ରଥଖଳା:ରଥ ନିର୍ମାଣ କାର୍ଯ୍ୟ ଷଷ୍ଠ ଦିବସ: ତାଳଧ୍ଵଜ ରଥର ତୁମ୍ବ ଗୁଡିକରେ ୪ଯୋଡା, ଦେବୀ ରଥ ର ତୁମ୍ବ ଗୁଡିକରେ ୪ ଯୋଡା ଏବଂ ନନ୍ଦିଘୋଷ ରଥ ତୁମ୍ବ ଗୁଡିକରେ ୪ ଯୋଡା ବିନ୍ଧ ଶେଷ ହୋଇଅଛି

0
105
ପ୍ରତି ତୁମ୍ବରେ ୧୬ ଯୋଡା ବିନ୍ଧ ହୋଇଥାଏ, ଆଜିର ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତାଳଧ୍ଵଜ ରଥର ତୁମ୍ବ ଗୁଡିକରେ ୪ଯୋଡା, ଦେବୀ ରଥ ର ତୁମ୍ବ ଗୁଡିକରେ ୪ ଯୋଡା ଏବଂ ନନ୍ଦିଘୋଷ ରଥ ତୁମ୍ବ ଗୁଡିକରେ ୪ ଯୋଡା ବିନ୍ଧ ଶେଷ ହୋଇଅଛି ।

By Our Correspondent

PURI/BHUBANESWAR:  ଆଜି ସକାଳ ଘ.୮.୦୦ ଟିକା ରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ଉପସ୍ଥିତ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ଆଜି ତିନିରଥର ୪୨ ଗୋଟି ତୁମ୍ବରେ ସୂତା ବାଡିଆ କାର୍ଯ୍ୟ ଶେଷ ହବା ସହ  ମଧ୍ୟାହ୍ନ ବିରତି ପରେ ତିନିରଥ ମୁଖ୍ୟ ମହାରଣାଙ୍କ ଦ୍ଵାରା ତୁମ୍ବ ବିନ୍ଧ ଅନୁକୂଳ ପୁଜ ସମ୍ପନ୍ନ.

ଆଜି ରଥ ନିର୍ମାଣର ଷଷ୍ଠ ଦିବସରେ ରଥ ଖଳା ଠାରେ ତିନି ରଥର ୪୨ ଗୋଟି  ତୁମ୍ବରେ ସୂତାବାଡ଼ିଆ କାର୍ଯ୍ୟ ତିନି ରଥ ମୁଖ୍ୟ ମହାରଣା ଙ୍କ ତତ୍ତ୍ୱାବଧାନରେ ସୁତାର ମହାରଣା, ସହୋଜୋଗୀ ମହାରଣା ଏବଂ ଭୋଇ ସେବକ ଆନଙ୍କ ସହୋଜୋଗରେ ମଧ୍ୟାହ୍ନ ବିରତି ପୂର୍ବରୁ ଶେଷ ହୋଇଥିଲା, ଏଥିସହ ତୁମ୍ବ ବିନ୍ଧ ଅନୁକୂଳ ପାଇଁ ତିନିରଥ ଦୁଇଟି ଲେଖାଏଁ ନାହାକା ତୁମ୍ବ ର ବଳକା ଅଂଶ ବା ଘେର କଟା କାର୍ଯ୍ୟ କରତୀ ସେବକଙ୍କ ଦ୍ଵାରା ଶେଷ ହୋଇଥିଲା ।

ମଧ୍ୟାହ୍ନ ବିରତି ପରେ ତିନି ରଥର ମୁଖ୍ୟ ମହାରଣାଙ୍କ ଦ୍ଵାରା ତୁମ୍ବ ବିନ୍ଧ ଅନୁକୂଳ ପୂଜା ପରେ ତିନିରଥ ମହାରଣା ସେବକ ମାନେ ତୁମ୍ବ ରେ ବିନ୍ଧ କାର୍ଯ୍ୟ ଆରମ୍ଭ କରିଥିଲେ।

ପ୍ରତି ତୁମ୍ବରେ ୧୬ ଯୋଡା ବିନ୍ଧ ହୋଇଥାଏ, ଆଜିର ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତାଳଧ୍ଵଜ ରଥର  ତୁମ୍ବ ଗୁଡିକରେ ୪ଯୋଡା, ଦେବୀ ରଥ ର ତୁମ୍ବ ଗୁଡିକରେ  ୪ ଯୋଡା ଏବଂ ନନ୍ଦିଘୋଷ ରଥ ତୁମ୍ବ ଗୁଡିକରେ ୪ ଯୋଡା ବିନ୍ଧ ଶେଷ ହୋଇଅଛି ।

ଆଜି ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନି ରଥ ଓଝା ସେବକ ମାନେ ତିନି ତିନୋଟି ଚକା ପାଇଁ ଅର୍ କଣ୍ଟା ନିର୍ମାଣ କରିବା ସହ ତିନିରଥ ର ଦୁଇ ଦୁଇ ଟି ତୁମ୍ଭ ପାଇଁ ପନ୍ଦାରି ବଳା ନିର୍ମାଣ ଶେଷ କରିଛନ୍ତି, ଉକ୍ତ ପନ୍ଦାରି ବଳା ଗୁଡ଼ିକର ମଠ। କାମ ବାକି ରହିଛି ।

ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥ ର ମହାରଣା ସେବକ -୫୫

ତିନିରଥ ର ଭୋଇ ସେବକ     -୨୭

ତିନିରଥ ର କରତୀ ସେବକ    –  ୪

ତିନିରଥ ର କମାର ସେବକ    –  ୯

ତୁମ୍ବ ବିନ୍ଧ କାରୀଗର             –  ୧

ରଥଖଳା ସହାୟକ(ପାଣି ବାଲା)-୧

ମୋଟ – ୯୭ ଜଣ

 

 

 

LEAVE A REPLY

Please enter your comment!
Please enter your name here