By Our Correspondent
BHUBANESWAR: ରବିବାର ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ମୁକ୍ତିକାନ୍ତଂକ ଧାରଣା ସ୍ଥଳ ଶିଶୁ ଭବନ ଛକ ପର୍ଯ୍ୟନ୍ତ ଯୁବ-ଛାତ୍ରଫୋରମ ପକ୍ଷରୁ ସଂଗ୍ରାମୀ ମୁକ୍ତିକାନ୍ତଂକ ସମର୍ଥନରେ କ୍ଯାଣ୍ଡେଲ ଶୋଭାଯାତ୍ରା କରି ଯାଇଛନ୍ତି। ରାଉରକେଲାରେ ୨୦୧୩ ମସିହାରେ ମୁଖ୍ଯମନ୍ତ୍ରୀ ଦେଇଥିବା ପ୍ରତୁଶୃତି ରକ୍ଷା କରିବାରେ ବିଫଳ ହେବା ପରେ ସଂଗ୍ରାମୀ ମୁକ୍ତିକାନ୍ତ ବିଶ୍ୱାଳ ଡିସେମ୍ବର ୧୬ ତାରିଖରେ ଦୀର୍ଘ ୫୩୦ କିମି ପଦଯାତ୍ରା କରି ଭୁବନେଶ୍ୱରରେ ପହଂଚିଛନ୍ତି। ମୁଖ୍ଯମନ୍ତ୍ରୀଂକ ନିବାସ ଆଡ଼କୁ ବିଫଳ ମଡେଲକୁ କାନ୍ଧେଇ ମୁହାଁଉଥିବା ବେଳେ ପୋଲିସ ତାଂକୁ ଶିଶୁ ଭବନ ଛକ ନିକଟରେ ଅଟକାଇଛି।
୧୬ ତାରିଖରୁ ୩ ଦିନ ଧାରଣାରେ ବସିବା ପରେ ମିଳିତ ଯୁବ-ଛାତ୍ର ଫୋରମ ପକ୍ଷରୁ ମୁକ୍ତିକାନ୍ତଂକ ସମର୍ଥନରେ କ୍ଯାଣ୍ଡେଲ ଶୋଭାଯାତ୍ରା କରିଛନ୍ତି। ଏକ ନୀରବ ପ୍ରତିବାଦ ଜରିଆରେ ମୁକ୍ତିକାନ୍ତଂକୁ ମୁଖ୍ଯମନ୍ତ୍ରୀ ଭେଟିବାକୁ ମିଳିତ ଫୋରମ ଦାବି କରିଛି। ଏହି ଶୋଭାଯାତ୍ରାରେ ଛାତ୍ର କଂଗ୍ରେସ ସାଧାରଣ ସଂପାଦକ ବିଭୂତି ଭୂଷଣ ମହାପାତ୍ର, ଏଆଇଏସଏଫ ରାଜ୍ଯ ସଭାପତି ସଘଂମିତ୍ରା ଜେନା, ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ, ଛାତ୍ର ନେତା ମନୋଜ କର, ଦେବବ୍ରତ ବେହେରା, ବୁଲୁ ଗଉଡ଼, ରାଜେଶ୍ୱରୀ ନାୟକ ପ୍ରମୁଖ ଛାତ୍ର ନେତୃବୃନ୍ଦ ଯୋଗ ଦେଇଥିଲେ।