ମୁଖ୍ୟମନ୍ତ୍ରୀ ଢେଙ୍କାନାଳରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି, ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୧୦୬ କୋଟି ଟଙ୍କା  ମଂଜୁର

0
269
ଗାଁର ବିକାଶଧାରା ହେଉଛି ତ୍ୱରାନ୍ୱିତ। ମୁଖ୍ୟମନ୍ତ୍ରୀ ଢେଙ୍କାନାଳରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଗାଁରେ ଡିଜିଟାଲ ଭିତ୍ତିଭୂମିର ଉନ୍ନତି ସହ କଳା, ସଂସ୍କୃତି ଓ ଐତିହ୍ୟର ପ୍ରସାର ପାଇଁ ୨୧୨ଟି ଗ୍ରାମପଞ୍ଚାୟତରେ ୩,୦୫୩ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।

By Our Correspondent  

BHUBANESWAR: ଗାଁର ବିକାଶଧାରା ହେଉଛି ତ୍ୱରାନ୍ୱିତ। ମୁଖ୍ୟମନ୍ତ୍ରୀ ଢେଙ୍କାନାଳରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଗାଁରେ ଡିଜିଟାଲ ଭିତ୍ତିଭୂମିର ଉନ୍ନତି ସହ କଳା, ସଂସ୍କୃତି ଓ ଐତିହ୍ୟର ପ୍ରସାର ପାଇଁ ୨୧୨ଟି ଗ୍ରାମପଞ୍ଚାୟତରେ ୩,୦୫୩ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।

ଏଥିସହ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ ସମୟରେ ମିଳିଥିବା ମତାମତ ଅନୁଯାୟୀ ୯ଟି ପ୍ରକଳ୍ପ ପାଇଁ ₹୧୨୭.୭୧ କୋଟି ମଞ୍ଜୁର ହୋଇଛି। ସବୁ ଗାଁର ବିକାଶ ଆମର ଲକ୍ଷ୍ୟ ଉଲ୍ଲେଖ କରି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଗାଁରେ ଆଧୁନିକ ଓଡ଼ିଶାର ଭିତ୍ତି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି.

ଢେଙ୍କାନାଳ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୧୦୬ କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା: ଢେଙ୍କାନାଳ, କାମାକ୍ଷାନଗର, ପରଜଙ୍ଗ ଓ  ହିନ୍ଦୋଳ। ଏଥିରେ ୮ଟି ବ୍ଲକ୍‌ର ୨୧୨ଟି ଗ୍ରାମପଞ୍ଚାୟତରେ ୩୦୫୩ଟି ପ୍ରକଳ୍ପ କରାଯିବ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ। ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ ଏବେ ଓଡିଶାରେ ଗାଁ ଲୋକମାନେ ବିକାଶର ପ୍ରକୃତ ଭାଗିଦାର ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here