକୁ ରାଜନୈତିକ ଥଇଥାନ ବୋଲି କୁହାଯାଇପାରେ, ପାପଲବ୍ଧ କ୍ଷମତାର ଅନୈତିକ ଭାଗବଂଟା ବୋଲି କୁହାଯାଇପାରେ

By Our Correspondent

BHUBANESWAR:  ନିର୍ବାଚନ ଋତୁରେ ପୁରା ପୃଷ୍ଠା ରଙ୍ଗିନ ବିଜ୍ଞାପନ ଦ୍ୱାରା ନିଜ ବିଫଳତାକୁ ଲୁଚାଇବାର ଅପଚେଷ୍ଟା କରାଯାଇପାରେ, କିନ୍ତୁ ଏହାଦ୍ୱାରା ମିଥ୍ୟାକୁ ସତ୍ୟରେ ପରିଣତ କରାଯାଇପାରେ ନାହିଁ । ଅବସର ପରବର୍ତୀ ନିଯୁକ୍ତିକୁ ରାଜନୈତିକ ଥଇଥାନ ବୋଲି କୁହାଯାଇପାରେ, ପାପଲବ୍ଧ କ୍ଷମତାର ଅନୈତିକ ଭାଗବଂଟା ବୋଲି କୁହାଯାଇପାରେ । କିନ୍ତୁ ତାହା ଯୁବ ସମାଜ ପାଇଁ ନିଯୁକ୍ତିର ପରିଚାୟକ ହୋଇପାରେ ନାହିଁ । ଭାରତ ସରକାରଙ୍କ ପରିସଂଖ୍ୟାନ ଓ ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟର ତ୍ରୈମାସିକ “ପିରିୟଡିକ୍ ଲେବର ଫୋର୍ସ ସର୍ଭେ” ଏହି କଥାକୁ ପ୍ରମାଣିତ କରିଛି ।

ଉପରୋକ୍ତ ରିପୋର୍ଟ ଭାରତ ବର୍ଷର ବିଭିନ୍ନ ପ୍ରଦେଶରେ ସହରାଂଚଳ ବେକାରୀ ସମସ୍ୟା ଉପରେ ଆଲୋକପାତ କରିଛି । ଏଥିରେ ପ୍ରକାଶପାଇଛି ଯେ, ଭାରତର ସହରାଚଂଳ ଯୁବବର୍ଗମାନଙ୍କ ଭିତରେ ବେକାରୀ ୧୭.୩ ପ୍ରତିଶତ ଥିବାବେଳେ ଓଡିଶାରେ ତାହା ୨୦.୯ ପ୍ରତିଶତ ରହିଛି । ଏମାନଙ୍କ ମଧ୍ୟରୁ ଭାରତୀୟ ଯୁବକମାନଙ୍କ କ୍ଷେତ୍ରରେ ବେକାରୀ ୧୫.୫ ପ୍ରତିଶତ ଥିବାବେଳେ ଓଡ଼ିଶାରେ ତାହା ୧୬.୯ ପ୍ରତିଶତ ରହିଛି । ସେହିପରି ଯୁବତୀମାନଙ୍କ କ୍ଷେତ୍ରରେ ଭାରତୀୟ ସହରମାନଙ୍କ ପାଇଁ ଏହି ଅନୁପାତ ୨୨.୯ ପ୍ରତିଶତ ଥିଲାବେଳେ ଓଡ଼ିଶାରେ ତାହା ୩୧.୯ ପ୍ରତିଶତ । ଏଥିରୁ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଦାବି ଯେ, “ଏକ ଫମ୍ଫା ମାଠିଆର ଶବ୍ଦ” ତାହା ବେଶ୍ ପ୍ରମାଣିତ ହେଉଛି ।

ତେଣୁ ଆସନ୍ନ ନିର୍ବାଚନକୁ ଆଖି ଆଗରେ ରଖି ମହାବିଦ୍ୟାଳୟମାନଙ୍କୁ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରିଦେଲେ ଓଡ଼ିଶା ଯୁବସମାଜର ଅସଲ ସମସ୍ୟାର ସମାଧାନ ହୋଇପାରେ ନାହିଁ । ଏପରି ଅପଚେଷ୍ଟା ନିଯୁକ୍ତି ଭଳି ଅସଲ ପ୍ରସଙ୍ଗରୁ ଓଡ଼ିଆ ଯୁବସମାଜକୁ ରାଜ୍ୟ ସରକାର ବିଭ୍ରାନ୍ତ ନକରନ୍ତୁ । -ରାଜ୍ୟ ମୁଖପାତ୍ର Satya Panda.

LEAVE A REPLY

Please enter your comment!
Please enter your name here