କୋଣାର୍କ ଉତ୍ସବର ତୃତୀୟ ଦିନ

0
64

By Our Correspondent

PURI/BHUBANESWAR:  ଆଜି କୋଣାର୍କ ଉତ୍ସବର ତୃତୀୟ ଦିନରେ ଅର୍କ କ୍ଷେତ୍ର କୋଣାର୍କ ନିଶ୍ଚୟ ମନେ ପକାଉଥିବ ତା’ର ନିର୍ମାତା ଗଙ୍ଗ ବଂଶର ରାଜା ନରସିଂହ ଦେବ (1238-34) ଙ୍କୁ ଆଉ ତାର ସମସ୍ତ ଶିଳ୍ପୀ କୂଳଙ୍କୁ।ଆଉ ଆମ ସମସ୍ତଙ୍କର ମନେ ପଡିଯାଉଥିବ ବାର ବର୍ଷର   ବାଳକ “ଧରମା / ଧର୍ମପଦ”।

ଭାରତ ବର୍ଷରେ ସୂର୍ଯ୍ୟ ଉପାସନା ପରମ୍ପରାର ପର୍ଯ୍ୟାୟରେ ସର୍ବାଗ୍ରେ ଆସିବ ଆମ ଓଡ଼ିଶାର ଏହି ସୂର୍ଯ୍ୟ ମନ୍ଦିର, ଏହି କୋଣାର୍କ। କୋଣାର୍କ , ଆଦିତ୍ୟ ନାରାୟଣଙ୍କ ପୂଜା ଓ ତା’ର ଶିଳ୍ପୀ ମାନଙ୍କର ବନ୍ଦାପନାକୁ ନେଇ ଏହି କୋଣାର୍କ ଉତ୍ସବର ପରିକଳ୍ପନା ଓ ଉପସ୍ଥାପନା।

କୋଣାର୍କର କୀର୍ତ୍ତି ଓ କୃତି- ବିଶ୍ଵବନ୍ଦିତ । କୋଣାର୍କ ହେଉଛି ପୃଥିବୀର ଅନ୍ୟତମ ସପ୍ତାଶ୍ଚର୍ଯ୍ୟ। ଆମ ପାଇଁ,ଆମ ଜାତି ପାଇଁ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ପ୍ରତୀକ, ଏହି କୋଣାର୍କ। ଆମ ପରିଚୟ,ଆମ ଅସ୍ମିତାର ପ୍ରତୀକ ଏହି କୋଣାର୍କ । ସେଇଥିପାଇଁ ଆମ ରାଜ୍ୟ ସରକାରଙ୍କର ମୂଳ ପ୍ରତୀକରେ (State Emblem) କୋଣାର୍କର ଯୋଦ୍ଧା ଘୋଡା ଆଉ ତା ସହିତ ଓଡ଼ିଆ ବୀରର ବୀରତ୍ୱର ପ୍ରତିବିମ୍ବ ରୂପାୟିତ। ଆମ କୋଣାର୍କ ଚକ୍ରତ ଏବେ ବିଶ୍ଵ ଦରବାରରେ ଭାବବନ୍ଧନର ପ୍ରତିଭୂ ସାଜିଛି। କଳା,ସାହିତ୍ୟ, ସଂସ୍କୃତି ଆଉ ବିଶ୍ଵ ଭାତୃତ୍ବର ପ୍ରତୀକ ।

ଆମ ସ୍ଵାଭିମାନ ଆମ ଅସ୍ମିତାର ପ୍ରତିଫଳନ ଘଟିଛି ନୃତ୍ୟ,ଗୀତ ଓ ସଙ୍ଗୀତର  ତାଳେ ତାଳେ। ବଡ ସନ୍ତର୍ପଣରେ “ଲାସ୍ୟମୟୀ ନାୟିକା” କୋଣାର୍କ ପାଦ ଥାପିଛି ଆଜି ତୃତୀୟ ପାହାଚରେ। ସାଥିରେ ଆଣିଛି ଓଡିଶୀ ଓ ମୋହିନୀୟାଟ୍ଟମ୍ ନୃତ୍ୟ ଶୈଳୀର ଅପୂର୍ବ କଳା ଓ କଳ୍ପନାର ପସରାକୁ ଧରି ।

ଆଜି ତୃତୀୟ ଦିନର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶାର ରାଜା ଗଜପତି ଦିବ୍ୟ ସିଂହ ଦେବ ଓ ମାନ୍ୟବର ମନ୍ତ୍ରୀ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗର ଶ୍ରୀଯୁକ୍ତ ପୃଥ୍ଵୀରାଜ ହରିଚନ୍ଦନ, ଗୁରୁ ଧନେଶ୍ଵର ସ୍ଵାଇଁ , ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଶ୍ଵଜିତ ରାଉତରାୟ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳକ ଡ଼. ଲଲାଟେନ୍ଦୁ ସାହୁ ଯୋଗ ଦେଇ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ଓ ଶିଳ୍ପୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଉତ୍ସବଟିକୁ ପରିଚାଳନା କରିବାରେ ପର୍ଯ୍ୟଟନ ବିଭାଗର ଅଧିକାରୀ ଗଣ  ଓ ଓଡିଶା ସଂଗୀତ ନାଟକ ଏକାଡେମୀ ର ସଚିବ ଡ. ଭାଗ୍ୟଲକ୍ଷ୍ମୀ ମଲ୍ଲଙ୍କ ନିଷ୍ଠାପର ଉଦ୍ୟମର ଚିହ୍ନ ବାରିହେଇପଡୁଥିଲା । ଉତ୍ସବ ଟିକୁ ସଂଯୋଜନା କରିଥିଲେ ଡ.ମୃତ୍ୟୁଞ୍ଜୟ ରଥ ଓ ମାନସୀ ମିଶ୍ର ।

 

 

 

 

LEAVE A REPLY

Please enter your comment!
Please enter your name here