ରଥ ନିର୍ମାଣ କାର୍ଯ୍ୟ ୨୪ ତମ ଦିବସ, ତିନିରଥର ଆବଶ୍ୟକ ସଂଖ୍ୟକ ଅଖ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି

0
405

By Our Correspondent

PURI/BHUBANESWAR:ତିନିରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ  ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

  ରଥ ନିର୍ମାଣ ଅଗ୍ରଗତି

ଗତକାଲି ସୁଦ୍ଧା ତିନିରଥର ମୋଟ ୪୨ ଚକରୁ ୩୮ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା. ଆଜି ବାକି ଥିବା ତିନିରଥର ୪ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ।ତାଳଧ୍ୱଜ ରଥର ଶେଷ ଦୁଇଟି ଚକ ର ତୁମ୍ବ ଅରରେ ପଇ ସଂଯୋଗ  ପୂର୍ବକ ପଇରେ କିଳା ବାଡ଼ିଆ ସହ ପଇ ପଇ ସଂଯୋଗ ସ୍ଥଳ ରେ  କାପ ବା କଳଶା କାର୍ଯ୍ୟ ଜାରୀ ରହିଛି।

ସେହିପରି ଦର୍ପଦଳନ ରଥ ଏବଂ ନନ୍ଦିଘୋଷ ରଥର ଶେଷ ଚକ ଦ୍ୱୟର  ତୁମ୍ବ ଅର ରେ ପଇ ପିନ୍ଧା ସରି ପଇ କଳଶା କାର୍ଯ୍ୟ ଜାରୀ ରହିଛି ।ତିନିରଥର ଆବଶ୍ୟକ ସଂଖ୍ୟକ ଅଖ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ତିନିରଥର ଗୋଟିଏ ଗୋଟିଏ ପଡି ନାହାକା ଅଖର ଆଁସ ମରା କାର୍ଯ୍ୟ ଚାଲୁ ରହିଛି । ଆସନ୍ତାକାଲି ସୁଦ୍ଧା ତିନି ରଥର ଅଖ ଏବଂ ଚକ ନିର୍ମାଣ ଶେଷ ହେବ ବୋଲି ସୂଚନ ମିଳିଛି ।

ଆଜି ସୁଦ୍ଧା ତିନି ରଥର ୧୨ ଟି ଲେଖାଁଏ ୨୦ ଫୁଟିଆ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇ ସମସ୍ତ  ଚଉତା ର ଦୁଇ ମୁହଁ କାପ କରାଯାଇଛି। ଆସନ୍ତାକାଲି ଚଉତା କାଠର ଦୁଇ ମୁହଁରେ ବିନ୍ଧ ଅନୁକୂଳ କାର୍ଯ୍ୟ ହେବ , ସେଥିପାଇଁ ତିନିରଥର ମହାରଣା ମାନେ ଆଜି ଚଉତା ଗୁଡିକରେ ମାପ ଚିହ୍ନ ମାରିଛନ୍ତି ।

(ପ୍ରତି ରଥର ତିନୋଟି ଭୂଇଁ ନିର୍ମାଣ ପାଇଁ ୪ ଟି ଲେଖାଁଏ ଚଉତା କାଠ ଆବଶ୍ୟକ ହୋଇଥାଏ। ଏହା ରଥର ଚାରି ନାହାକା ଉପରେ ସଂଯୋଗ କରଯାଇ ଥାଏ)

ଆଜି ତିନିରଥର କରତି ସେବକ ମାନେ ତାଳଧ୍ୱଜ ରଥର ୪୦ ଫୁଟିଆ ପୋଲ ଗୟଳର ଚିରଟ କାର୍ଯ୍ୟ ଶେଷ କରିଛନ୍ତି , ଆସନ୍ତାକାଲି ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ ପାଇଁ ପୋଲ ଗୟଳ କାଠର ଦୁଇପାର୍ଶ୍ଵ ଚିତା କାର୍ଯ୍ୟ ଆରମ୍ଭ ହେବ . ତିନିରଥର ରୂପକାର ସେବକ ମାନେ ତିନିରଥର କୋଣ ଗୁଜ ଗୁଡିକରେ ରୂପ କାର୍ଯ୍ୟ ଖୋଦେଇ ସହ ପଲିସ କାର୍ଯ୍ୟ ଜାରୀ ରଖିଇଛନ୍ତି. ଦୋଳବେଦୀ କମାର ଶାଳ ରେ ତିନିରଥ  ଓଝା ସେବକ ମାନେ ତିନି ରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା ,ଯୋଖା କଣ୍ଟା ଏବଂ କଇଁଚି କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।

ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥର ମୋଟ ମହାରଣା-୭୭

ତିନିରଥର ଭୋଇ ସେବକ  -୭୭

ତିନିରଥର କରତି ସେବକ –   ୪

ତିନିରଥର କମାର ସେବକ -୧୭

ପାହି ମହାରଣା               –   ୨

ତୁମ୍ବ ବିନ୍ଧ କାରୀଗର        –    ୧

ତିନିରଥର ରୂପକାର ସେବକ -୧୯

ରଥଖଳା ସହାୟକ(ପାଣିବାଲା)୧

                            ମୋଟ-୧୯୮

LEAVE A REPLY

Please enter your comment!
Please enter your name here