ଆଗାମୀ ୪୮ ଘଣ୍ଟା ମଧ୍ୟରେ  ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା

0
348
)

By Our Correspondent

BHUBANESWAR: ଦୁର୍ବଳ ହେଲା ଲଘୁଚାପ.ଗତ କାଲିର ଲଘୁଚାପ କ୍ଷେତ୍ର ଆଜି ଦୁର୍ବଳ ହୋଇଥିବା ବେଳେ, ଏହା ସହ ଜଡିତ ଘୁର୍ଣ୍ଣିବଳୟ ଆଜି ପଶ୍ଚିମ ଝଡ଼ଖଣ୍ଡ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ  ବାୟୁମଣ୍ଡଳରେ ୭.୬ କିମି ଯାଏଁ ବ୍ୟାପିଛି | ପ୍ରଭାବରେ ଆଜି କେତକ ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାରେ  ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି.

ଆଗାମୀ ୪୮ ଘଣ୍ଟା ମଧ୍ୟରେ  ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି  ,ପ୍ରଭାବରେ ରାଜ୍ୟରେ ୧୯ ରୁ  ୨୨ ଯାଏଁ ବିସ୍ତୃତି ବର୍ଷା ତଥା କେତକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ସହ  ରାଜ୍ୟରେ  ୨୨.୭ ମିମି ବର୍ଷା ରେକର୍ଡ ଯାହା ସ୍ୱାଭାବିକ ବର୍ଷା ୧୧.୮ ମିମି ତୁଳନାରେ ୯୨% ଅଧିକ ରହିଛି. ଗତ ୨୪ ଘଣ୍ଟାରେ ରାଜ୍ୟରେ ବିସ୍ତୃତି ବର୍ଷା ଅନୁଭୂତ ହୋଇଥିବା ବେଳେ  ସୋନପୁର ଜିଲ୍ଲାର ବିନିକା ଠାରେ ସର୍ବାଧିକ ୧୬୫.୨ ମିମି ରେକର୍ଡ ହୋଇଛି ସେହିପରି ସମ୍ବଲପୁର ରେ ଧାନକୌ ଡା ଠାରେ ୧୫୫ ମିମି ବର୍ଷା ରେକର୍ଡ, ୬ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ୧୨ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ

୧ ଜୁନ ରୁ   ୧୫ ଜୁଲାଇ ୨୦୨୩ ମଧ୍ୟରେ : ଅନୁଭୂତ ବର୍ଷା ୨୫୭.୮ ମିମି (୨୮ ପ୍ରତିଶତ ନିଅଣ୍ଟିଆ).ଗତ ୪୮ ଘଣ୍ଟାରେ  ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ହାରାହାରି ୫୦ ମିମି ବର୍ଷା ହେତୁ ୮ ପ୍ରତିଶତ ନିଅଣ୍ଟିଆ ଭରଣ ୧ ଜୁନ ରୁ   ୧୮ ଜୁଲାଇ ୨୦୨୩ ମଧ୍ୟରେ: ଅନୁଭୂତ ବର୍ଷା ୩୦୭.୮ ମିମି (୨୦ ପ୍ରତିଶତ ନିଅଣ୍ଟିଆ) ଭରଣ ହେଲା ନିଅଣ୍ଟିଆ ବର୍ଷା.

 ସକ୍ରିୟ ମୌସୁମୀ ପ୍ରଭାବରେ ଗତ ୨୪ଘଣ୍ଟାରେ ଅନୁଭୂତ ବର୍ଷାରେ ୩% ନିଅଣ୍ଟିଆ ଭରଣ ଗତ ୪୮ ଘଣ୍ଟାରେ ଅନୁଭୂତ ବର୍ଷା ପ୍ରଭାବରେ ରାଜ୍ୟରେ ୮% ନିଅଣ୍ଟିଆ ଭରଣ ହୋଇଛି .ରାଜ୍ୟରେ ଚଳିତ ମୌସୁମୀ ଋତୁରେ ଆଜି ସୁଦ୍ଧା ୩୦୭.୮ ମିମି ବର୍ଷା ରେକର୍ଡ ଯାହା ସ୍ୱାଭାବିକ ବର୍ଷା ୩୮୨.୮ ମିମି   ତୁଳନାରେ ୨୦% କମ.

LEAVE A REPLY

Please enter your comment!
Please enter your name here