Utkal University’s Physics Department holds Golden Jubilee Celebrations

0
431

By Our Correspondent
BHUBANESWAR: ଆଜି ବିଶ୍ୱ ଭାରତ ଠାରୁ ବହୁତ ବଡ ଅପେକ୍ଷା ରଖୁଛି । ଏହି ସମୟରେ ଆମର ଦାୟିତ୍ୱ ଅଧିକ ହୋଇଛି । ବିଶ୍ୱ ଆହ୍ୱାନର ସମାଧାନର ରାସ୍ତା ନୂଆ ଜାତୀୟ ଶିକ୍ଷା ନୀତିରେ ଅଛି ବୋଲି ମଙ୍ଗଳବାର ଉତ୍କଳ ବିଶ୍ୱବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବିଭାଗର ୫୦ ବର୍ଷର ପୂର୍ତ୍ତି ଅବସରରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ ଓ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ବିଗତ ୫ ଦଶନ୍ଧି ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ଏହି ପଦାର୍ଥ ବିଜ୍ଞାନ ବିଭାଗ ବୈଶ୍ୱିକ ବିଜ୍ଞାନ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଦେଶର ବିଜ୍ଞାନ ଏବଂ ନବସୃଜନକୁ ଗତି ଦେବାରେ ବିଭାଗଟି ବୃହତ ଯୋଗଦାନ ଦେବାର ସାମର୍ଥ୍ୟ ରହିଛି । ପଦାର୍ଥ ବିଜ୍ଞାନ କେବଳ ବୌଦ୍ଧିକ ଜ୍ଞାନକୁ ସାଧନ କରିବାରେ ସୀମିତ ନରହି ଦେଶର ଉନ୍ନତି ଏବଂ କଲ୍ୟାଣର ମାଧ୍ୟମ ହେଉ ବୋଲି ସେ କହିଛନ୍ତି ।

ଆଗାମୀ ପ୍ରାୟ ୧୩ ବର୍ଷ ପରେ ଭାଷାଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ଆଗାମୀ ୨୫ ବର୍ଷ ପରେ ଭାରତ ସ୍ୱାଧାନତା ପାଇବାର ୧୦୦ ବର୍ଷ ପାଳନ କରିବ । ଏହି ସମୟ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ପଦାର୍ଥ ବିଜ୍ଞାନର ବିଗତ ୫୦ ବର୍ଷର ଭଣ୍ଡାରରୁ ଆମେ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଆଗକୁ ବଢିବାରେ ସହଯୋଗ ପାଇପାରିବା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here