By Our Correspondent
BHUBANESWAR: ଆଜି ପୂର୍ବାହ୍ନରେ ସ୍ଥାନୀୟ ଟି ଟି ଏସ୍ ବୁଲି ଦେଖିଛନ୍ତି ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର ଡ଼ାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର l
ଏହି ଅବସରରେ ଉପସ୍ଥିତ ଥିଲେ, ମାନ୍ୟବର ବିଧାୟକ ଏକାମ୍ର ଶ୍ରୀ ବାବୁ ସିଂ, ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, କମିଶନର ବି ଏମ୍ ସି , ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୁପକାର , ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ସିଟି ଇଞ୍ଜିନିୟର ଶ୍ରୀ ବିଳାଶ କୁମାର ବେହେରା, ବହୁ କର୍ପୋରେଟର ଏବଂ ନେତୃ ବୃନ୍ଦ l
ଭୁବନେଶ୍ବର ରେ ପରିମଳ ପରିଚାଳନା କିପରି ଚାଲିଛି ଏବଂ ବିଶେଷ କରି ଟିଟିଏସ୍ ଠାରେ ସହରର ଅଳିଆ କିପରି ପ୍ରକ୍ରିୟା କରଣ କରାଯାଉଛି ଏହି ବାବଦରେ ଏକ ନକ୍ସା ଦେଖାଇ ସମସ୍ତଙ୍କ ଉପସ୍ଥିତିରେ ମାନ୍ୟବର ମନ୍ତ୍ରୀଙ୍କୁ ବୁଝାଇଥିଲେ ଡେପୁଟି କମିଶନର ଡଃ. ମନୋରଞ୍ଜନ ସାହୁ l
ଏହା ସରକାରଙ୍କର ନୀତି ନିୟମ ଅନୁଯାୟୀ କରାଯାଉ ଅଛି । ମାନ୍ୟବର ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ O.A. ନମ୍ବର 606/2018 ଏବଂ ପରବର୍ତ୍ତୀ ସମୟରେ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ସତ୍ୟପାଠ ଦାଖଲ ପରେ, ବିଏମସି ତା 17.05.2023 ରିଖଠାରୁ ଭୁଆଶୁଣୀଠାରେ ବର୍ଜ୍ୟବସ୍ତୁ ପକାଇବା ବନ୍ଦ କରିଅଛି ।
ବର୍ତ୍ତମାନ ବିଏମସି ଅଞ୍ଚଳରେ ଦୈନିକ 800 ମେଟ୍ରିକ୍ ଟନ୍ ବର୍ଜ୍ୟ ସଂଗ୍ରହ ହେଉଛି । ସେଥିରୁ 384 ଟନ୍ ଓଦା ବର୍ଜ୍ୟ ଏବଂ 416 ଟନ୍ ଶୁଖିଲା ବର୍ଜ୍ୟବସ୍ତୁ ରହିଛି । ବିଏମସିର 37 ଟି ଏମ୍ ସି ସିରେ ପ୍ରାୟ 120 ଟନ୍ ଓଦା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହେଉଥିବା ବେଳେ 22ଟି MRFରେ 130 ମେଟ୍ରିକ ଟନ୍ ଶୁଖିଲା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହେଉଅଛି ।
