By Our Correspondent
BHUBANESWAR: ‘କାଳିଆ’ ଯୋଜନାକୁ ବ୍ୟାପକ କରି ଚାଷୀ ପରିବାରର କଲ୍ଯାଣ ପାଇଁ ରାଜ୍ୟ କ୍ୟାବିନେଟରେ ହୋଇଛି ବଡ଼ ନିଷ୍ପତ୍ତି।
ଭୂମିହୀନ ଚାଷୀଙ୍କୁ ଅତିରିକ୍ତ ₹୨,୦୦୦ ସହାୟତା ପ୍ରଦାନ ସହ କାଳିଆ ଯୋଜନା ପାଇଁ ଆଗାମୀ ୩ବର୍ଷରେ ₹୬,୦୨୯.୭୦ କୋଟି ବ୍ୟୟ କରାଯିବ।
ଏଥିସହିତ ଅପ୍ରେଲ ୧ ଓ ସେପ୍ଟେମ୍ବର ୧ ପରିବର୍ତ୍ତେ ଯେକୌଣସି ସମୟରେ ‘କାଳିଆ ସହାୟତା’ ପ୍ରଦାନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମିଳିଛି ଅନୁମୋଦନ.