Super 25 Awardees of ‘Veer Gatha 2.0’ contest felicitated

0
432

By Our Correspondent

NEW DELHI/BHUBANESWAR: ଗଣତନ୍ତ୍ର ଦିବସ ଉପଲକ୍ଷେ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୀରଗାଥା ୨.୦ ପ୍ରତିଯୋଗିତାର ଶ୍ରେଷ୍ଠ ୨୫ ଜଣ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । 

‘ଆଜାଦୀ କା ଅମୃତ ମହୋତ୍ସ’ବ ଅନ୍ତର୍ଗତ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶ୍ରୀ ପ୍ରଧାନ ବୀରଗାଥା ପ୍ରକଳ୍ପକୁ ସଂପ୍ରସାରଣ କରାଯିବା ସହ ଜାତୀୟ ଶିକ୍ଷା ନୀତି ଆଧାରରେ ଆମର ବୀରତା ପୁରସ୍କାର ବିଜେତାଙ୍କ ଜୀବନ କାହାଣୀକୁ ସ୍କୁଲ ପାଠ୍ୟକ୍ରମରେ ଅନ୍ତର୍ଭୃକ୍ତ କରିବା ପାଇଁ ଆହ୍ୱାନ କରିଛନ୍ତି ।

ଆମ ସାହସୀ ବୀରଙ୍କ ଠାରୁ ଅନୁପ୍ରାଣିତ ଯୁବଶକ୍ତିଙ୍କ ସୃଜନଶୀଳତା ବେଶ୍ ପ୍ରଶଂସନୀୟ । ବୀରଙ୍କ ଜୀବନ କାହାଣୀ ଛାତ୍ରଛାତ୍ରୀମାନଙ୍କୁ ନିଜ ପାଇଁ କିଛି ଭଲ କରିବାର ପ୍ରେରଣା ଯୋଗାଇବ ଏବଂ ବିଭିନ୍ନ ଉପାୟରେ ସେମାନେ ଦେଶ ନିର୍ମାଣରେ ନିଜର ଯୋଗଦାନ ଦେବେ । ପ୍ରତ୍ୟେକ ସଭ୍ୟତା ଏବଂ ରାଷ୍ଟ୍ର ନିଜ ବୀରଙ୍କୁ ସମ୍ମାନିତ କରିବା ଉଚିତ୍ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ବିଜେତା ମାନଙ୍କୁ ମେଡାଲ ଏବଂ ପୁରସ୍କାର ବିତରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here