ଦୈନିକ TTSରେ 550 ମେଟ୍ରିକ ଟନରୁ ଅଧିକ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହୋଇଥାଏ । ସେଥିମଧ୍ୟରୁ ପ୍ରାୟ 250 ମେଟ୍ରିକ ଟନ୍ ରୁ 300 ମେଟ୍ରିକ ଟନ୍ ଓଦା ବର୍ଜ୍ୟବସ୍ତୁ ୱିଣ୍ଡ୍ରୋ ପଦ୍ଧତି ମାଧ୍ୟମରେ ପ୍ରକ୍ରିୟାକରଣ କରାଯାଇଥାଏ । ପୁନଃଚକ୍ରଣ ବର୍ଜ୍ୟବସ୍ତୁଗୁଡିକୁ ପ୍ରାଧିକୃତ ପୁନଃଚକ୍ରଣ ସଂସ୍ଥାକୁ ଦିଆଯାଉଛି ଏବଂ ପୁନଃଚକ୍ରଣ ଅଯୋଗ୍ୟ ବର୍ଜ୍ୟବସ୍ତୁକୁ RDF (Refused Derived Fuel) ଭାବରେ ବ୍ୟବହାର କରାଯାଉଅଛି ।
ଡିସେମ୍ବର 2023 ରୁ ଆଜି ପର୍ଯ୍ୟନ୍ତ ବିଏମସି 1.50 ଲକ୍ଷ ମେଟ୍ରିକ ଟନ୍ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରିଛି । ସେଥିମଧ୍ୟରୁ 1 ଲକ୍ଷ ମେଟ୍ରିକ ଟନ୍ ଆରଡିଏଫ୍ ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନାକୁ ଦିଆଯାଉଛି l
ଏହାପରେ ମାନ୍ୟବର ମନ୍ତ୍ରୀ ଟି ଟି ଏସ୍ ର ବିଭିନ୍ନ କାର୍ଯ୍ୟକଳାପ ବୁଲି ଦେଖିଥିଲେ l
ଅନ୍ୟ ସହରରେ କିପରି ଭାବରେ ଅଧିକ ଅଳିଆ ର ପ୍ରକ୍ରିୟା କରଣ କରାଯାଉଛି , ସେଥିପାଇଁ ଅତିଶୀଘ୍ର ଏକ ଟିମ୍ ପରିଦର୍ଶନ ରେ ଯିବ l
ଆମେ କିପରି ଅତ୍ୟାଧୁନିକ ପ୍ରଯୁକ୍ତି ର ଉପଯୋଗ କରିବା ଏବଂ ଭୁବନେଶ୍ୱରକୁ ଦୃଷ୍ଟାନ୍ତ ରେ ପରିଣତ କରିବା ସେଥିପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂ ତୁରନ୍ତ ପଦକ୍ଷପ ନେବାକୁ କହିଛନ୍ତି ମାନ୍ୟବର ମନ୍ତ୍ରୀ l
ଖୁବ୍ ଶୀଘ୍ର waste to energy ପ୍ଲାଣ୍ଟ ପାଇଁ ପଦକ୍ଷେପ ନେବୁ ବୋଲି ସେ କହିଥିଲେ l
ତେବେ ଭୁବନେଶ୍ବର ରେ ବି ଏମ୍ ସି ର କେତେକ ପ୍ରୋଜେକ୍ଟ ଯାହାକି- ଇଣ୍ଡିଆନ ଅଏଲ୍ ସହ ଏକ ଏଗ୍ରିମେଣ୍ଟ ହୋଇଛି। ବାୟୋ ଗ୍ୟାସ ପ୍ରସ୍ତୁତ ହେବ।
ଘରୋଇ ବିପଜ୍ଜନକ ବର୍ଜ୍ୟବସ୍ତୁକୁ ବୈଜ୍ଞାନିକ ପଦ୍ଧତିରେ ନିଷ୍କାସନ ପାଇଁ TTS ରେ 10 TPD (Ton Per Day) ପ୍ଲାଜମା ପ୍ରକ୍ରିୟାକରଣ ସୁବିଧା ପ୍ରତିଷ୍ଠା କରାଯାଉଛି ।
15 ଟିପିଡି ସେମି-ଅଟୋମେଟିକ୍ MRF ସୁବିଧା ଜାନୁୟାରୀ 2025 ରେ କାର୍ଯ୍ୟକ୍ଷମ ହେବ ।
