Union Education Minister addresses Students and Faculty members at Central University of Koraput in Odisha

0
281

By Our Correspondent

KORAPUT/BHUBANESWAR:    କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ‘ଉତ୍କଳ ଦିବସ’ର ମହାନ ଅବସରରେ କୋରାପୁଟ ଜିଲ୍ଲା ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂତନ ଷ୍ଟାଡ଼ିୟମ ପାଇଁ ଭୂମିପୂଜନ କରିବା ସହ ପ୍ରାଧ୍ୟାପକଙ୍କ ପାଇଁ ଓ୍ୱାର୍କ ଷ୍ଟେସନ ଓ ଡିଜିଟାଲ ଭାଷା ଲ୍ୟାବର ଉଦଘାଟନ କରିଛନ୍ତି । ଏହାସହ ବିଶ୍ୱବିଦ୍ୟାଳୟରେ ସନ୍ଥ କବି ଭୀମ ଭୋଇ ଚେୟାର ପ୍ରତିଷ୍ଠା କରାଯାଇଛି ।

ଏହି ଅବସରରେ ଶ୍ରୀ ପ୍ରଧାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବି.ଇଡି ବିଭାଗ ଏବଂ ଓଡ଼ିଆ ବିଭାଗ ମିଳିତ ଭାବେ କୋରାପୁଟରେ କଥିତ ସମସ୍ତ ଜନଜାତି ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ବିଶ୍ୱବିଦ୍ୟାଳୟ ହଜାର ବର୍ଷ ପୂର୍ବରୁ ସମାଜର ପୂରଣ କରିବାର ଦାୟିତ୍ୱ ନେଇଥିଲେ । ଭାଷା ପାଇଁ ମଧ୍ୟ ଦାୟିତ୍ୱ ନେବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ବର୍ତ୍ତମାନ ସମୟରେ ପେଟ୍ରୋକେମିକାଲ ସେକ୍ଟର ସବୁଠୁ ସ୍ପିଡରେ ଗ୍ରୋଥ କରୁଛି । କେବଳ ଫିଜିକ୍ସ ପଢାଇବା ନା ପେଟ୍ରୋକେମିକାଲ ରିଲେଟେଡ୍ ଆପ୍ଲାଏଡ ପେଟ୍ରୋକେମିକାଲ କେମେଷ୍ଟ୍ରି ପଢାଇବା । ତେଣୁ ଆଧୁନିକ ସମୟ ସହ ତାଳ ଦେଇ ପାଠପଢା ଉପରେ ଗୁରୁତ୍ୱ ଦେବାକୁ ସେ କହିଥିଲେ ।

 ମହିମା ଗୋସାଇଁଙ୍କ ବିଚାରକୁ ପ୍ରଚାର ପ୍ରସାର କରିବା ଓ ଭୀମ ଭୋଇଙ୍କ ବୌଦ୍ଧିକ ପକ୍ଷକୁ ସମାଜ ସାମ୍ନାରେ ଉପସ୍ଥାପିତ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଛତିଶଗଡ଼ ବିଳାସପୁର ସ୍ଥିତ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ପରେ ଆଜି ଉତ୍କଳ ଦିବସରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏହି ଚେୟାର ଖୋଲାଯିବା ଖୁସିର ବିଷୟ ।

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଶହୀଦ ଲକ୍ଷ୍ମଣ ନାଏକଙ୍କ ଦାୟଦର ଯୁବବର୍ଗଙ୍କ ମଧ୍ୟରେ କ୍ରୀଡା, ଦକ୍ଷତା, ଜଙ୍ଗଲ ସୁରକ୍ଷା, ଜୈବ ବିବିଧତାକୁ ସମୃଦ୍ଧ କରିବା ଦିଗରେ ଅଦମ୍ୟ ସାହସ ଓ ଉତ୍ସାହ ଅଛି । କୋରାପୁଟ ମାନବ ସଭ୍ୟତାର ପ୍ରାଚୀନ ପ୍ରୟୋଗଶାଳା । ଏହି ଅମୂଲ୍ୟ ଜ୍ଞାନ ଭଣ୍ଡାରକୁ ଏକବିଂଶ ଶତାବ୍ଦୀରେ ପୁନର୍ଜୀବିତ କରିବା  । ଏହାସହ ଓଡ଼ିଶା ୨୦୩୬ରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବାର ସମୟ ଅବଧିରେ ଯୁବପିଢିଙ୍କୁ ବଡ ଭାବିବା ବଡ ସ୍ୱପ୍ନ ଦେଖିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଥିଲେ ।

ଉଲ୍ଲେଖନୀୟ ଯେ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଏବଂ ପ୍ରାଧ୍ୟାପକଙ୍କ ସହ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ । କୋରାପୁଟର ସ୍ଥାନୀୟ କୁଇ ଭାଷାରେ ଗବେଷଣା କରିବା, ଅଞ୍ଚଳର ଜୈବିକ ଚାଷକୁ ପ୍ରୋତ୍ସାହନ, ଭାରତମାଳା ପ୍ରକଳ୍ପ ଦ୍ୱାରା ଅର୍ଥନୀତିର ଅଭିବୃଦ୍ଧି ଏବଂ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ଦିଗରେ ଆଲୋଚନା କରିଥିଲେ ।  ଏହାସହ ପ୍ରାଧ୍ୟାପକ ନିଯୁକ୍ତି ସହ କ୍ୟାମ୍ପସର ଓଭରାଲ କ୍ୟାପିଟାଲ ସ୍ପେଣ୍ଡିଂ, ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଆଧାରିତ ପାଠ୍ୟକ୍ରମ ନେଇ ଆଲୋଚନା ହୋଇଥିଲା । ସେଣ୍ଟରାଲ ୟୁନିଭରସିଟିର ଶ୍ରୀବୃଦ୍ଧି କରିବା ପାଇଁ ସବୁ ପଦକ୍ଷେପ ନିଆଯିବା ନେଇ ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here