ଓଡିଶା ପୋଲିସ ପକ୍ଷରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ୭ମ ଓଏସଏପି ବାଟାଲିୟନ, ଭୁବନେଶ୍ବରଠାରେ ଅନୁଷ୍ଠିତ

0
339
ଓଡିଶା ପୋଲିସ ପକ୍ଷରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ୭ମ ଓଏସଏପି ବାଟାଲିୟନ, ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଛି l ସ୍ଵାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସକୁ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଇଛି l ଏହି ଅବସରରେ ଓଏସଏପି ପଡିଆରେ ବିଧିବଦ୍ଧ ଭାବେ ପ୍ୟାରେଡ ଆୟୋଜନ କରାଯାଇ ସର୍ଦ୍ଦାର ପଟେଲଙ୍କ iàëZòଚାରଣ କରାଯାଇଥିଲା l

By Our Correspondent

BHUBANESWAR:   ଓଡିଶା ପୋଲିସ ପକ୍ଷରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ୭ମ ଓଏସଏପି ବାଟାଲିୟନ, ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଛି l ସ୍ଵାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସକୁ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଇଛି l ଏହି ଅବସରରେ ଓଏସଏପି ପଡିଆରେ ବିଧିବଦ୍ଧ ଭାବେ ପ୍ୟାରେଡ ଆୟୋଜନ କରାଯାଇ ସର୍ଦ୍ଦାର ପଟେଲଙ୍କ iàëZòଚାରଣ କରାଯାଇଥିଲା l

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ l ଶ୍ରୀ ବଂସଲ ସର୍ଦ୍ଦାର ପଟେଲଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିବା ସହ ତାଙ୍କ କାର୍ଯ୍ୟlବଳୀ, କାର୍ଯ୍ୟଦକ୍ଷତା, ଦେଶପ୍ରେମ ଓ ସ୍ଵାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ l

ସ୍ଵାଧୀନତା ପରେ ୫୫୦ ରୁ ଉର୍ଦ୍ଧ୍ଵ ଛୋଟ ଛୋଟ ଦେଶୀୟ ରାଜ୍ୟଗୁଡିକୁ ଭାରତରେ ମିଶାଇବା ପାଇଁ ସର୍ଦ୍ଦାର ପଟେଲ ଯେଉଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ, ତାହା ଅତୁଳନୀୟ ଥିଲା l ଯାହା ଫଳରେ ବିଶ୍ଵ ଦରବାରରେ ଭାରତ ଆଜି ଏକ ସ୍ଵତନ୍ତ୍ର ରାଷ୍ଟ୍ର ଭାବେ ପରିଚୟ ଲାଭ  କରିଛି l ଦେଶର ପ୍ରତ୍ଯେକ ନାଗରିକ ଭାଇଚାରା, ବନ୍ଧୁତା ଏବଂ ଏକତା  ହୋଇ ଚାଲିବା ସହ ସମସ୍ତଙ୍କ ମନରେ ଦେଶପ୍ରେମ ରହିବା ଉଚିତ ବୋଲି ଶ୍ରୀ ବଂସଲ କହିଥିଲେ l ଏହା ସହ ଆଗାମୀ ଦିନରେ ସମସ୍ତେ ମିଳିମିଶି ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବା ସହ ଅପରାଧ ଦମନ କରିବାକୁ ଶ୍ରୀ ବଂସଲ ଆହ୍ଵାନ ଦେଇଥିଲେ l

ଏହି ପ୍ୟାରେଡରେ ଏନଡିଆରଏଫ (ମୁଣ୍ଡଳୀ), ୭ମ ଓଏସଏପି ବାଟାଲିୟନ (ଭୁବନେଶ୍ବର), ଓ.ଏସ.ଏ.ପି  ଷଷ୍ଠ ବାଟାଲିୟନ (କଟକ), ଷଷ୍ଠ ଆଇ.ଆର ବାଟାଲିୟନ (ଖୋର୍ଦ୍ଧା), ଓଡ୍ରାଫ, ଫାୟାର ସର୍ଭିସ (କଟକ), ପୋଲିସ କଲର ପାର୍ଟି (କଟକ), ବ୍ୟାଣ୍ଡ ପାର୍ଟି (କଟକ) ଅଂଶଗ୍ରହଣ କରିଥିଲେ l ଶ୍ରୀ ତାପସ ରଞ୍ଜନ ଦାସ (Commdt.)ପ୍ୟାରେଡର ନେତୃତ୍ଵ ନେଇଥିଲେ l

ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ (ଏଚଆରପିସି) ଶ୍ରୀ ଏ. ଏମ.  ପ୍ରସାଦ, ନିର୍ଦ୍ଦେଶକ (ଏସସିଆରବି) ଶ୍ରୀ ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସ.ଏ.ପି)  ଶ୍ରୀ ଆର.ପି. କୋଚେ, ନିର୍ଦ୍ଦେଶକ (ଭିଜିଲାନ୍ସ) ଶ୍ରୀ ୟଶୱନ୍ତ ଜେଠୱା , ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଆର. କେ. ଶର୍ମା, ପୋଲିସ କମିଶନର (ଭୁବନେଶ୍ବର-କଟକ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ଶ୍ରୀ ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ) ଶ୍ରୀ ଏସ. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ) ଶ୍ରୀ ରାଜେଶ କୁମାରଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l

ସେହିପରି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟ କଟକଠାରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ କାରାଯାଇଥିଲା l ଆଇ.ଜି. (କାର୍ମିକ) ଶ୍ରୀ ପ୍ରବୀଣ କୁମାର ଉପସ୍ଥିତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବାକୁ ଏବଂ ଏହି ବାର୍ତ୍ତା ଦେଶବାସୀଙ୍କ ମଧ୍ୟରେ ପ୍ରଚାର କରିବା ପାଇଁ ପ୍ରୟାସ କରିବାକୁ ଶପଥ ପାଠ କରାଇଥିଲେ l

LEAVE A REPLY

Please enter your comment!
Please enter your name here