ଶ୍ରୀ ଶ୍ରୀ ଧବଳେଶ୍ୱର ପୀଠରେ ଥିବା ଝୁଲା ପୋଲର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ଖୁବଶୀଘ୍ର ଡିପିଆର୍ ପ୍ରସ୍ତୁତି ଓ ଦ୍ବିତୀୟ ପୋଲର ନିର୍ମାଣ କାର୍ଯ୍ଯ ୨୦୨୪-୨୫ ଆର୍ଥିକ ବର୍ଷରେ ଆରମ୍ଭ ହେବା ନେଇ ଆଲୋଚନା

0
325
ବୈଠକରେ ଶ୍ରୀ ଶ୍ରୀ ଧବଳେଶ୍ୱର ପୀଠରେ ଥିବା ଝୁଲା ପୋଲର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ଖୁବଶୀଘ୍ର ଡିପିଆର୍ ପ୍ରସ୍ତୁତି ଓ ଦ୍ବିତୀୟ ପୋଲର ନିର୍ମାଣ କାର୍ଯ୍ଯ ୨୦୨୪-୨୫ ଆର୍ଥିକ ବର୍ଷରେ ଆରମ୍ଭ ହେବା ନେଇ ଆଲୋଚନା ହୋଇଥିଲା।

By Our Correspondent

BHUBANESWAR: ଗ୍ରାମ୍ଯ ଉନ୍ନୟନ ବିଭାଗ ଦ୍ବାରା ଆଠଗଡ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଗ୍ରାମ୍ଯଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂଙ୍କ ସମେତ ବିଭାଗର ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକରେ ଶ୍ରୀ ଶ୍ରୀ ଧବଳେଶ୍ୱର ପୀଠରେ ଥିବା ଝୁଲା ପୋଲର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ଖୁବଶୀଘ୍ର ଡିପିଆର୍ ପ୍ରସ୍ତୁତି ଓ ଦ୍ବିତୀୟ ପୋଲର ନିର୍ମାଣ କାର୍ଯ୍ଯ ୨୦୨୪-୨୫ ଆର୍ଥିକ ବର୍ଷରେ ଆରମ୍ଭ ହେବା ନେଇ ଆଲୋଚନା ହୋଇଥିଲା।

ସେହିପରି କଣ୍ଟିଆ ନଦୀ ଉପରେ ଖୁଣ୍ଟୁଣୀ ବନ୍ଧ ଠାରୁ ତୈଳମାଳ, ଗୋକୁଳପୁର ରାସ୍ତାର ପୋଲ ନିର୍ମାଣ ଟେଣ୍ଡର ପ୍ରକ୍ରିୟା ଚୁଡାନ୍ତ ପର୍ଯ୍ୟାୟରେ ରହିଛି ବୋଲି ବୈଠକର ଆଲୋଚନାରୁ ଜଣାପଡିଛି.

LEAVE A REPLY

Please enter your comment!
Please enter your name here