Shree Lingaraj PS Case No-191, accused Viku Mahapatra forwarded to Court

0
459
Debasis Mahapatra @Devasish @Debasish @Biku @Viku (31), S/O- Gunanidhi Mahapatra, At- Kancha Sahi, Kapileswar, PS- Shree Lingaraj, Bhubaneswar UPD.

By Biswanath Dash

BHUBANESWAR: Shree Lingaraj PS Case No-191, Dt.03.07.2023, U/S- 448/386/294/323/506/307/34 IPC. PO: PS- Shree Lingaraj, Bhubaneswar UPD.

Gist of the Case:

ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ସାମନ୍ତରାପୁର ଠାରେ ପ୍ଲଟ ନମ୍ବର-୧୦୫ ରେ ଏକ ପୈତୃକ ଜମି ଅଛି । ଉକ୍ତ ପ୍ଳଟରେ ଘର ନିର୍ମାଣ କାର୍ଯ୍ୟ ଏବଂ ରାସ୍ତା କରିବା ଲାଗି ଅଭିଯୋଗକାରୀଙ୍କ ନିମ୍ନୋକ୍ତ ଅଭିଯୁକ୍ତଙ୍କ ସହିତ ତା.୧୯.୦୨.୨୦୨୨ ରେ ଏକ ଚୁକ୍ତି ହୋଇଥିଲା । ନିର୍ମାଣ କାର୍ଯ୍ୟ ଲାଗି ଆବଶ୍ୟକ ହେଉଥିବା ସାମଗ୍ରୀ ଏବଂ ରାଜମିସ୍ତ୍ରୀଙ୍କ ଖର୍ଚ୍ଚ ଅଭିଯୋଗକାରୀ ବହନ କରିଥିବା ବେଳେ ଲେବର ଖର୍ଚ୍ଚ ନିମ୍ନୋକ୍ତ ଅଭିଯୁକ୍ତ ବହନ କରିଥିଲେ ।

ନିର୍ମାଣ କାର୍ଯ୍ୟ ସମ୍ପାଦନ ପରେ ଅଭିଯୋଗକାରୀ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ତାଙ୍କର ସମସ୍ତ ପାଉଣା ଦେଇସାରି ଥିଲେ ମଧ୍ୟ ଗତ ତା.୧୮.୦୪.୨୦୨୩ ରିଖ ଦିନ ନିମ୍ନୋକ୍ତ ଅଭିଯୁକ୍ତ ହଠାତ ଆସି ଝଗଡା କରିବା ସହ ୧,୫୦,୦୦୦ ଟଙ୍କାର ଏକ ଚେକ ନେଇ ଚୁକ୍ତିପତ୍ର ଫେରାଇଦେଇ ଯାଇଥିଲେ ।

ପୁନର୍ବାର  ତା.୦୩.୦୭.୨୦୨୩ ରିଖ ମଧ୍ୟାହ୍ନରେ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ଅଭିଯୋଗକାରୀଙ୍କ କୁମ୍ଭାରସାହିରେ ଥିବା ଘରକୁ ଆସି ତାଙ୍କୁ ଓ ତାଙ୍କ ଭାଇଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ୨,୦୦,୦୦୦ ଟଙ୍କା ଦାବି କରିଥିଲେ, ଏବଂ ଟଙ୍କା ନଦେଲେ ସେମାନଙ୍କୁ ଉକ୍ତ ପ୍ଲଟକୁ ଯିବାକୁ ଦିଆଯିବ ନାହିଁ ବୋଲି ଧମକ ମଧ୍ୟ ଦେଇଥିଲେ । ଅଭିଯୋଗକାରୀଙ୍କ ପରିବାର ସଦସ୍ୟ ସେମାନଙ୍କୁ ବିରୋଧ କରିବାରୁ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ସହଯୋଗୀ ମାନେ ଉଭୟଙ୍କୁ ମାଡ଼ ମାରିବା ସହିତ ବେକ ଚିପି ଜୀବନରୁ ମାରିଦେବା ଲାଗି ଚେଷ୍ଟା କରିଥିଲେ ଏବଂ ପୁଲିସ ଆଗରେ ଅଭିଯୋଗକଲେ ସେମାନଙ୍କୁ ସର୍ବ ସମୁଖରେ ହତ୍ୟାକରିବାର ଧମକ ମଧ୍ୟ ଦେଇଥିଲେ।

 ଘଟଣାର ଅଭିଯୋଗ ପରେ ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ। ଅଭିଯୁକ୍ତ ଦେବାଶିଷ ମହାପାତ୍ର ଜଣେ ଅଭ୍ଯାସଗତ ଅପରାଧୀ ଅଟନ୍ତି । ତାଙ୍କ ନାମରେ ଶ୍ରୀ ଲିଙ୍ଗରାଜ ଥାନାରେ ୯ଗୋଟି ମାମଲା ରହିଥିବା ବେଳେ ଏୟାରଫୀଲ୍ଡ ଥାନାରେ ୪ଗୋଟି ମାମଲା ରହିଛି । ଅଭିଯୁକ୍ତ ଜଣକ କ୍ରମାଗତ ଭାବେ ବିଭନ୍ନ ଅପରାଧରେ ଲିପ୍ତ ରହୁଥିବାରୁ ତାଙ୍କ ଅବିରୋଧରେ CrPC-110 ଧାରା ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବାଲାଗି ପଦକ୍ଷେପ ନିଆଯାଉଅଛି ।  ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused person:

1.         Debasis Mahapatra aka Devasish aka Debasish aka Biku alias Viku (31), S/O- Gunanidhi Mahapatra, At- Kancha Sahi, Kapileswar, PS- Shree Lingaraj, Bhubaneswar UPD.

LEAVE A REPLY

Please enter your comment!
Please enter your name here