By Our Correspondent
BHUBANESWAR: ନଦୀବନ୍ଧ ପୁନର୍ବାସ ଓ ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ଯ ସମୀକ୍ଷା ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ଚଳିତ ମାସ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଭୁବନେଶ୍ୱରରେ ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ ଏବଂ ଓଡିଶାର ୮ଟି କାର୍ଯ୍ୟାନ୍ୱୟନ ସଂସ୍ଥା ସହିତ ବିଶ୍ବବ୍ୟାଙ୍କ ତଥା ଅନ୍ଯାନ୍ଯ ଅନ୍ତର୍ଜାତୀୟ ଏବଂ ଜାତୀୟ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ।
ଓଡିଶା ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏହି ଅଧିବେଶନକୁ ଉଦ୍ଘାଟନ କରି ଓଡିଶାରେ ଡ୍ୟାମ ସୁରକ୍ଷା ଗତିବିଧିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।
ଶ୍ରୀମତୀ ଗର୍ଗ ସୂଚିତ କରିଥିଲେ ଯେ, ରାଜ୍ୟରେ ୪୦% ମହିଳାଙ୍କୁ ନେଇ ଏକ ପୂର୍ଣ୍ଣାଙ୍ଗ ଡ୍ୟାମ୍ ସେଫ୍ଟି ସଂଗଠନ ରହିଛି ଏବଂ ରାଜ୍ୟରେ ଡ୍ୟାମ୍ ଗୁଡ଼ିକର ସୁରକ୍ଷା କାର୍ଯ୍ୟକଳାପ ଉପରେ ନିରନ୍ତର ତଦାରଖ ଏବଂ ରକ୍ଷଣାବେକ୍ଷଣରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।