ଶୁଖିଲା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ପଳାଶୁଣିଠାରେ 150 ଟିପିଡି ବିଶିଷ୍ଠ ସେମି-ସ୍ୱୟଂଚାଳିତ MRF ସୁବିଧା ଜାନୁୟାରୀ 2025 ସୁଦ୍ଧା କାର୍ଯ୍ୟକ୍ଷମ ହେବ ।
ଓଦା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ଅଏଲ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ କଂପ୍ରେସଡେ ବାଓ ଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଅଛି । ଏହା 200 ଟିପିଡି ବିଶିଷ୍ଟ ଏବଂ ଏହାକୁ 300 ଟିପିଡିକୁ ସଂପ୍ରସାରଣ କରାଯାଇ ପାରିବ ।
ଦୈନିକ 500 କି.ଗ୍ରା. ଫୁଲବର୍ଜ୍ୟ ପ୍ରକ୍ରିୟାକରଣ କ୍ଷମତା ବିଶିଷ୍ଟ ମେସିନ ବିଏମସି ପକ୍ଷରୁ ଜାନୁୟାରୀ 2025 ରେ କାର୍ଯ୍ୟକ୍ଷମ ହେବ ।
ଦୈନିକ 20-25 ମେଟ୍ରିକ ଟନ ସବୁଜ ବର୍ଜ୍ୟ ପ୍ରକ୍ରିୟାକରଣ କରିବା ପାଇଁ ବିଏମସି ପକ୍ଷରୁ ପଳାଶୁଣିଠାରେ ପ୍ରତିଷ୍ଠା କରାଯାଇଥିବା ବାୟୋମାସ୍ ବ୍ରିକେଟ୍ ପ୍ଲାଣ୍ଟ ଫେବୃଆରୀ 2025ରୁ କାର୍ଯ୍ୟକ୍ଷମ ହେବ ।
BMC ପକ୍ଷରୁ ପଳାଶୁଣୀଠାରେ ଦୈନିକ 3ରୁ 5 ହଜାର ନଡିଆ ବର୍ଜ୍ୟକୁ ପ୍ରକ୍ରିୟାକରଣ କରିବା ପାଇଁ ଏକ ୟୁନିଟ୍ ପ୍ରତିଷ୍ଠା କରିବ ଏବଂ ଏହା ଜାନୁଆରୀ 2025 ସୁଦ୍ଧା କାର୍ଯ୍ୟକ୍ଷମ ହେବ ।
ପଳାଶୁଣୀଠାରେ 5 ମେଟ୍ରିକ ଟନ୍ ଗୃହ ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟବସ୍ତୁ ଏବଂ 2.5 ଟନ୍ , କମ୍ ମୂଲ୍ୟଯୁକ୍ତ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରୁ ପେଭର ବ୍ଲକ ଉତ୍ପାଦନ ପାଇଁ ଏକ ୟୁନିଟ୍ ପ୍ରତିଷ୍ଠା କରାଯିବ ।
50 ଟିପିଡି କ୍ଷମତା ବିଶିଷ୍ଟ 6ଟି ଆଧୁନିକ ବର୍ଜ୍ୟବସ୍ତୁ ସ୍ଥାନାନ୍ତର କେନ୍ଦ୍ର ବି ଏମ୍ ସି ଦ୍ୱାରା ପ୍ରତିଷ୍ଠା କରାଯିବ ।
ଉପରୋକ୍ତ ସୁବିଧା କାର୍ଯ୍ୟକ୍ଷମ ହେବା ପରେ କେବଳ ନିମ୍ନଲିଖିତ ପ୍ରକ୍ରିୟାକରଣ ୟୁନିଟ୍ ଗୁଡିକ TTS ରେ କାର୍ଯ୍ୟକ୍ଷମ ହେବ:
- 15 TPD MRF
- 15 TPD MCC
- 10 TPD ପ୍ଲାଜମା ପ୍ରକ୍ରିୟାକରଣ ୟୁନିଟ୍
- 50 ଟିପିଡି ୱିଣ୍ଡ୍ରୋ ସୁବିଧା
- ବର୍ଜ୍ୟବସ୍ତୁରୁ ଶକ୍ତି ସୁବିଧା ପ୍ରତିଷ୍ଠା ପର୍ଯ୍ୟନ୍ତ 200 ମେଟ୍ରିକ ଟନ୍ RDF ନିଷ୍କାସନ ସୁବିଧା କରାଯିବ ।