By Our Correspondent
DHENKANAL/BHUBANESWAR: ଚକ୍ରାନ୍ତକାରୀମାନେ ମହିମା ଗାଦିର ବିକାଶକୁ ନେଇ ଚକ୍ରାନ୍ତ ବିଷୟରେ କହିବା ‘ଚାଲୁଣି କହୁଛି ଛୁଞ୍ଚିକୁ ତୋ ପଛରେ କେତେ ବଡ ସିଙ୍ଗ?’ , କହିଲେ ଢେଙ୍କାନାଳର ପୂର୍ବତନ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି.
ଯୋରନ୍ଦା ମହିମା ଗାଦିର ମଠ ଗୁଡ଼ିକରେ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୫.୭ କୋଟି ଦେବା ପରେ ଏହି କାମକୁ ବିଳମ୍ବ କରିବାରେ କିଏ ଷଡଯନ୍ତ୍ର କରିଥିଲା ? ପୂର୍ବତନ ସାଂସଦ କହିଲେ.
ମହିମା ଧର୍ମକୁ ଯଦି ମୁଖ୍ୟମନ୍ତ୍ରୀ ଏତେ ଭଲ ପାଉଥିଲେ, ତେବେ ୨୩ ବର୍ଷ ହେବ କାହିଁକି ଗାଦିକୁ ଆସି ନଥିଲେ ?
ନିର୍ବାଚନ ପାଖେଇ ଆସିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ମାନସ ପୁତ୍ର ମହିମା ଗାଦିର ଉନ୍ନତି କଥା କହିବା ପ୍ରହସନ ନୁହେଁ କି ?
ମହିମା ଗାଦିରେ ଦଶନ୍ଧି ପୁରୁଣା ମଠ ମନ୍ଦିର ଧୂଳିସାତ୍ ହେବା ପଛରେ ସମାଧାନ ପରିବର୍ତ୍ତେ ମହିମା ଧର୍ମର ଦୁଇ ସମାଜକୁ ପରସ୍ପର ମଧ୍ୟରେ ଲଢେଇ କରିଥିଲା କିଏ ? ଡାହାଣୀ ହେଇ ଲାଗିବା ଓ ଗୁଣିଆ ହେଇ ଝାଡିବା ବିଜେଡିର ପୁରୁଣା ଅଭ୍ୟାସ ।

























