Tamando PS Case No-255/2023, accused forwarded to Court

0
231
Jayanta Parida (31), S/O- Prafulla Parida, At- Sadango (Dakhinabad), PS- Delanga, Dist- Puri

By Biswanath Dash

BHUBANESWAR:    Tamando PS Case No-255/2023, U/S-341/323/294/292-A/354/506/507/509 /34 IPC r/w Sec-66 (C)/66 (D) IT.PO: PS- Tamando, BBSR UPD.

Gist of the FIR:ତମାଣ୍ଡୋ ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଆଠ ବର୍ଷ ପୂର୍ବରୁ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କ ସହିତ ବନ୍ଧୁତା କରିଥିଲେ । ସେହି ସମୟ ମଧ୍ୟରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କ ସହିତ କିଛି ଫଟୋ ଉଠାଇ ନିଜ ମୋବାଇଲରେ ରଖି ଥିଲେ । କୌଣସି କାରଣ ବଶତଃ ଅଭିଯୋଗକାରିଣୀ ଜଣକ ଗତ ୨ ବର୍ଷ ହେବ ଅଭିଯୁକ୍ତଙ୍କ ନିକଟରୁ କ୍ରମଶଃ ଦୂରେଇ ଯାଇଥିଲେ ।

 ଫଳରେ ଅଭିଯୁକ୍ତ ଜଣକ ହିଂସା ପରାୟଣ ହୋଇ ନିଜର ଅନ୍ୟ ସହଯୋଗୀଙ୍କ ସହ ମିଶି ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଅପହରଣ କରି ଜୀବନରୁ ମାରିଦେବା ତଥା ତାଙ୍କ ଘର ଉପରକୁ ବୋମା ପକାଇବା ଭଳି ନାନାପ୍ରକାର ଧମକ ମାନ ଦେଇଆସୁଥିଲେ ।

 ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କ ନାମରେ ଏକ ଫେକ ଇନଷ୍ଟାଗ୍ରାମ ଆଇଡି ଖୋଲି ସେଥିରେ ଅଶ୍ଳୀଳ ଟିପ୍ପଣୀ ଦେବା ସହିତ ତାଙ୍କର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଫଟୋସବୁକୁ ପୋଷ୍ଟ କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ତମାଣ୍ଡୋ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused persons:

1.         Jayanta Parida (31), S/O- Prafulla Parida, At- Sadango (Dakhinabad), PS- Delanga, Dist- Puri.

LEAVE A REPLY

Please enter your comment!
Please enter your name here