SJTA Holds Health Camp for Servitors-Staffs

0
1009

By Our Correspondent

PURI/BHUBANESWAR: ଆଜି ତା୩୧.୧.୨୦୨୨ ସୋମବାର ଶ୍ରୀମନ୍ଦିର ପ୍ରଶାସନ ଓ ଏ.ଏସ.ଜି ନେତ୍ର ଚିକିତ୍ସାଳୟ , ଭୁବନେଶ୍ୱର ଙ୍କ ସହଯୋଗରେ ଶ୍ରୀମନ୍ଦିର ସେବାୟତ ଏବଂ କର୍ମଚାରୀ ମାନଙ୍କ ନିମନ୍ତେ ‘ଚକ୍ଷୁ ଓ ମଧୁମେହ ରୋଗର ପରୀକ୍ଷା ଓ ପରାମର୍ଶ ଶିବିର  ଶ୍ରୀମନ୍ଦିର ନୀଳାଦ୍ରି ଭକ୍ତ ନିବାସ ଠାରେ ଅନୁଷ୍ଠିତ ହୋଇଯାଇ ଅଛି ।

ଚକ୍ଷୁ ଓ ମଧୁମେହ  ରୋଗ ପରୀକ୍ଷା ଏବଂ ପରାମର୍ଶ ପାଇଁ ତା ୨୭.୧.୨୨ ରୁ ତା ୩୦.୧.୨୨ ପର୍ଯ୍ୟନ୍ତ ସେବାୟତ ଏବଂ କର୍ମଚାରୀ ମାନେ ମୋଟ ୧୨୨ ଜଣ ସେମାନଙ୍କର ନାମ ପଞ୍ଜିକରଣ କରାଇ ଥିଲେହେଁ ଆଜି ମୋଟ ୧୪୮ ଜଣ ନିଜନିଜର ଚକ୍ଷୁ ଏବଂ ମଧୁମେହ ରୋଗର ପରୀକ୍ଷା କରାଇବାସହ ପରାମର୍ଶ ନେଇଛନ୍ତି ।

 ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦଶ୍ୟ ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ ମହୋଦୟ ଉଦଘାଟନ କରିବାସହ ଯୋଗଦେଇ ଥିବା ବିଶେଷଜ୍ଞ ଡାକ୍ତର ଙ୍କୁ ଫୁଲତୋଡା ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ  ପ୍ରଦାନ କରିଥିଲେ ।

  ଅପରାହ୍ନରେ ମୁଖ୍ୟ ପ୍ରଶାସକ ଡକ୍ଟର କ୍ରୀଶନ କୁମାର ମହୋଦୟ  ନୀତି ପ୍ରଶାସକ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ସାହୁ ଏବଂ ଉନୟନ ପ୍ରଶାସକ ଶ୍ରୀଯୁକ୍ତ ଅଜୟ କୁମାର ଜେନା ମହୋଦୟ ଉକ୍ତ ଶିବିରକୁ ପରିଦର୍ଶନରେ ଯାଇ  ଉପସ୍ଥିତ ସେବାୟତ ଏବଂ କର୍ମଚାରୀ ମାନଙ୍କୁ ଉତ୍ସ।ଇତ କରିଥିଲେ ।

LEAVE A REPLY

Please enter your comment!
Please enter your name here