ଜାତିଗତ ଜନଗଣନା ଆଳରେ କଂଗ୍ରେସ ସମାଜକୁ ବିଭାଜିତ କରି ରାଜନୈତିକ ରୁଟି ସେକିବା ପାଇଁ ଚେଷ୍ଟା କରୁଛି – ଧର୍ମେନ୍ଦ୍ର ପ୍ରଧାନ

0
328
Dharmendra Pradhan -file

By Our Correspondent 

NEW DELHI/BHUBANESWAR:   ଜାତିଗତ ଜନଗଣନା ଆଳରେ ଆଜି କଂଗ୍ରେସ ସମାଜକୁ ବିଭାଜିତ କରି ରାଜନୈତିକ ରୁଟି ସେକିବା ପାଇଁ ଚେଷ୍ଟା କରୁଛି । ସ୍ୱାଧୀନତା ପର ଠାରୁ ୟୁପିଏ-୨ ପର୍ଯ୍ୟନ୍ତ କଂଗ୍ରେସ ଜାତିଗତ ଜନଗଣନାକୁ ତୀବ୍ର ବିରୋଧ କରିଥିଲା ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ରାହୁଲ ଗାନ୍ଧୀ ପ୍ରଥମେ ସ୍ପଷ୍ଟ କରନ୍ତୁ ଯେ କଂଗ୍ରେସ ଦଶନ୍ଧି ଦଶନ୍ଧି ଧରି ଶାସନରେ ରହିବା ପରେ ମଧ୍ୟ କାହିଁକି ଜାତିଗତ ଜନଗଣନା କଲା ନାହିଁ ? ଜାତିଗତ ଜନଗଣନାର ସାମ୍ବିଧାନିକ ଅଧିକାର କେବଳ କେନ୍ଦ୍ର ସରକାରଙ୍କ ହାତରେ ନ୍ୟସ୍ତ ରହିଛି । ଜାତିଗତ ଜନଗଣନା ଉପରେ ରାହୁଲ କେବଳ ବିଭ୍ରାନ୍ତିକର କଥା କହୁଛନ୍ତି । 

ତାଙ୍କ ନେତା ରାଜୀବ ଗାନ୍ଧୀ ମଣ୍ଡଳ କମିଶନ ଅନ୍ତର୍ଗତ କେନ୍ଦ୍ର ସରକାରଙ୍କ ଚାକିରିରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣକୁ ବିରୋଧ କରିଥିଲେ, ଏହା ସତ ନୁହେଁ କି ?  ଆଜି ରାହୁଲ ଗାନ୍ଧୀଙ୍କ ନାଟକ ସେହି ରାଜନୈତିକ ଭୁଲକୁ ଲୁଚାଇବା ପାଇଁ ଏକ ପ୍ରୟାସ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here